ହେଡଲାଇନସ୍:

ସାଢ଼େ୪ବର୍ଷୀୟ ନାବାଳିକାକୁ ହତ୍ୟା ଅଭିଯୋଗ: ମହିଳା ଗିରଫ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :/-ସୁନ୍ଦରଗଡ଼ ଜିଲ୍ଲାର ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଘୁମୁଡ଼ା ଗ୍ରାମରେ ଘଟିଛି ଅଘଟଣ ଆଜି ସକାଳେ ଗ୍ରାମର ପୁନମ ସା ସାଢ଼େ୪ବର୍ଷ ର୍ ଝିଅ ଛୁଆ ନିଜ ଗାଁରେ ଥିବା ଅଙ୍ଗନବାଡି କୁ ପାଠପଢ଼ିବା ପାଇଁ ଯାଇଥିଲେ | ସେ ଅଙ୍ଗନବାଡି ରେ ଖାଇସାରି ଘରକୁ ଆସିଲେ । ପୁଣି ଘରୁ ଖେଳିବା ପାଇଁ ବାହାରି ଥିଲେ । ଘରୁ ହେଲେ ଆଉ ଘରକୁ ଫେରି ନଥିଲେ । ହେଲେ ଘରକୁ ନ ଫେରିବା ଯୋଗୁଁ ଘର ଲୋକେ କୁଆଡେ ଗଲା ବୋଲି ଅସ୍ତବ୍ୟସ୍ତ ହୋଇପଡିଥିଲେ । ହେଲେ ସେମାନଙ୍କ ଖୋଜାଖୋଜି ଦେଖି ଗାଁ ଲୋକେ ମଧ୍ୟ ପୁନମ କୁ ଖୋଜିଥିଲେ । କିନ୍ତୁ କୌଣସି ଜାଗାରେ ପାଇନଥିଲେ | ହେଲେ ଗାଁର୍ ଶାନ୍ତି ନାଗ୨୭ବର୍ଷ ତାଙ୍କୁ ଗାଁ ଲୋକେ ଡାହାଣୀ ବୋଲି ସନ୍ଦେହ କରି ତାର ଘରକୁ ଖୋଜିବା ପାଇଁ ଗଲେ । ହେଲେ  ତାଙ୍କ ଘରର ବାକ୍ସ ରେ ଝିଅର ମୃତ ଦେହକୁ ଗାଁ ଲୋକେ ଉଧାର କରିଥିବା ଶୁଣିବାକୁ ମିଳୁଛି | ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏ ଖବର ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ଧୁରୁଆଡ଼ିହି ଥାନା ଅଧିକାରୀଙ୍କୁ ଯେତେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ରିଶିଭ କରିନଥିଲେ ! ହେଲେ ଯାହା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ପୋଲିସ ଶାନ୍ତି ନାଗଙ୍କୁ ଆରେଷ୍ଟ କରିଛି | 

0
0
0
s2sdefault