ହେଡଲାଇନସ୍:

ଆ କିଳା ପଶ....ବିଜେଡିକୁ ଟାର୍ଗେଟ କରି ସଜ୍ଜନଙ୍କୁ କିଳା ଦେଲେ ଗୌତମ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନା  ସଜ୍ଜନଙ୍କ ସହ

ଭୁବନେଶ୍ବର (ଗିରିଜା ଶଙ୍କର ଦାଶ) ବିଚରା ସଜ୍ଜନ ଶର୍ମା | ମେଳାପୀ ଲୋକ | ବିଜେପିର ଟାଣୁଆ ମୁଖପାତ୍ର, ଏକଦା ମିଡ଼ିଆ ବିଭାଗର ମୁଖ୍ୟ | ଟିଭିରେ ଲୋକ ତାଙ୍କୁ ଦେଖି ରାଇଜ ଯାକ ଲୋକ ତାଙ୍କୁ ଚିହ୍ନି ଯାଇଥିବେ | କେବେ ବି ବିବାଦରେ ନଥିବା ସଜ୍ଜନ ବାବୁଙ୍କୁ ଆଜି ନାମ ଦେଇଛନ୍ତି ତାଙ୍କ ଦଳର ନେତା ଗୌତମ ରାୟ | ଧର୍ମଶାଳା ବ୍ଲକ  ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେଡ଼ିକୁ ଟାର୍ଗେଟ କରିବାକୁ ଯାଇ ଗୌତମ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଓ ଘଟଣାର ଅଭିଯୁକ୍ତ ବୋଲି ଅଭିଯୋଗ ହେଉଥିବା ଠିକାଦାର ରୁପେଶ ଭଦ୍ରଙ୍କ ସହିତ ବିଜେଡି ମନ୍ତ୍ରୀ ଅରୁଣ ସାହୁଙ୍କ ପାଖରେ ଠିଆ ହୋଇଥିବା ଫୋଟୋ ଦେଖାଇ ବିଜେଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ ଏବଂ ବିଜେଡିର ସ୍ମରୁକ୍ତିକୁ ପ୍ରମାଣିତ କରିବାକୁ ଚାହିଁଥିଲେ | ହେଲେ ସେ କଣ ଭାବିଥିଲେ ତାଙ୍କର ଏ ଓଭର ସ୍ମାର୍ଟନେସ ପାଇଁ ସେଇ ଫାରମୁଳାରେ ବିଜେପି ଆଉ ଦଳର ପୁରୁଖା ନେତା ସଜ୍ଜନ ଶର୍ମା ଅଡୁଆରେ ଛନ୍ଦି ହୋଇଯିବେ ବୋଲି | ତେଣୁ କୋଉ ଅକାଳେ ସକାଳେ କଡ଼ରେ ଠିଆ ହୋଇ ଉଠାଇଥିବା ଫୋଟୋ ଟେ ଦେଖାଇ ଏତେବଡ ସାମ୍ବାଦିକ ସମ୍ମିଳନୀ ଓ ଦଳ ତରଫରୁ ଆସିଥିବା ଏତେବଡ ଆୟୋଜନକୁ ପାଣିଚିଆ କରିଦେଲେ ବାବୁ ଗୌତମ ରାୟ | 

ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ବେଶ ହଟଚମଟ ଚାଲିଛି । ଏହି ଘଟଣାରେ ପୋଲିସ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ ମଧ୍ୟ କରି ତଦନ୍ତ ବି ଜାରି ରଖିଛି | ହେଲେ ଏହାକୁ ନେଇ ଚାଲିଛି ରାଜନୀତି । କଂଗ୍ରେସ ବିଜେପି ତଥ୍ୟ ଅନୁସନ୍ଧାନ କରି ଦଳ ପଠାଇ ଅନୁଧ୍ୟାନ ବି କରିସାଲାଇଲେଣି | ହେଲେ ଏବେ ସ୍ମିତାରାଣୀ ପ୍ରସଙ୍ଗରେ ଟୁଇଷ୍ଟ ଆସିଛି ରୁପେଶଙ୍କ ନିଜର କିଏ ? ରୁପେଶ କେଉଁ ଦଳର ନେତାଙ୍କ ଖାସ |  ଯେଉଁ ଦଳର ବି ହେଉ ପୋଲିସ ଦୃଷ୍ଟିରେ ଅଭିଯୁକ୍ତ ଯେହେତୁ ରୁପେଶ ଆଉ ପୋଲିସ୍ର ସନ୍ଦେହ ଯଦି ସତ୍ୟ ତେବେ ରୁପେଶ ଜଘନ୍ୟ ଅପରାଧ କରିଛନ୍ତି | ରୁପେଶ ଜଣେ ବେପାରୀ ବା ଠିକାଦାର | ବିଭିନ୍ନ ସମୟରେ ବୀଭିନ୍ନ ଦଳର ନେତାଙ୍କ ସହ ମିଶିଥିବେ | ହେଲେ ଏବେ କିନ୍ତୁ ଅଭିଯୁକ୍ତ କାହାର , ବିଡେଡିର ନା ବିଜେପିର ବୋଲି ବଡ ବିବାଦ ଆରମ୍ଭ ହୋଇଯାଇଛି । ଆଉ ଏ ଖେଳ ଆରମ୍ଭ କରିଥିଲେ ବିଜେପି ନେତା ଗୌତମ ରାୟ | ଆଜି ସାମ୍ବାଦିକ ସମ୍ମୀଳନିରେ ରୁପେସ ଓ ବିଧାୟକ ପ୍ରଣବ ବଳବନ୍ତ ରାୟ ବିହେଡୁ ନେତା ଅରୁଣଙ୍କ ସହ ଠିଆ ହୋଇଥିବା ଫୋଟୋ ଟିଏ ଦେଖାଇ  ରୁପେସ୍ଯ ସହିତ ବିଜେଡିର ସମ୍ପର୍କ ଅଛି ବୋଲି ଅଭିଯୋଗ କରିଥିଲେ | ହେଲେ ଜଷ୍ଟ ତାର କିଛି ସମୟ ପରେ ହଠାତ ସୋସିଆଲ ମିଡିଆରେ ଭାଇରଲ ହେଲା ଦୁଇଟି ଫୋଟୋ | ଆଉ ସେ ଫୋଟୋରେ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ବିଜେପି ବରିଷ୍ଠ ନେତା ତଥା ଟିଭି ପରଦାରେ ବିଜେପିର ଏକଦା ମୁହଁ ଭାବେ ବିବେଚିତ ହେଉଥିବା ସଜ୍ଜନ ଶର୍ମାଙ୍କ ସହିତ ରୁପେଶ ଓ ଅନ୍ୟ କିଛି ଲୋକ ଅଛନ୍ତି | ଆଉ ମୁହୂର୍ତ୍ତ ବି ଅନ୍ତରଙ୍ଗ | ମିଡ଼ ଇଷ୍ଟ ହୋଟେଲରେ ସେମାନେ ଖିଆ ପିଆ କରିଛନ୍ତି | ତା ଭିତରେ ଗୋଟାଏ ଫୋଟୋ ଓ ହୋଟେଲ ବାହାରେ ଗୋଟେ ଫୋଟୋ | ତେଣୁ ହୋଟେଲରେ ଯେତେବେଳେ ଖିଆପିଆ ହୋଇଛି ନିହାତି ସେତିକି ଅନ୍ତରଙ୍ଗ ହୋଇଥିଲେ ହିଁ ହୋଇପାରିବ ବୋଲି ଭାବିବା ସ୍ୱାଭାବିକ | ତେଣୁ  ରାଜ୍ୟ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ଯୁବ ନେତା ଅରୁଣ କୁମାର ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶଙ୍କ ଫଟୋକୁ ପ୍ରଦର୍ଶନ କରି ଏହି ହତ୍ୟାକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିଥିବା ବେଳେ ସିଧାସଳକ ଭାବ ରୂପେଶର ଲିଙ୍କ ବିଜେଡିର କେଉଁ ନେତାଙ୍କ ସହ ରହିଥିଲା, ଏବଂ ଏଥିରେ କାହାର ସମ୍ପୃକ୍ତି ଥାଇପାରେ ବୋଲି ପ୍ରଶ୍ନ ଉଠାଇଥିଲେ ।  ଏହା ଯେ ବୁମେରାଂ ହେବ  ଫୋଟୋ ଦେଖିଥିବା ବିଜେପି ନେତା ଗୌତମଙ୍କ ଧାରଣା ନଥିଲା | ଅରୁଣ ଓ ପ୍ରଣବଙ୍କ ଫୋଟୋ ଦେଖାଉ ଦେଖାଉ ସେପଟେ ଭାଇରାଲ ହେଲା ସଜ୍ଜନଙ୍କ ଫୋଟୋ | ତେଣୁ ଏବେ ପ୍ରଶ୍ନ ଉଠିଲାଣି ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନ ସଜ୍ଜନଙ୍କ ସହ !! ସେ ବିଜେଡିର ନ ବିଜେପିର !!! ଆଉ ବାକି ରହିଲା ରୁପେଶଙ୍କ ଆଉ କେଉଁ କେଉଁ ନେତାଙ୍କ ସହ ଫୋଟୋ ଆଗକୁ ଭାଇରଲ ହେଉଛି !!!!!! ହେଲେ ଗୋଟିଏ କଥା ନିଶ୍ଚିତ ଯେ ବେପାରୀ ବା ଠିକାଦାରଙ୍କ କିଛି ନିର୍ଦ୍ଦିଷ୍ଟ ଦଳ ନଥାଏ | ଯିଏ ଆସିଲା ସିଏ ତାଙ୍କର | ବେପାର ହେଲେ ଗଲା |

 

0
0
0
s2sdefault