ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ପୋଲିସର ଏକ ଟିମ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ୨ଜଣ ଡକାୟତଂକୁ ଗିରଫ କରିଛି | ଟ୍ରକ ଡ୍ରାଇଭରଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟ କରିବାକୁ ହୋଇଥିବା ଯୋଜନାରେ ଏହି ଗୋଷ୍ଠୀ ନାମରେ ଆଗରୁ ମଧ୍ୟ ଅଭିଯୋଗ ହୋଇ ରହିଛି | ହେଲେ ଗତ୨୮ସେପ୍ଟେମ୍ବର୍ ରାତିରେ ଇରିଗେସଂନ କଲୋନୀ ସୁରେନ୍ଦ୍ର ତିଗାଙ୍କ ଘର ସାମ୍ନାରୁ ଗୋଟିଏ ଆପାଚି ବାଇକ ଚୋରିକରି ନେଇଯାଇଥିଲେ | ବାଇକର ନମ୍ବର ଥିଲା OD୧୬-୩୦୩୩ | ଟାଉନ ଥାନାରେ ବାଇକ ମାଲିକ ବାଇକ ଚୋରି କେଶ ଦାୟର କରିଥିଲେ | ପୋଲିସ ତୁରନ୍ତ ତାହାରି ଉପରେ ତନାଘନା ଆରମ୍ଭ କରିଦେଇଥିଲା | ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଦୁଇ ଚୋରଙ୍କ ଗତିବିଧି ଉପରେ ନଜର ରଖି ସଠିକ ସମୟରେ ଜାଲ ବିଛାଇ ଏହି ଦୁଇ ଚୋରଙ୍କୁ କାବୁକରିଥିଲେ | ହେଲେ ଏହି ଦୁଇ ଚୋରଙ୍କ ସମେତ କିଛି ମାସ ଆଗରୁ ସୁନ୍ଦରଗଡ଼ ସହରର ଶଙ୍କରା ବାଇପାସ ପାରିଜାତ ପାର୍କ ଠାରୁ ସେମନା ଛକ, ଅମଲିପାଲି ଦେଇ ଗଭର୍ନମେଣ୍ଟ କଲେଜ ବାଇପାସ ଆଡକୁ ଯାଉଥିବା ଟ୍ରକ ଗୁଡିକର ଡ୍ରାଇଭରଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟବାଜ ପାଇଁ ତୟାର ହୋଇ ଥିଲେ ସେହି ସମୟରେ ପୋଲିସ ଖବର ପାଇବା ମାତ୍ରେ ପୋଲିସ ଟିମ ଘଟଣା ସ୍ଥଳ ଠୁ କିଛି ଦୂରରେ ପହଂଚି ସେମାନଙ୍କ ଗତିବିଧିକୁ ନିରୀକ୍ଷଣ କରିଥିଲା ହେଲେ ଦୂରରୁ ପୋଲିସ ଗାଡିକୁ ଦେଖି ଅପରାଧୀମାନେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ | କିଛି ବାଟ ଗୋଡ଼ାଗୋଡ଼ି ହେବା ପରେ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ | ହେଲେ ପୁଣି ସେମାନେ ବେଲରେ ବାହାରି ଚୋରୀ ଡକାୟତି ଜାରୀ ରଖିଥିଲେ ସେମାନେ ହେଲେ ଓମରାଜ ମହାପାତ୍ର(୧୯)ଓରଫ ରାଜା, ସୁମନ ବିଶ୍ୱାଳ(୨୦)ଓରଫ ଶିବା, | ସେମାନଙ୍କ ପାଖରୁ ବାଇକ ଉଦ୍ଧାର ହୋଇଛି ପୋଲିସ କେଶ ନମ୍ବର-210/29 ,u/s-379IPC ରେ ବୁକ କରି ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି ବୋଲି ସୁନ୍ଦରଗଡ ଟାଉନ ଥାନା ଅଧିକାରୀ ବିଭସ୍ଵ ପ୍ରଧାନ ସୂଚନା ଦେଇଛନ୍ତି |









