ହେଡଲାଇନସ୍:

ବଲାଣିରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ଟିମ ପାଇବ ୪୦ ହଜାର ଓ ଟ୍ରଫି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଣି (ଶାସକ ପ୍ରଶାସକ):ବଲାଣି ବିକାଶ ପରିଷଦ ଆନୁକୂଲ୍ୟରେ ବଲାଣି ସ୍ଥିତ କ୍ରିକେଟ ପଡିଆ ଠାରେ ପ୍ରଥମ ଚ୍ୟାଲେଞ୍ଜର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର, ସୁନ୍ଦରଗଡ଼, ମୟରଭଂଜ ଜିଲା ସମେତ ପଡ଼ୋଶୀ ଝାରଖଣ୍ଡ ଅଂଚଳର ମୋଟ ୩୨ଟି ଦଳ ଭାଗ ନେଇଥିବାର ଜଣାପଡିଛି । ଆଜି ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।  ବଲାଣି ଖଣିର ଖଣି ବିଭାଗର ମହାପ୍ରବନ୍ଧକ କମଲ ଭାସ୍କର, ପର୍ସନେଲ ବିଭାଗର ମହାପ୍ରବନ୍ଧକ ଭି.କେଭିନ ଘୋଷ, ମାଇନିଂ ବିଭାଗର ସହପ୍ରବନ୍ଧକ ସଞ୍ଜୟ ଦେଓ ଓ ବାଲାଗଡା ପଂଚାୟତର ସରପଞ୍ଚ ମଙ୍ଗଲ ମୁଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ମୋଟ ୧୫ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବଲାଣି ଅଂଚଳର ବିଏମଡବ୍ଲ୍ୟୁ ଦଳ  ଓ ବାବା ସଂଠେଶ୍ୱର ଦଳ ନକ ଆଉଟ ମ୍ୟାଚରେ ବିଜୟଲାଭ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବଲାଣି ବିକାଶ ପରିଷଦ ପକ୍ଷରୁ ପ୍ରଥମ ୪ଟି ଦଳଙ୍କୁ ଯଥାକ୍ରମେ ୪୦ ହଜାର, ୩୦ ହଜାର, ୧୫ ହଜାର ଓ ୧୦ ହଜାର ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯିବ । ଏହା ବ୍ୟତୀତ ବିଭିନ୍ନ ବର୍ଗରେ ବ୍ୟକ୍ତିଗତ ପୁରସ୍କାର ରଖା ଯାଇଛି । ଆଜି ପ୍ରଥମ ଦିବସରେ ଦର୍ଶକ ଗ୍ୟାଲେରୀରେ ଖୁବ ଭିଡ଼ ଦେଖିବାକୁ ମିଳିଥିଲା। ବଲାଣି ବିକାଶ ପରିଷଦର ପଦାଧିକାରୀଙ୍କ ନିଷ୍ଠାପର ଉଦ୍ୟମ ଖେଳପ୍ରେମୀଙ୍କୁ ଟୁର୍ଣ୍ଣାମେଣ୍ଟ ପ୍ରତି ଆକୃଷ୍ଟ କରିବାରେ ସକ୍ଷମ ହୋଇଛି।

 

 

0
0
0
s2sdefault