ହେଡଲାଇନସ୍:

ଶିକାରୀ ହେଲେ ଶିକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରହା ଶିକାର ପାଇଁ ବୋମ ପ୍ରସ୍ତୁତ ବେଳେ ବିସ୍ଫୋରଣ :ଜଣେ ମୃତ, ୨ ଗୁରୁତର ।

ବାରିପଦା(ଦିଲ୍ଲୀପ ମହାନ୍ତି )- ଆକ୍ଟୋବର ୧୮ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର କେତେକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ବାରହା ଶିକାର ପାଇଁ ନିଜ ଘରେ  ବମ ପ୍ରସ୍ତୁତ କରୁଥିବା ବେଳେ ବିସ୍ଫୋରଣ ହୋଇଥିବାର ସୂଚନା ମିଳିଛି ।  ଶିକାର ନିମନ୍ତେ  ଦାସ ଟୁଡୁ ନିଜ ଘରବାଡ଼ିରେ ହାତ ତିଆରି ବମରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ନିକଟରେ ଉପସ୍ଥିତ ରହିଥିଲେ  ଉକ୍ତ ଜଟିଆଶୋଳ ଗ୍ରାମର ଭକ ସୋରେନ, ଜଗର ମୁର୍ମୁ। ଏହି ସମୟରେ ଅସାବଧାନତା କାରଣରୁ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ପ୍ରଚଣ୍ଡ ଶବ୍ଦଶୁଣି ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାରର ସଦସ୍ୟମାନେ ଆହତ ଜଗର ଓ ଦାସଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ନେଇ ଆସୁଥିବା ସମୟରେ ମୁର୍ଗବାଡିଠାରେ ଦାସ ଟୁଡୁର ମୃତ୍ୟୁ ହୋଇଥିଲା  । ଜଗର ମୁର୍ମୁକୁ ମେଡିକାଲରେ ଭର୍ତି କରାଇଥିବା ବେଳେ

 ବୋମ ବିସ୍ଫୋରଣ ଘଟଣାକୁ ଚପାଇବାକୁ ଯାଇ ମୃତ ଦାସ ମୁର୍ମୁଙ୍କୁ  ଫେରାଇ ଆଣିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନାଧିକାରୀ ଶରତ କୁମାର ମହାଳିକ ଜଟିଆଶୋଳ ଗ୍ରାମରେ ପହଁଚି ମୃତ ବ୍ୟକ୍ତି ଦାସ ଟୁଡୁର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବାରିପଦା ମେଡିକାଲକୁ ପଠାଇବା ସଂଗେ ସଂଗେ  ଘଟଣା ସ୍ଥଳରୁ ଵୋମ ପ୍ରସ୍ତୁତ ବେଳେ ବ୍ୟବହୃତ ସାମଗ୍ରୀ ଆଦିକୁ ଜବତ କରିଥିଲେ । ଏଥିସହିତ ଥାନା ଓ କୋର୍ଟ କଚେରୀ ଭୟରେ ବୋମ ବିସ୍ଫୋରଣରେ ଦୁଇ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଭକ ସୋରେନଙ୍କୁ ଘରେ ଲୁଚିଥିବା ଅବସ୍ଥାରେ  ଥାନା ଅଧିକାରୀ ଖୋଜି ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ  ଚିକିତ୍ସିତ ପାଇଁ  ପଠାଇଥିଲେ  । ବୋମା  ବିସ୍ଫୋରଣ ଘଟଣାକୁ ନେଇ ଝାରପୋଖରିଆ ଥାନାରେ ଏକ ମାମଲା ରୁଜୁ କରାଯାଇ  ତଦନ୍ତ ଆରମ୍ଭ ହୋଇଛି ଏବଂ ଶେଷ ହେବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି  ଥାନା ଅଧିକାରୀ ଶ୍ରୀ ମହାଳିକ ସୂଚନା ଦେଇଛନ୍ତି । ଏବିଷୟରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବାରିପଦା ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଆଦିରେ ବାରହା ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିବା ବେଳେ କେତେକ ଜଙ୍ଗଲରେ କୁଟୁରା, ହରିଣ ଆଦି ଜୀବଜନ୍ତୁ ରହିଥିବାର ଜଣାପଡିଛି । କେତେକ ଦୁଷ୍ଟ ପ୍ରକୃତିର ଶିକାରୀ ଫାଶ, ଖାଦ୍ୟରେ ବିଷ ଏବଂ ହାତ ତିଆରି ବୋମରେ ଖାଦ୍ୟ ବୋଳି ଏମାନଙ୍କୁ ଶିକାର କରୁଛନ୍ତି । ବାରିପଦା ବନଖଣ୍ଡ ଅଧିକାରୀ ସ୍ଵୟମ ମଲ୍ଲିକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି ଏବଂ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

 

0
0
0
s2sdefault