ହେଡଲାଇନସ୍:

ସନ୍ଧ୍ୟାରେ ସରିବ : ଚାଲିଛି ନେତାଙ୍କ ମୁଣ୍ଡିମରା ପ୍ରଚାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ବହୁତ ପ୍ରଭାବ ପକାଇଛି :- ମନ୍ତ୍ରୀ ଡ଼ା,ଅରୁଣ ସାହୁ

ବିଜେପୁର NAC ରେ ବିଜେଡି ବହୁ ଭୋଟରେ ଜିତିବ :- ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ପ୍ରଚାର ଶେଷ ଦିନ । ଆଉ କେଇଘଣ୍ଟା ପରେ ସରିଯିବ ପ୍ରଚାର । ନିଜ ନିଜ ପ୍ରାର୍ଥୀ ଙ୍କର ସପକ୍ଷରେ ଶେଷ ପ୍ରଚାରରେ ଲାଗିଛନ୍ତି ନେତା ଓ କର୍ମୀ । ଆଜି ବିଜେପୁର NAC ଅଂଚଳରେ  ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଜେଡି ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ଙ୍କର ନେତୃତ୍ୱରେ କର୍ମୀ ମାନେ ଏକ ବାଇକ ରେଲି ରେ ଘର ଘର ବୁଲି ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ଼  ଅରୁଣ ସାହୁ କହିଲେ , ଯେ ବିଗତ ଦୁଇ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରଚାର ଦ୍ୱାରା ବିଜେପୁର ଅଂଚଳରେ ବହୁତ ପ୍ରଭାବ ପଡିଛି । ସେହିଭଳି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ବିରୋଧୀ ପ୍ରାର୍ଥୀ ବିଜେପୁର ଅଂଚଳର ହେଇଥିଲେ ବି ବିଜେଡି ବିଜେପୁର NAC ରୁ ବିପୁଳ ସଂଖ୍ୟା ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବ । ସେହିଭଳି ଆଜି ବିଜେପୁର ଅଂଚଳରେ ରେ ଦଳର ପାଞ୍ଚ ଶହରୁ ଅଧିକା ମହିଳା କର୍ମୀ ମାନେ ଘର ଘର ବୁଲି ଶ୍ରୀମତୀ ରୀତା ସାହୁ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । 

      ସେପଟେ ବରପାଲି NAC ଅଂଚଳରେ ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ  ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ବିଧାୟକ ଡା, ରାସେଶ୍ୱରୀ ପାଣିଗ୍ରାହୀ ଙ୍କର ସହିତ ଡୋର ଟୁ ଡୋର ପ୍ରଚାର କରୁଛନ୍ତି । ସମାନ ଅବସ୍ଥା ଗାଇସିଲେଟ ଅଂଚଳରେ । ଏଠାରେ  ମନ୍ତ୍ରୀ ପଦ୍ମନାଭ ବେହେରା ,ମନ୍ତ୍ରୀ ଶ୍ରୀ ନବ ଦାଶ ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ପ୍ରମୁଖ ଶେଷ ଦିନର ପ୍ରଚାର କୁ ଜୋରସୋରରେ ଜାରି ରଖିଛନ୍ତି ।

0
0
0
s2sdefault