ହେଡଲାଇନସ୍:

ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତି. ବୁଥକୁ ପ୍ରସ୍ଥାନ କରୁଛନ୍ତି ପୋଲିଙ୍ଗ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ସ୍ଥାରରେ ସମସ୍ତ କାର୍ୟ୍ଯ ଶେଷ ପର୍ଯୟରେ ପହଂଛି ଯାଇଛି । ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ମୁତାବକ ଶାନ୍ତି ଶୃଙ୍ଖଳାର ସହିତ ନିରପେକ୍ଷ ମତଦାନ କରେଇବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ପଦ୍ମପୁର ସ୍ଥିତ ଗୋରୁବଜାର ପଡ଼ିଆରୁ ବିଜେପୁର ନିର୍ବାଚନ ମାନଳୀର 285 ଗୋଟି ବୁଥକୁ ମତଗ୍ରହଣ ପାଇଁ , ପ୍ରତେକ ବୁଥ କୁ ଅଧିକାରୀ ମାନେ ମତଗ୍ରହଣ ପାଇଁ ଆବଶ୍ୟକୀୟ EVM ଓ VV ପେଡ ମେସିନ ତଥା ଅନ୍ୟାନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ପ୍ରସ୍ଥାନ କରୁଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀ ରେ ସମୁଦାୟ 135 ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ 6 ଟି ବୁଥ ମାଓ ପ୍ରବଣ ଅଂଚଳରେ ରହିଛି ।ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ତରଫରୁ ଜଣେ ଅତିରିକ୍ତ SP , 7 ଜଣ dsp , 25 ଜଣ ଇନ୍ସପେକ୍ଟର , ଓ 75 ଜଣ ASI ଙ୍କର ସହିତ 33 ପ୍ଲାଟୁନ ପୋଲିସ ଓ 3 କମ୍ପାନୀ CRPF କାର୍ଯରତ ରହିବେ । ଏହା ସହିତ ସୁରକ୍ଷା ପାଇଁ ପେଟ୍ରୋଲିଂ ପାର୍ଟି ମଧ୍ୟ ରହିଥିବା SP ସୂଚନା ଦେଇଛନ୍ତି ।ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁର ବାହାରର ସମସ୍ତ ଦଲୀୟ ନେତା ଓ କର୍ମୀ ମାନଙ୍କୁ ବିଜେପୁର ଛାଡି ଦେବା ପାଇଁ କୁହାଯାଇଛି ।  ବରଗଡ଼ ଜିଲ୍ଲାପାଳ , ପଦ୍ମପୁର ଉପଜିଲ୍ଲାପାଳ ତଥା SDPO ପଦ୍ମପୁର ଙ୍କର ଉପସ୍ଥିତ ରେ ଏହି କାର୍ଯ୍ୟ ସୁଚାରୁ ରୂପରେ ପରିଚାଳନା କରାଯାଉଛି ।

0
0
0
s2sdefault