ହେଡଲାଇନସ୍:

୧୭ଟି ଶବ୍ଦରେ ନବୀନ ସାରିଲେ ପ୍ରଚାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର : ଆସିଲେ |  ଦୁଇ ଦିନ ରହିଲେ | ଦୁଇ ପଦ ଲେଖାଏ କଥା କହିଲେ। "ଆପଣମାନେ ଖୁସି ତ । ମୁଁ ବି ବହୁତ ଖୁସି। ମତେ ଆର୍ଶିବାଦ କରନ୍ତୁ। ରିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ |  ଧନ୍ୟବାଦ    "| ମାତ୍ର ୧୭ଟି ଶବ୍ଦ | ଆଉ ଏତିକି ଶବ୍ଦ ଭିତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ବାବୁ ସାରିଦେଲେ ବିଜେପୁର ବାଇଇଲେକ୍ସନ ପ୍ରଚାର | ବିରୋଧୀଙ୍କ ଲମ୍ବା ଭାଷଣ ଆଉ ହଜାରେ ପ୍ରଶ୍ନର ଉତ୍ତର ନବୀନ ବାବୁ ଦେଇ ଆସିଲେ ମାତ୍ର ୧୭ଟି ଶବ୍ଦରେ | ଏ କଥା ରେ କି ଯାଦୁ ଅଛି କେଜାଣି ! ବିଜେପୁର ନିର୍ବାଚନ ମଣ୍ତଲି ସାରା ସମସ୍ତେ ପାଗଲ। ସବୁ ନେତାଙ୍କ ଲମ୍ବା ଲମ୍ବା ଗରମ ଭାଷଣକୁ ନବୀନଙ୍କ ମାତ୍ର ଦୁଇ ପାଦ କଥା | ମାନେ ଗୋଟାକ ଯାକ  ଗୋଟିଏ ବାଇ ଇଲେକସନ ପ୍ରଚାର ନବୀନ ବାବୁ  ସାରିଦେଲେ। ସେଇ ୧୭ଟି ଶବ୍ଦରେ ବିଜେପୁର ବାସୀ ବିକାଶର କି ନକ୍ସା ବା ସୁନେଲି ସ୍ବପ୍ନ ଦେଖିଲେ କେଜାଣି, ସବୁ ପୁରା ନବୀନ ମୋହାଚ୍ଛନ୍ନ | ଆଉ ଏହା ପ୍ରମାଣିତ ହୋଇଯାଇଥଲା ସବୁ ଛକରେ ଆଉ ରାସ୍ତା କଡରେ ଉପସ୍ଥିତ ବିଜେପୁର ବାସୀଙ୍କ "ହଁ"ରୁ | ମୁଖ୍ୟମନ୍ତ୍ରୀ " ଆପଣ ମାନେ ଖୁସି ତ" ବୋଲି ପଚାରିବା ବେଳେ ଲୋକମାନେ ହେଉ ଉଚ୍ଚସ୍ୱରରେ " ହଁ" ମାରୁଥିଲେ ତାହା ପ୍ରମାଣିତ କରୁଥିଲା ନବୀନ ଯାଦୁ |  ଆଉ ଯିଏ ଯାହା ପ୍ରଚାର କଲେ ବି କାଇଁ ଏମିତି ଦାନା ଧରୁନି, ଯାହାକି ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରିବ | ବିରୋଧି ବି ଅବାକ।  ହେଲେ ବିଜେପୁର ଭୋଟର ନବିନ ପଟ୍ଟନାୟକଙ୍କୁ  ସତରେ କଣ ଏତେ ଭଲ ପାଆନ୍ତି ! ଏତେ ବିଶ୍ବାସ କରନ୍ତି ! ଆଉ ନାଚହୁଁଛନ୍ତି ବୋଲି ବି କହିବା ଭୁଲ ହେବ | କାରଣ ତାହା ବିଗତ ଦୁଇ ଦୁଇ ଥର ନିର୍ବାଚନରେ ପ୍ରମାଣିତ ହୋଇସାରିଛି  । ଗତ ହକି ବିଶ୍ୱକପ ଉଦଘାଟନୀ ବେଲେ ଜନ୍ମ ନେଇଥବା ଏହି ୧୭ଟି ଶବ୍ଦର ଦୁଇ ତିନି  ପଦ "ଆପଣ ମାନେ ଖୁସି ତ.....! ........ ମୁଁ ବି ବହୁତ ଖୁସି" | ଗତ ୨୦୧୯ ସାଧାରଣ ନିର୍ବାଚନ ଏହି ଦୁଇ ଧାଡିରେ ଆଉ ଅଳ୍ପ କିଛି ମିଶାମିଶି ଶବ୍ଦରେ ଶେଷ  ହୋଇଗଲା। ବିରୋଧିଙ୍କ ତାତ୍ସଲ୍ୟ ତଥା ସୋସିଆଲ ମିଡିଆରେ ଘୋଷା ଶବ୍ଦରେ ପରିଣତ ହୋଇଥିବା ଏହି କଥା ଦୁଇ ପଦ  ବିଜୁଜନତା ଦଲ ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଲଟି ଯାଇଥିଲା |  ଆଉ ବିଜେଡି ସଫଳତାର ବୀଜ ମନ୍ତ୍ର ସାଜିଥିଲା ଗତ ନିର୍ବାଚନରେ | ସାରା ଭାରତରେ ମୋଦି ଲହର ସତ୍ତ୍ୱେ  ଓଡିଶାରେ ଚାଲିଲା ନବିନ ଲହର |

ଚମତ୍କାର ଲାଗୁଛି। ନା ଏଟା କରିଦେବି ନା ସେଟା କରିଦେବି କିଛି ନାହିଁ ( ପ୍ରତିଶ୍ରୁତି ତାଙ୍କ ନେତାମାନେ ଦେଉଥିବେ) । ତଥାପି ବରପାଲି ବିଜେପୁର ଗାଇସିଲେଟ ଅଞ୍ଚଳର ଭୋଟର ହୋଇଗଲେ ପାଗଲ। ସତରେ ନବୀନଙ୍କୁ  ଲୋକେ ଏତେ ଭଲପାଆନ୍ତି ନା ଆଉ କଣ । ସତରେ କଣ  ଏତେ ବିଶ୍ବାସ କରନ୍ତି ! ବେଳେବେଳେ ବୁଝି ହୁଏନି, ହେଲେ ପ୍ରଭାବ ଦେଖି ବୁଝିହୁଏ ଏଇ କେତୋଟି ଶବ୍ଦର କିଛି ଗୁରୁତ୍ୱ ତ ନିଶ୍ଚୟ ଅଛି |

ବିଜେପୁର ନିର୍ବାଚନ ମଣ୍ତଲି ରେ ବିଜେପି କଂଗ୍ରେସ ର ନେତାମାନେ ନବୀନଙ୍କ  ଦୁଇପଦ କଥାକୁ ଯେତେ କାଉଣ୍ଟର କଲେ ବି ତାର ପ୍ରଭାବ ସେତେଟା ପଡିଲା ଭଳି ଲାଗୁନି | ଯିଏ ଯେଟେ ନବୀନ ଆଉ ତାଙ୍କ ସରକାରଙ୍କ ବିଫଳତାକୁ ନେଇ ଲମ୍ବା ଭାଷଣ ଦେଲେ ବି ଏଇ କେଇ ପଦ କଥା  କହି ନବୀନ ବାବୁ ହାତ ହଲାଇ ଦେଲା ବେଳକୁ ପ୍ରାୟତଃ ଲୋକ ମେସମରାଇଜ ହୋଇଯାଉଛନ୍ତି |  ବଡ ବଡ ନେତା ବିଭିନ୍ନ ଗାଁ ରେ ଡେରା ପକାଇଛନ୍ତି, ଆଉ ପ୍ରଚାର କରୁଛନ୍ତି | ହେଲେ ମାତ୍ର କେଇ ମୁହୂର୍ତ୍ତ ପାଇଁ ଆସି, ତଳକୁ ନଖସି, ମୁରୁକି ହସି  "ଆପଣ ମାନେ ଖୁସିତ ମୁଁ ବି ବହୁତ ଖୁସି" କହଦେବ ପରେ ସତେ ଯେମିତି ସେ ଶବ୍ଦର ମୋହରେ ଫସି ଯାଉଛନ୍ତି | ଏହା ଯେବେ ବିଜେପୁର ନୁହେଁ, ବିଭିନ୍ନ ଜାଗାରେ ହୋଇଥିବା ନିର୍ବାଚନରେ ନବୀନଙ୍କ ମୁଣ୍ଡି ମରା ପ୍ରଚାରର ପ୍ରଭାବରୁ ପ୍ରମାଣିତ | 

 

0
0
0
s2sdefault