ହେଡଲାଇନସ୍:

କଦଳୀ ଗଡ ଗଜଲକ୍ଷ୍ମୀ ପୂଜା ରେ ଭକ୍ତଙ୍କ ପ୍ରବଳ ଭିଡ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ରେଢାଖୋଲ  ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ରେ ମା ସାର୍ବଜନୀନ ଗଜଲକ୍ଷ୍ମୀପୂଜା ରେ ଦିନକୁ ଦିନ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳୁଛି I ଚଳିତ ବର୍ଷ ଏହି ପୂଜା ୪୮ ବର୍ଷରେ ପଦାର୍ପଣ କରିଛି Iପୂଜା ପାଇଁ କଦଳୀଗଡ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି I ଅଞ୍ଚଳର ମିଳିତ ସହଯୋଗରେ ବିଗତ ଭଳି ଚଳିତ ବର୍ଷ ମଧ୍ୟ ମା ଲକ୍ଷ୍ମୀଙ୍କ ର ପୂଜା ମହା ହସ ଉଲ୍ଲାସରେ ପାଳିତ ହେଉଛି I ଏହି ଅବସରରେ ଗତ ରବିବାର ଦିନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରା ରେ ବାହାରି କନ୍ଧରା ଯୋରରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ I ସଂପୂର୍ଣ୍ଣ ବିଧି ଅନୁସାରେ ପୂଜା ଚାଲିଛି I ପ୍ରତ୍ୟେକ ସକାଳେ ଓ ସନ୍ଧ୍ୟାରେ ମା ଙ୍କର ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ପୂଜାକୁ ଆକର୍ଷଣୀୟ କରିବା ପାଇଁ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକ ମାଳାରେ ସଜା ଯାଇଛି I ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୁତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରାଯାଇ ମା ଙ୍କ ପାଖରେ ଲାଗି ହେଲା ପରେ ଭକ୍ତ ମାନଙ୍କୁ ବିତରଣ କରାଯାଏ I ପୂଜାରେ ଉତ୍ତମ ମହାଖୁଡ ଓ ତାଙ୍କ ଧର୍ମ ପତ୍ନୀ ଙ୍କ ସହ କର୍ତ୍ତା ଦାୟିତ୍ୱରେ ଥିବା ବେଳେ ପୂଜକ ଭାବେ ବିବେକା ନନ୍ଦ ହୋତା ଅଛନ୍ତି I ପୂଜା ପରିଚାଳନା କମିଟିରେ ସଭାପତି ପ୍ରକାଶ କର୍ଣ୍ଣ , ସଂପାଦକ  ସୌରଭ କୁମାର ବାଘ, ସହ ସଭାପତି ଦେବାଶିଷ ମହାଖୁଡ , ସହ ସଂପାଦକ ସତ୍ୟବ୍ରତ ପ୍ରଧାନ ,କୋଷାଧ୍ୟକ୍ଷ ଭୁବନେଶ୍ୱର ପ୍ରଧାନ ପ୍ରମୁଖ ଅଛନ୍ତି I ଆସନ୍ତା ୨୧ ତାରିଖ ଦିନ ପୂଜା ସମାପନ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ I

0
0
0
s2sdefault