ହେଡଲାଇନସ୍:

ଓଡ଼ିଆ ଝିଅ  ଶୁଭଶ୍ରୀ  ଲଣ୍ଡନ ବିଜିନେସ  ସ୍କୁଲରେ ହେଲେ ଯୋଗ୍ୟ ବିବେଚିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : ଓଡ଼ିଶାର ଗର୍ବ ଗୌରବ ଶୁଭଶ୍ରୀ ମହାପାତ୍ର ଲଣ୍ଡନ ବିଜିନେସ ସ୍କୁଲରେ ଯୋଗ୍ୟ ବିବେଚିତ ହୋଇ କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପୋଖରୀପୁଟ୍ ଡିଏଭି ସ୍କୁଲରେ ସିବିଏସ୍ଇ ୧୦ମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହେବା ସହ ଓଡ଼ିଶାରେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ସେ ଡିଏଭିରେ ଦ୍ୱାଦଶ ଶ୍ରେଣୀ ପାସ୍ କରି ଆଇଆଇଟି କରିଥିଲେ । ପରେ ସେ ଲଣ୍ଡନ ବିଜ୍ନେସ୍ ସ୍କୁଲରେ(ଏମ୍ବିଏ) ପାଠପଡ଼ି କୃତୀତ୍ୱ ହାସଲ କରିଛନ୍ତି । ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚନ୍ଦ୍ର ମହାପାତ୍ରଙ୍କ ନାତୁଣୀ, ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଓ ଭୁବନେଶ୍ୱର ନୋଟାରୀ ସଂଘ ସଭାପତି ତୁଷାରକାନ୍ତୀ ମହାପାତ୍ର ତଥା ବାଲିଅନନ୍ତା ବ୍ଲକ୍ ସେକ୍ସନ ଅଫିସର ସଚଳା ଦାଶଙ୍କ ଝିଅ ଶ୍ରୀଭଶ୍ରୀଙ୍କ ଏହି କୃତୀତ୍ୱ ପାଇଁ ଭୁବନେଶ୍ୱର ଓକିଲ ସଂଘ, ଓ ଡିଏଭି ସ୍କୁଲ ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଧିବାସୀ ଶୁଭଶ୍ରୀ ଓ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault