ହେଡଲାଇନସ୍:

ଗୁରୁ ଶିଷ୍ୟ ସଂପର୍କରେ ଲାଗିଲା କଳଙ୍କ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରି ଫସିଲେ ସହକାରୀ ଶିକ୍ଷକ

 ବାରିପଦା , (ଦିଲ୍ଲୀପ ମହାନ୍ତି) : ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଛି କାଳଙ୍କର ଛିଟା। କେତେକ ନଷ୍ଟ ଚରିତ୍ର ଶିକ୍ଷକଙ୍କ ନିମନ୍ତେ ଶିକ୍ଷକ ସମାଜର ମୁଣ୍ଡ ଆଜି ତଳକୁ ହୋଇଯାଇଛି । ସଙ୍ଗଯମତାକୁ ନିୟନ୍ତ୍ରଣ କରିନପାରିବା ସଙ୍ଗେ ସଙ୍ଗେ ନିଜର କାମନା ବାସନକୁ ଚରିତାର୍ଥ କରିବା ନିମନ୍ତେ ଏହି ଧରଣର ଶିକ୍ଷାକମାନେ ନିଜ ବିବେକ, ବୁଦ୍ଧି, ବିଚାର ଉପରୁ ନିୟନ୍ତ୍ରଣ ହରାଇ ଟାର୍ଗେଟ କରନ୍ତି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ । ପାପ, ଅଧର୍ମ ଦିନେ ନା ଦିନେ ପଦାକୁ ଆସିବା ପରେ ପରିସ୍ଥିତି     ଅଣ।ୟତ ହୋଇ ପଡେ । ଏହିଭଳି ଏକ କେଳେଙ୍କାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାହ୍ମଣମରା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ବିଦ୍ୟାଳୟରେ ଅଧ୍ୟାୟନରତ  ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ । ପ୍ରାପ୍ତ ସୂଚନା ଅନୁସାରେ ଅକ୍ଟୋବର ୧୬  ବୁଧବାର ଉକ୍ତ ବିଦ୍ୟାଳୟର  କାର୍ଯ୍ୟରତ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟରେ ଅଧ୍ୟୟନରତ ଏକ ଛାତ୍ରୀ ।  ଛାତ୍ରୀ ଜଣକ ଖାଇବା ପାଇଁ ଥାଳି ଆଣିବାକୁ ଆସିଥିବା ସମୟରେ ତାଙ୍କୁ ଏକାକି ପାଇ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳ ଜବରଦସ୍ତ କରିଥିବା ଅଭିଯୋଗ ଆଣି  ପ୍ରଥମେ ହଷ୍ଟେଲର ମେଟ୍ରନକୁ ଜଣାଇଥିଲେ । ମେଟ୍ରନ ମଧ୍ୟ ସରପଞ୍ଚ ଏ ବିଷୟରେ ଅବଗତ କରାଇଥିଲେ । ପରେ ପରେ ଘଟଣାଟି ଆଖିପିଛୁଳାକେ ଖେଳେଇ ଯାଇଥିଲା । ହୋଇଯିବା ପରେ ଗ୍ରାମବାସୀମାନେ ଆସି  ସ୍କୁଲକୁ ଘେରି ଯାଇଥିଲେ ଏବଂ ଶିକ୍ଷକ ପ୍ରଶାନ୍ତ ଭୂଜବଳ  ସ୍କୁଲକୁ ନେଇ ଆସିଥିବା ହୋଣ୍ଡାଇ ଆଇ ୧୦ କାରକୁ  ଭାଙ୍ଗି ଚୁରମାର କରି ଓଲଟାଇ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ , ସଦର SDPO , ଏଡିସନାଲ ଏସ୍ପି  ଉପସ୍ଥିତ ରହି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ନିମନ୍ତେ ଉଦ୍ୟମ କରିଥିଲେ । ମାତ୍ର ପରିସ୍ଥିତି ଅଣାୟତ ରହିଥିବାରୁ ବାରିପଦାରୁ ଫୋର୍ସ, ଦମକଳ ଗାଡି ଆସି ପହଞ୍ଚିଛି । ଉତ୍ୟକ୍ତ ଗ୍ରାମବାସୀମାଙ୍କ ନିକଟରୁ ବଞ୍ଚାଇବା ନିମନ୍ତେ ଅଭିଯୁକ୍ତ ଶିକ୍ଷକକୁ ପୁଲିସ ବିଦ୍ୟାଳୟର ଏକ କୋଠରୀ ମଧ୍ୟରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଥିବାର ଦେଖିବାକୁ ମିଳିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଶିକ୍ଷକ ପ୍ରଶାନ୍ତକୁ ପୁଲିସ ଥାନାକୁ ଆଣିବାରେ ସଫଳ ହୋଇପାରିନଥିଲା । ଗ୍ରାମବାସୀମାନେ ନିଜେ ଶିକ୍ଷାକର ବିଚାର କରିବେ ବୋଲି ଗୋଟାଏ ଜିଦରେ ଅଟଳ ଥିବାର ଦେଖିବାକୁ ମିଳିଥିଲା । ଫଳରେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁଁହା ମୁଁହିଁ ପରିସ୍ଥିତି ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି ।

0
0
0
s2sdefault