ହେଡଲାଇନସ୍:

ସ୍ଲିପ ଅଫ ଟଙ୍ଗ ହେଲେ ବି  ସତ କହିଦେଲେ କି ସୁର !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଲାଗୁଛି ବିଜେପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଆତ୍ମସମର୍ପଣ କରିଦେଲାଣି । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ସୁର ରାଉତରାୟ ଆଜି ଏକ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରୁ ଏହିଭଳି ଆଭାସ ହେଉଛି । ଆମେ ବୋଧହୁଏ ନିର୍ବାଚନ ହାରିଯିବୁ ।  ସୁର ବାବୁଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ଠାରେ ଦେଇଥିବା ଏହି ମନ୍ତବ୍ୟକୁ ନେଇ  ବର୍ତ୍ତମାନ ସାରା ରାଜ୍ୟରେ ଖୁବ ଚର୍ଚ୍ଚା । ସମସ୍ତେ ଜାଣନ୍ତି ଯେ ସୁର ବାବୁ ସିଧା ସିଧା ସତ କଥା କହିଦିଆନ୍ତି । ଅବଶ୍ୟ ସେ ଏତାଙ୍କ ନକହି " କଂଗ୍ରେସ କମିଙ୍ଗ " ବୋଲି କହି ଗାଲେଇ ଯିବାର ଥିଲା | ହେଲେ ପେଟ ଭିତରେ ଗୋଳେଇ ଘାଣ୍ଟି ହେଉଥିବା ସତ କଥାଟା ବାଇ ଚାନ୍ସ ପାଟିରୁ ସ୍ଲିପ କରିଗଲା | ଅବଶ୍ୟ ସେଠି ବିଜେପୁର ପାଇଁ କଂଗ୍ରେସର ଆଉ କଂଗ୍ରେସ ନେତାଙ୍କ ଚିତ୍ର ଚରିତ୍ର କାରବାର ଦେଖି ଲାଗୁନାହିଁ ଯେ ବିଜେପୁରରେ କଂଗ୍ରେସ ଲଢ଼ୁଛି ବୋଲି |  ତେଣୁ ଫଳ ଜଳ ଜଳ ହୋଇ ଦେଖା ଯାଉଥିବା ବେଳେ ସୁର ବାବୁ ସେ ସତ ତାକୁ  ବେଧଡକ ସ୍ୱୀକାର କରିଛନ୍ତି ।

0
0
0
s2sdefault