ହେଡଲାଇନସ୍:

ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଘୋଟଲା ଅଭିଯୋଗ : ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀ :ତଦନ୍ତ ଦାବୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:(Ramesh Mahanty):-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟର ଦ୍ୱାରା ପାଠ ନପଢି ରେଜିଷ୍ଟରରେ ନାମ ନଥାଇ ମଧ୍ୟ ଶିକ୍ଷାବିଭାଗ ଜାଲ ପ୍ରମାଣପତ୍ର ଟ୍ରାନ୍ସଫର ସାର୍ଟିଫିକେଟ୍ ରେ ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଚାକିରି । ଉକ୍ତ ଜାଲ୍ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିବା ଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି।ସୂଚନାନୁଯାୟୀ ଉକ୍ତ ବ୍ୟକ୍ତି ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଦିର୍ଘଦିନ ହେବ ସରକାରୀ ଚାକିରି ଦଖଲ କରିଆସୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ପ୍ରମାଣପତ୍ରରେ ସାଂଘାତିକ ତ୍ରୁଟିଥିଲେ ସୁଦ୍ଧା ଏହାକୁ ତଦାରଖ କରାଯାଇନଥିଲା । ଉକ୍ତ ବ୍ୟକ୍ତି ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା। ଏନେଇ ନାଉଗାଁଥାନାରେ ୨୬.୨.୧୯ରେ କେଂସ ନଂ ୨୮/୧୯ ରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାଉଗାଁ ଥାନା ଅଧିକାରୀ ବିଦ୍ୟାଳୟ ଟ୍ରାନ୍ସଫର ପ୍ରମାଣ ପତ୍ର ଜଲ ଥିବା ବିଷୟରେ ସୂଚନା ପାଇଥିଲେ ସୁଦ୍ଧା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ୭ମାସ ହେବ ହାତବାନ୍ଧି ବସିରହିଥିବା ନେଇ ଚର୍ଚ୍ଚାର ବିଷୟ ହୋଇଛି । ଯାହାଫଳରେ ଉକ୍ତ ଅଭିଯୁକ୍ତ କର୍ମଚାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସର୍ତମୂଳକ ଜାମିନ୍ ଆଣିବା ଫଳରେ ଅଭିଯୋଗକାରୀ ଏବଂ ପୁଲିସ୍ କୁ ସଂପୃକ୍ତ କର୍ମଚାରୀ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।ଏପରିକି ତାଙ୍କ ପୁଅ ନାମରେ ନାଉଗାଁ ଥାନାରେ ଅଭିଯୋଗ ଥିବାରୁ ୬.୧୦.୧୯ରେ ନାଉଗାଁ ଥାନାଅଧିକାରିଣୀ ଆରେଷ୍ଟ କରିବାକୁ ନେଇ କିଛି ଖଳପ୍ରକୃିତର ଲୋକ ଘେରିବା ଯୋଜନାରେ ଲାଗିପଡିଛନ୍ତି । ଅଭିଯୋଗ ମୁତାବକ ଜଣେ ବ୍ୟକ୍ତି ଦୁଇଟି ନାମରେ ପରିଚୟ ପତ୍ର ରଖି ସରକାରଙ୍କ ସହ ଚୋର ପୁଲିସ୍ ଖେଳ ଖେଳିଚାଲୁଛି । ଦୁଇଟି ପରିଚୟ ପତ୍ର ମାଧ୍ୟମରେ ସଂପୃକ୍ତ କର୍ମଚାରୀଙ୍କ ନଖରାମୀ ଦିନକୁ ଦିନ ବଢିବାରେ ଲାଗିଛି । କାରଣ ପିଲାଟି ବେଳୁ ସଂପୃକ୍ତ କର୍ମଚାରୀ ଜଣଙ୍କ କୃପାସିନ୍ଧୁ ମହାନ୍ତି ଙ୍କ ଘରକୁ ପୋଷ୍ୟ ପୁତ୍ର ହୋଇ ପଳାଇଥିଲେ । ଆନୁସଙ୍ଗିକ ଦସ୍ତାବିଜ୍ ବଦଳରେ କର୍ମଚାରୀଙ୍କ ପୂର୍ବନାମ ଥିଲା ସୁଧାଂଶୁ ମହାନ୍ତି । ପରେ ପରିବର୍ତନ କରାଯାଇ ନିଂରଜନ ମହାନ୍ତି କରାଯାଇଥିଲା । ନିୟମ ମୁତାବକ ୧୯୮୬ ମସିହାରେ ପୋଷ୍ୟ ପୁତ୍ର ହୋଇ ସାରିଥିଲେ । ତଥାପି ସଂପୃକ୍ତ ବ୍ୟକ୍ତି ଠାରୁ ନିଜର ପୈତୃକ ସମ୍ପର୍ତି ଭାଗ ନେବା ପାଇଁ ଭୋଟର ତାଲିକାରେ ୨୦୦୨ରୁ ୨୦୧୨ପର୍ଯ୍ୟନ୍ତ ସୁଧାଂଶୁ ମହାନ୍ତି ପିତା କୃପାସିନ୍ଧୁ ମହାନ୍ତି ଭାବେ ଭୋଟ ଦେଇଆସୁଥିଲେ । ଭାଇଠାରୁ ଭାଗ ନେବା ପାଇଁ ମିଥ୍ୟା ଶପଥ ପାଠ ବଳରେ ଭୋଟର ତାଲିକାରେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ନିଂରଜନ ମହାନ୍ତି ପିତା ଶ୍ରୀଧର ମହାନ୍ତି ରୂପେ ଭୋଟ ଦେଇଆସୁଛନ୍ତି । ଏମିତିକି ନିଜର ରକ୍ତର ଭାଇକୁ ସମ୍ପତିରୁ କାଣିଚାଏ ଦଖଲ ନଦେବାକୁ ଉଦ୍ୟମ କରିଥିଲେ । ଏପଟେ ସମ୍ପତିିକୁ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା ।ଏହା ବିଚାରଧୀନ ଥିବା ବେଳେ ଗତ ଜାନୁୟାରୀ ମାସରେ ସଂପୃକ୍ତ କର୍ମଚାରୀ ନିଜର ଭାଇକୁ ବିଭିନ୍ନ ଅଶି୍ଳ ଭାଷା ପ୍ରୟୋଗ କରି ଧମକ ଦେବା ସହିତ ଚାଷ ଜମିରୁ ଧାନ କାଟି ନେଇଥି । ହଠାତ୍ ଏଭଳି ଧମକ ଶୁଣି ନାଉଗାଁ ପୁଲିସ୍ ର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଭାଇ ।ଏପରିକି ଏହା ଭିତରେ ସଂପର୍କିୀୟ ଭାଇ ସରକାରୀ ଚାକିରି କରିଥିବା ନିଜ ଭାଇଙ୍କ ଜନ୍ମ କୁଣ୍ଡଳୀର ଖୋଳତାଡ କରିଥିଲେ । ଭିତିରି ଛାନଭିନ୍ ରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ପୁଅ ହୋଇଯାଇଥିବାରୁ ନାମ ବଦଳାଇ ଦେଇଥିଲେ । ଆରପଟେ ଜନୈକ ଜନପ୍ରତିନିଧିଙ୍କ ଦସ୍ତଖତ ଉପରେ ପୂର୍ବପରିଚୟକୁ ଉଜ୍ଜିବୀତ କରିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି। ତେବେ ତରବରିଆ ଭାବେ ସେ ଯେଉଁ କାର୍ଯ୍ୟ କରିଥିଲେ ଏନେଇ ଚାଂଚଲ୍ୟକର ତଥ୍ୟ ପର୍ଦ୍ଧାଫାସ୍ ହୋଇଛି । ବିଶେଷକରି ରୋହିଆ ବିଦ୍ୟାଳୟ ଟ୍ରାନ୍ସଫର ପ୍ରମାଣପତ୍ର ରୁ ଚଂଚକତାର ବାସ୍ନା ବାହାରିଥିଲା । ଏହି ପ୍ରମାଣ ପତ୍ରଟି ୧୯୮୪ ମସିହାରେ ଇସୁ୍ୟ ହୋଇଥିବା ବେଳେ ଜନ୍ମ ବୟସ ୧୯୬୯ମସିହା ଉଲ୍ଲେଖ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ପ୍ରମାଣ ପତ୍ରରେ ଗାଁ,ଥାନା,ପୋଷ୍ଟଅଫିସ ନିମନ୍ତେ ରହିଥିବା ସ୍ଥାନରେ ଜିଲ୍ଲା ଜଗତସିଂହପୁର ସୂଚିତ କରାଯାଇଛି ।୧୯୯୩ ମସିହାରେ ନୂତନ ଜିଲ୍ଲା ତାଲିକାରେ ଜଗତସିଂହପୁର ସ୍ଥାନ ପାଇଥିବା ସତ୍ୱେ୧୯୮୪ ମସିହାରେ ଏହାକୁ ଜିଲ୍ଲାର ମାନ୍ୟତା କିଏ ଦେଇଥିଲେ ବୋଲି ସରକାରୀ ସ୍ତରରେ ଯୋରଦାର ଚର୍ଚ୍ଚା ହେଉଛି । ଏଣେ ଆର୍ ଡବ୍ଲୁ ଏସ ଏସ୍ ବିଭାଗରେ ଚାକିରୀ କରିବା କ୍ଷେତ୍ରରେ ଏଭଳି ଜାଲ୍ ପ୍ରମାଣପତ୍ର ହାତରେ ଲାଗିଛି । ପରେ ସଂପର୍କିୟ ଭାଇ କୋର୍ଟରେ କେସ୍ କରିଥିଲେ । କୋର୍ଟଙ୍କ ନିର୍ଦ୍ଧେଶ ବଳରେ ନାଉଗାଁ ଥାନାରେ ୨୮/୨୦୧୯ରେ ମାମଲା ରୁଜୁ ହୋଇଥିଲା ତଦନ୍ତକାରୀ ଅଫିସର ବିବେକା ନନ୍ଦ ସ୍ୱାହୁଙ୍କର ସମସ୍ତ ପ୍ରମାଣପତ୍ର ହସ୍ତଗତ ହୋଇଥିଲେ ମଧ୍ୟ ଲୋକଦେଖାଣିଆ ଭାବେ ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କୁ ମିଳିଥିବା ଟ୍ରାନ୍ସଫର ପ୍ରମାଣପତ୍ର ସ୍ପଷ୍ଟ ସୂଚନା ପାଇଁ ଚିଠି କରିଥିଲେ ବୋଲି କୁହାଯାଉଛି । ଗତ ମେଁ ମାସରେ ବିଦ୍ୟାଳୟ କର୍ତୃପକ୍ଷ ପୁଲିସ୍ ଚିଠିର ଉଉର ଦେଇଥିଲେ ଏଭଳି ପ୍ରମାଣ ପତ୍ର ଇସୁ୍ୟ ହୋଇଥିବା ନେଇ କିଛି ସୂଚନା ର୍ରେକର୍ଡରେ ନଥିବା ଜଣାଇଥିଲେ । ତଦନ୍ତ ଅଫିସର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ନେଇ ଚର୍ଚ୍ଚା ହେଉଛି ।ଏହାର ସୁଯୋଗ ନେଇ ଏହି କର୍ମଚାରୀ କୋର୍ଟରୁ ସର୍ତମୂଳକ ଜାମିନ୍ ଆଣିବା ପରେ ଅଭିଯୋଗକାରୀ ଏବଂ ପୁଲିସ୍ ବିଭାଗକୁ ଟାର୍ଗେଟ କରିବା ନେଇ ଚର୍ଚ୍ଚାର ପରିଧିକୁ ଆସିଛି । ଅନ୍ୟପଟେ ପ୍ରମାଣ ଦେଇ ପ୍ରଶାସନଙ୍କ ପାଖରୁ ନ୍ୟାୟ ପାଇବା ଆଶାରେ ସଂପର୍କିୟଭାଇ ହତାଶ୍ ହୋଇପଡିଛନ୍ତି । ଗୋଟିଏ ପଟେ ସେ ନିଜ ସମ୍ପତି ପାଇପାରୁନଥିବା ବେଳେ ଅନ୍ୟପଟେ ଜାଲ୍ କାଗଜପତ୍ର ବଳରେ ସରକାରୀ ଚାକିରି ପାଇଥିବା ଭାଇର ଦୈରାତ୍ମ ଦିନକୁ ଦିନ ବଢିବା ।  ଏନେଇ କର୍ମଚାରୀଙ୍କ ବିରୁଦ୍ଧରେ ଆରଡବ୍ଲୁଏସଏସ୍ ବିଭାଗକୁ ଚିଠି କରାଯାଇଥିବା ଜଣାପଡିଛି। । ଜିଲ୍ଲାପାଳଙ୍କ ଦ୍ୱାରା ପରିଚୟ ପତ୍ରର ବିଧିବଦ୍ଧଭାବେ ତଦନ୍ତ କରାଯାଇ ଭୋଟର ତାଲିକା ଅନୁଯାୟୀ ୨୦୦୨ରୁ ୨୦୧୨ଯାଏ ପରିଚୟ ପତ୍ର କାୟମ୍ ରଖାଯାଉ ୨୦୧୩ରୁ ୨୦୧୯ ଯାଏ ଯେଉଁ ପରିଚୟ ପତ୍ର ଅଛି ତାହାକୁ କାଟିବା ନିମନ୍ତେ ତାଙ୍କର ସଂପର୍କୀୟ ଭାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଦାବି କରିଛନ୍ତି ।

 

0
0
0
s2sdefault