ହେଡଲାଇନସ୍:

ବିଜେପୁରରେ ବିଜେ ମାନ୍ୟବର, ଚାଲିଛି ମାରାଥନ ପ୍ରଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ପ୍ରାୟ 10ଟା 45 ମିନିଟ ରେ ବିଜେପୁର ନିକଟସ୍ଥ ଲାଉମୁଣ୍ଡା ହେଳିପେଡ ରେ ପହଞ୍ଚିଥିଲେ । ହେଳିପେଡ ରେ ଦଳୀୟ ନେତା ତଥା ହଜାର ହଜାର କର୍ମୀ ଓ ସାଧାରଣ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀ ସିଧା ସ୍ୱତନ୍ତ୍ର ବସ ରେ ନିଜ ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପାଇଁ ପ୍ରଚାରରେ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ଆଜି 30ରୁ ଅଧିକ ସ୍ଥାନରେ ରୋଡ ସୋ ମାଧ୍ୟମରେ ପଥପ୍ରାନ୍ତ ସଭା କରିବେ । ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ଓ ତାଙ୍କୁ ଶୁଣିବା ପାଇଁ ବିଭିନ୍ନ ଛକ ଜାଗା ମାନଙ୍କରେ ହଜାର ହଜାର ଲୋକ ବିଶେଷ କରି ବହୁ ସଂଖ୍ୟାରେ ମହିଳା ମାନେ ଏକତ୍ରିତ ହେଇଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ଗସ୍ତ ଫଳରେ ବିଜେଡି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଦଳର ବରିଷ୍ଠ ନେତା ମାନେ ମତବ୍ୟକ୍ତ କରିଛନ୍ତି ।

0
0
0
s2sdefault