ହେଡଲାଇନସ୍:

ଦିଦିଙ୍କ ଦାୟିତ୍ୱ ହୀନତା, ଯନ୍ତ୍ରଣା ପାଉଛି ନିଷ୍ପାପ ଶିଶୁ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଆଠମଲ୍ଲିକ /ସନ୍ତୋଷ ମେହେର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସ୍ଥିତି କେମିତି ଅଛି ତାହା ଦେଖିବା ପାଇଁ ୫ଟି ସଚିବ ଜିଲା ଗସ୍ତ କରୁଥବା ବେଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯେ ସମ୍ପୂର୍ଣ ବିପର୍ଯ୍ୟସ୍ତ ଓ ବେପରୁଆ, ତାହାର ଏକ ଯନ୍ତ୍ରଣାଦାୟକ ପ୍ରମାଣ ଆସିଛି ଅନୁଗୋଳ ଜିଲା  ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମାଧପୁର | ଇଞ୍ଜେକ୍ସନ ଦେଲା ବେଳେ ପିଚାରେ ଛୁଞ୍ଚି ରହିଯାଇଥିବ ଯୋଗୁ ଗୋଟାଏ ନିଷ୍ପାପ ଶିଶୁ କେମିତି ଆଜି ପର୍ଯ୍ୟନ୍ତ କଷ୍ଟ ପାଉଛି ଓ ଡାକ୍ତରଖାନା କାର୍ତ୍ତୁପକ୍ଷ କେମିତି ଗାଲୁ ମାରି ଚାଲିଛନ୍ତି ତାହା ସ୍ୱାସ୍ଥ୍ୟ ସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି |

କଷ୍ଟ ପାଉଥିବା  ପିଲାର ନାମ ସ୍ୱୟଂଜିତ ପଣ୍ଡା |   ବୟସ 3ବର୍ଷ 9ମାସ ପିତା -ସୀତାକାନ୍ତ ପଣ୍ଡା | ପିଲାଟିର ମାଙ୍କ କହିବା ଅନୁଯାୟି ଏକ ମାସ ପୂର୍ବରୁ ଥଣ୍ଡା ଜ୍ୱର ହେଉଥିବାରୁ ନେଇକି ଆସିଥିଲେ ଡାକ୍ତରଙ୍କ ପରାମର୍ଶ କରିବା ପରେ ମେଡିକାଲର ଦିଦି - ପୁନମ ତାହାଙ୍କୁ ଇଞ୍ଜେକ୍ସନ ଦେଇଥିଲେ | ଇଞ୍ଜେକ୍ସନ ଦେଲାବେଳେ ଛୁଞ୍ଚି ଭାଙ୍ଗି ଯାଇଥିଲା | ଦିଦିଙ୍କ କିଛି ଖଟର ନଥିଲା ତାକୁ | ସେମିତି ଛାଡି ଦେଇଥିଲେ ପିକଟିକୁ | ଅଭିଭାବକ ଏ ବିଷୟରେ ଅଜ୍ଞ | ପିଲାଟିକୁ ଧୀରେ ଧୀରେ କଷ୍ଟ ହେଲା | ସେ କାଂଦିଲା | : କିଛିଦିନ ପରେ ପିଲାଟିକୁ ବେଶୀ ପୀଡା ହେବାରୁ ସେ ପୁଣି ଥରେ ମେଡିକାଲ ଆସିଥିଲେ | ମେଡିକାଲରେ ତାହାଙ୍କୁ କହିଲେ ଆଣ୍ଟିବାୟୋଟିକ ଦିଆଯାଇଛି ତେଣୁ ପୀଡା ହେବ ବୋଲି କହିଥିଲେ ଆଜି ସକାଳୁ ଦେଖିଲା ବେଳକୁ ପିଲାଟିର ଗୁପ୍ତାଙ୍ଗର ତଳପଟେ ଛୁଞ୍ଚିଟି ବାହାରି ପଡିଛି | ବର୍ତମାନ ଅନ୍ୟ ମେଡିକାଲ କୁ ଯିବା ପାଇଁ ବାହାରିଛନ୍ତି | 

 

0
0
0
s2sdefault