ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ବରମୁଣ୍ଡା ଠାରେ ବିଜେଡି ର ବିରାଟ କର୍ମୀ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ବିଜେପୁର ର ବରମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଦଳର ଏକ ବିରାଟ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀକୁ ବରମୁଣ୍ଡା ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ଯୁବନେତା ତଥା ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ  ପରିଚାଳନା କରିବା ସହିତ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବରମୁଣ୍ଡା ଅଞ୍ଚଳର ପ୍ରାୟ ଦୁଇ ହଜାରରୁ ଅଧିକ କର୍ମୀ ଯୋଗଦାନ କରିଥିଲେ । ଏହି ସଭାରେ ମାନ୍ୟବର ମନ୍ତ୍ରୀ ଡ଼ା, ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ , ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ,  ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ , କୋରେଇ ବିଧାୟକ ଶ୍ରୀ ଅଶୋକ ବଳ ,ଦଳର ଜିଲ୍ଲା ଉପସଭାପତି ଶ୍ରୀ ସୁରୁ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କର୍ମୀ ମବଙ୍କୁ ଆଗାମୀ ନିର୍ବାଚନ ରେ ଦଲୀୟ ପ୍ରାର୍ଥୀ ଙ୍କୁ ଜିତେଇବା ପାଇଁ ପରିଶ୍ରମ କରିବାକୁ କହିଥିଲେ । ଏହି ସଭାରେ ମହିଳା ମାନେ ବେଶି ସଂଖ୍ୟାରେ ଯୋଗଦାନ କରି ରୀତା ସାହୁଙ୍କୁ ପୁନର୍ବାର ବିଜେପୁରରୁ ଜିତେଇବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ଅମରେଶ ପତ୍ରି କହିଛନ୍ତି ।

 

0
0
0
s2sdefault