ହେଡଲାଇନସ୍:

ଅସହାୟ ଅବସ୍ଥାରେ ଶତାୟୁ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୧୫/୮-ସିଦ୍ଧମହାବୀର ଅଞ୍ଚଳରେ ଜଣେ ୧୦୧ ବର୍ଷର ବୃଦ୍ଧଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦି ବେଲର କର୍ମକର୍ତ୍ତାଙ୍କ ଏହିବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି । ଏହି ଖବର ଜାଣିବା ପରେ ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ନିର୍ଦ୍ଦେଶକ୍ରମେ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଇ ଅଟୋରେ ସର୍ବୋଦୟ ନଗର ସ୍ଥିତ ଆଶ୍ରୟ ବୃଦ୍ଧାଶ୍ରମରେ ରଖିଥିଲେ । ତାଙ୍କ ନାମ ନବଘନ ମଲ୍ଲିକ, ସେ ପୁରୀ ଛଇତନା ଅଞ୍ଚଳର ଜାଉଁଳି ପୋଖରୀ ବାସୀ ବୋଲି ବୃଦ୍ଧ ଜଣକ କହିଛନ୍ତି । ସେହିପରି ଗୁରୁବାର ଦିନ ଜଣେ ଭିନ୍ନକ୍ଷମଙ୍କୁ ଏହି ଅନୁଷ୍ଠାନ ଚର୍ଚ୍ଚ ବିଶ୍ବମ୍ଭର ଗଳିରୁ ଉଦ୍ଧାର କରି ପୁରୀ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ନିମେନ୍ତ ଭର୍ତ୍ତି କରାଯାଇଥିଲା । ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ, ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ପୁରୀର କୌଣସି ସ୍ଥାନରେ ଅସହାୟ ଅବସ୍ଥାରେ ପଡିରହିଥବା ଦେଖିଲେ ଅନୁଷ୍ଠାନକୁ ସୂଚନା ଦେବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଦି ବେଲ ର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

0
0
0
s2sdefault