ହେଡଲାଇନସ୍:

ବିପଦ ସଂକୁଳ ଟ୍ରାନ୍ସଫର୍ମର : ଗ୍ରାମବାସୀଙ୍କ ଭୟ,ନିଘୋଡ଼ ନିଦ୍ରାରେ ବିଭାଗ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ବ୍ଲକର ବାଘିଲୋ, ନରଣପୁର, ବାରବାଟିଆ ଓ ଆଖପାଖ ଅନ୍ୟାନ୍ୟ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫରମ୍‌ ଗୁଡ଼ିକ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟଭୀତ୍ତା ସୃଷ୍ଟି ହୋଇଛି । ଜର୍ଜରିତ ଦଶାରେ ଥିବା ଏହି ଟ୍ରାନ୍ସଫରମ୍‌ ଗୁଡ଼ିକ କେବେ ମଧ୍ୟ ବଡ଼ ଦୁର୍ଘଟଣାକୁ ଡାକିପାରେ ବୋଲି ଗ୍ରାମବାସୀଙ୍କ ଆଶଙ୍କା । ସ୍ଥାନୀୟ ଲୋକେ କହୁଛନ୍ତି ବିଦ୍ୟୁତ ବିଭାଗ ଦୀର୍ଘଦିନ ଧରି ଏହି ସମସ୍ୟାକୁ ଅଣଦେଖା କରୁଛନ୍ତି । ଆମେ ପ୍ରତିଦିନ ବିଦ୍ୟୁତ ତାର ଓ ଟ୍ରାନ୍ସଫରମର ସ୍ପାର୍କ ଦେଖି ଭୟରେ ବଞ୍ଚୁଛୁ । କେବେ କଣ ଅଘଟଣ ହେବାର ଭୟରେ ଗ୍ରାମବାସୀ ରାତିରେ ସୁନିଶ୍ଚିତ ନିଦ୍ରା ପାଇ ପାରୁନାହାନ୍ତି ।ଗ୍ରାମବାସୀଙ୍କ ଅଭିଯୋଗ, ମୁହାଁମୁହିଁ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି । ନିଘୋଡ଼ ନିଦ୍ରାରେ ବିଦ୍ୟୁତ ବିଭାଗ ଶୋଇଛି । ଯାହାର ମୂଲ୍ୟ ଆମକୁ ଜୀବନ ଦେବାକୁ ପଡ଼ିପାରେ ।
ବର୍ଷା-ପବନ ବଢ଼ିଥିବାରୁ ବିପଦ ଆଶଙ୍କା ଆହୁରି ଭୟଙ୍କର ହୋଇପଡ଼ିଛି । ଶିଶୁମାନେ ବହୁତ ବିପଦରେ ଅଛନ୍ତି ।ବାହାରକୁ ବାହାରୁଥିବା ସମୟରେ ମଧ୍ୟ ଭୟରେ ରହିବାକୁ ପଡୁଛି ।
ସ୍ଥାନୀୟ ଲୋକ ମାନେ ସମୁହିକ ଭାବେ ବିଦ୍ୟୁତ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ଯେ, ଦୁର୍ଘଟଣା ଘଟିବା ପୂର୍ବରୁ ଏହି ଟ୍ରାନ୍ସଫରମ୍‌ ଗୁଡ଼ିକୁ ନୂଆରୁ ପ୍ରତିଷ୍ଠା କରାଯାଉ କିମ୍ବା ସୁରକ୍ଷାବଳୀ ବ୍ୟବସ୍ଥା କରାଯାଉ । ଆମର ନିବେଦନ ପ୍ରଶାସନ ତତ୍କ୍ଷଣାତ୍ ଚେତନ ହେଇ, ଆବଶ୍ୟକ ପଦକ୍ଷେପ ନେଉ ।ନଚେତ ବଡ଼ ଅଘଟଣ ନିଶ୍ଚିତ ।
ଏହାକୁ ନେଇ ବିଦ୍ୟୁତ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟ ଲୋକ ମାନେ ଦାବି କରୁଛନ୍ତି ଯେ, ବିଦ୍ୟୁତ ପ୍ରଶାସନ ତତ୍କ୍ଷଣାତ ପଦକ୍ଷେପ ନେଇ, ଲୋକଙ୍କ ଜୀବନକୁ ସୁରକ୍ଷିତ କରନ୍ତୁ ।

0
0
0
s2sdefault