ହେଡଲାଇନସ୍:

ବିଜେପୁର ସମର : ରଣସଜ୍ଜା ଜୋରଦାର, କାଲି ବିଜେ ହେବେ ମାନ୍ୟବର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆସନ୍ତା କାଲି ଦୁଇ ଦିନିଆ ବିଜେପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ

ପ୍ରାୟ ୪୩ ଟି ଜାଗାରେ କରିବେ ପଥପ୍ରାନ୍ତ ସଭା 

ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ଚାରିଦିନ ବାକି ରହିଲା । ବିଜେଡି ର ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ସପକ୍ଷରେ ପ୍ରଚାର କରିବା ପାଇଁ କଲି ଠାରୁ ଦୁଇ ଦିନ ବିଜେପୁର ଗସ୍ତରେ ଆସୁଛନ୍ତି ଖୋଦ ନିଜେ ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଙ୍କର ଏହି  ଗସ୍ତରେ ସେ 43 ରୁ ଅଧିକ ପଥ ପ୍ରାନ୍ତ ସଭା କରିବା ସହିତ ପ୍ରଥମ ଦିନରେ ପ୍ରାୟ ଆଠ ଘଣ୍ଟା ଓ ଦ୍ଵିତୀୟ ଦିନରେ ପ୍ରାୟ ଚାରି ଘଣ୍ଟା ରୋଡ଼ ଶୋ କରିବେ ।

         ଇତି ମଧ୍ୟରେ ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପ୍ରଚାର ପାଇଁ ରାଜ୍ୟର ଅନେକ ପୁରୁଖା ନେତା ଓ ମନ୍ତ୍ରୀ ବର୍ତମାନ ବିଜେପୁର ରଣାଙ୍ଗନରେ । ଏହିକ୍ରମରେ ଆଜି ବରପାଲି ତିନକାନୀ ଫୁଟବଲ ପଡିଆ ଠାରେ ବିଜେଡି ର ଏଜ ବିରାଟ କର୍ମୀ ସମ୍ମିଳନୀ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପଦ୍ମିନୀ ଦିଆନ , ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ , ଅପିକଲ ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର , ଦଳର ନୂଆପଡ଼ା ପର୍ଯବେକ୍ଷକ ଶ୍ରୀ ସୌଭାଗ୍ୟ ରଞ୍ଜନ ନାୟକ , ବିଜୁ ଯୁବା ଜନତା ଦଳର କାର୍ଯକାରୀ ସଭାପତି ଶ୍ରୀ ସଞ୍ଜିତ ମହାନ୍ତି , ସମ୍ପାଦକ , ଶ୍ରୀ ପୃଥ୍ଵୀରାଜ ସାହୁ ଓ ଅନେକ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଯୋଗଦାନ କରି ରୀତା ସାହୁ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରାଇବା ପାଇଁ ମନ୍ତବ୍ୟ ରଖିଥିଲେ । ଏହି ସଭାରେ ଦୁଇ ହଜାର ରୁ ଅଧିକ ମହିଳା କର୍ମୀ ଯୋଗଦେଇଥିଲେ ।

       ସେହିଭଳି ବିଜେପୁର ବ୍ଲକ ରେ ବିଗତ ଦୁଇ ଦିନ ହେଲା ବାରିଷ୍ଟ ମନ୍ତ୍ରୀ ଓ ନେତା ମାନେ ଦଲୀୟ ପ୍ରାର୍ଥୀ ଙ୍କର ପାଇଁ ମାରାଥନ ପ୍ରଚାର କରିବା ସହିତ ବିଭିନ୍ନ ସ୍ଥାନରେ ସଭା ସମିତି କରି ଲୋକଙ୍କୁ ଠାରୁ ଭୋଟ ଭିକ୍ଷା କରିବା ସହିତ କର୍ମୀ ସମ୍ମିଳନୀ ମାନ ଆୟୋଜନ କରୁଛନ୍ତି । ଆଜି ସମଳେଇପଦର , ବିଜେପୁର , ବୁଡ଼ାପାଳି ଠାରେ ବିରାଟ କର୍ମି ସମ୍ମିଳନୀ ମାନ ଆୟୋଜନ କରାଇ କର୍ମୀ ମାନଙ୍କୁ ନିଷ୍ଠାr ସହିତ ଦଳ ଓ ପ୍ରାର୍ଥୀ ଙ୍କର ପାଇଁ କାମ କରିବା ପାଇଁ ଦଲୀୟ ନେତା ମାନେ ପ୍ରବର୍ତ୍ତାଇ  ଥିଲେ । ଆଜି ବିଜେପୁରରେ ମାନ୍ୟବର ମନ୍ତ୍ରୀ ,ଡ଼ା, ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ , ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ , ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି,  ଅଧିବକ୍ତା ଶ୍ରୀ କମଳା କାନ୍ତ ମହାରଣା , ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ସୁରୁ ପାଣିଗ୍ରାହୀ ,ପ୍ରମୁଖ ଆଜି କରିଥିବା ସଭା ଓ କର୍ମି ସମ୍ମିଳନୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆସନ୍ତା କାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ସମୟରେ ପ୍ରଚାର ଆହୁରି ତୀବ୍ର ହେବା ସହିତ ଏଥର ରୀତା ସାହୁ ରେକର୍ଡ ବ୍ୟବଧାନ ରେ ନିର୍ବାଚନ ଜିତୁବେ ବୋଲି ଅନେକ ନେତା ମତବ୍ୟକ୍ତ କରିଛନ୍ତି ।

0
0
0
s2sdefault