ଭୁବନେଶ୍ୱର, (ଗିରିଜା ଶଙ୍କର ଦାଶ) : ତାଙ୍କ ଜନ୍ମଦିନରେ ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ମୁଖ୍ୟାଂମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ତାଙ୍କ ସମର୍ଥକ ଓ ଶୁଭେଛୁଙ୍କୁ | ଏପରିକି କେବଳ ତାଙ୍କ ଜନ୍ମ ଦିନ ନୁହେଁ ସମସ୍ତେ ନିଜ ନିଜ ଜନ୍ମଦିନରେ ସେଇମାନଙ୍କ ପାଖକୁ ଯାଇ ସେମାନଙ୍କ ଗହଣରେ ସପରିବାରେ କିଛି ସମୟ କାଟି ଆସିବାକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ପରାମର୍ଶ | ଆଉ ତାକୁ ଅନୁସରଣ କରିଛନ୍ତି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା | ଆଉ ତାଙ୍କ ସହିତ ବି ସାମିଲ ହୋଇଥିଲେ ଭୁବନେଶ୍ୱର ଉତ୍ତରର ଯୁବ ବିଧାୟକ ସୁଶାନ୍ତ ରାଉତ (ବାପୁ) | ଉଭୟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବା ସହ ତାଙ୍କ ଭାବନାକୁ ସମ୍ମାନ ଜଣାଇବାକୁ ଆଜି ସକାଳେ ମାନସିକ ଅନଗ୍ରସରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ "ଚେତନା' ପରିଦର୍ଶନ କରିଥିଲୋ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଶ୍ରୀ ରାଉତ ବିଧାୟକ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ଗହଣରେ ସମୟ ବିତାଇବା ସହିତ ସେମାନଙ୍କୁ କାଖେଇ କୋଲେଇ ଗେଲ କରିଥିଲେ | ସେମାନଙ୍କୁ ଫଳ ବଣ୍ଟନ କରି ବେଶ କିଛି ସମୟ ଧରି ସେମାନଙ୍କ ଅଧାବୁଝା ବା ଦରବୁଝା ଭାଷାରେ କଥା ବାର୍ତ୍ତା ହୋଇଥିଲେ |
ମନ୍ତ୍ରୀ ଶ୍ରୀ ପଣ୍ଡା ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା ଓ ପରିଚାଳନା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିଥିଲୋ ୧୯୮୫ ମସିହା ଅଗଷ୍ଟ ମାସରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ୧୩୦ ଜଣ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତିା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁଷ୍ଠାନର କର୍ମଚାରୀମାନଙ୍କ ବେତନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାଣ୍ଟ-ଇନ୍-ଏଡ୍ ପ୍ରଦାନ କରିଥାଏା ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପରିଦର୍ଶନ ସମୟରେ ପୂର୍ବତନ କର୍ପୋରେଟର ଶ୍ରୀ ସଂଜୟ ସେଠୀ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ ପାତ୍ର , "ଚେତନା' ଅନୁଷ୍ଠାନର ସଭାପତି ଡ. ଅଜୟ ମିଶ୍ର, ସଂପାଦକ ଡ. ନାରାୟଣ ଚନ୍ଦ୍ର ପତି, କାର୍ଯ୍ୟକର୍ତ୍ତା ଡ. ବିଜୟ ପାତିଲ୍ ଓ ଶ୍ରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲୋ