ହେଡଲାଇନସ୍:

ପୋଲିସ ASI ଙ୍କର ଉପରେ କାର୍ଯନୁଷ୍ଠାନ ଓ ମଦ ବନ୍ଦ କରିବା ପାଇଁ ରାସ୍ତ ଅବରୋଧ କଲେ ଗ୍ରାମ ବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ଶତାଧିକ ମହିଳା ମାନେ ପଦ୍ମପୁର ଗାଇସିଲେଟ ରାସ୍ତାକୁ ଜାମ କରିଦେଇଛନ୍ତି । ଗ୍ରାମ ବାସୀ ଙ୍କର ସୂତ୍ରରୁ ପ୍ରକାଶ ଯେ ସେହି ଗ୍ରାମର କିଛି ଲୋକ ଅବୈଧ ମଦ କାରବାର କରିବା ଦ୍ୱରା ଗ୍ରାମରେ ସବୁବେଳେ ଉତ୍ତେଜନା ଲାଗିରହିଥିବା ସହିତ ବହୁ ପରିବାର ସର୍ବ ସ୍ୱହା ହେଇ ଯାଇଛନ୍ତି  । ଏନେଇ ଗ୍ରାମର ମହିଳା ମାନେ ବାରମ୍ବାର ଥାନା ତଥା ଅବକାରୀ ଅଧିକାରୀ ମାନଙ୍କୁ ଜଣାଇଥିଲେ ବି କୋଣସି ସୁଫଳ ମିଳିନଥିଲା । ଗତ କାଲି ମହିଳା ମାନେ ପୁନର୍ବାର ଅଭିଯୋଗ କରିବା ପାଇଁ ଥାନାକୁ ଯାଇଥିଲେ । ଥାନାରେ ଉପସ୍ଥିତ ଥିବା ଜଣେ ଅଧିକାରୀ ମହିଳାଙ୍କ କଥା ଶୁଣିବା ପରିବର୍ତେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ମହିଳା ମାନେ ଚାଲି ଚାଲି ରାତି ସମୟରେ ଗାଇସିଲେଟ ରୁ ନିଜ ଗ୍ରାମକୁ ଫେରିଥିଲେ । ରାସ୍ତା ଅବରୋଧ ସ୍ଥାନକୁ ଗାଇସିଲେଟ ଥାନା ଅଧିକାରୀ ଶ୍ରୀ ହରିବନ୍ଧୁ ଗଡ଼ତିଆ ମହିଳା ମାନଙ୍କର ସହିତ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲ।

0
0
0
s2sdefault