ହେଡଲାଇନସ୍:

ଇନ୍ଡୋର ବ୍ୟାଡମିଣ୍ଟନ ଓ ଆଉଟଡୋର ଷ୍ଟଡିୟମ ପରିଦର୍ଶନ କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂତନ ମେଡିକାଲ କଲେଜ ହସପିଟାଲ କୋଠା ଓ ଖେଳ ପଡିଆ ହେଲା ଜାଗା ନିରୁପଣ

ବଲାଙ୍ଗୀର/ନିରୋଜ ମିଶ୍ର :  ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ନିର୍ମାଣଧିନ ଇନ୍ଡୋର ବ୍ୟାଡମିଣ୍ଟର ଷ୍ଟଡିୟମ ଓ ଆଉଟଡୋର ଷ୍ଟାଡିୟମର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ପ୍ରକଳ୍ପ ସହିତ ଜଡିତ ଥିବା ବିଭାଗ ଯଥା ପୁର୍ତ୍ତବିଭାଗ କାର୍ଯ୍ୟନିର୍ବାହ ଯନ୍ତ୍ରୀ, ଉପ-ଯନ୍ତ୍ରୀ, ତହସିଲଦାର, ଅମିନ, ଶିକ୍ଷାଧିକାରୀ ଏବଂ ପ୍ରକଳ୍ପର ଆର୍କିଟେକ୍ ସମସ୍ତେ ଉପସ୍ଥିତ ଥାଇ ଉଭୟ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ବର୍ଷା ଦିନରେ ପାଣି ଜମିବା ଆଶଂକା ଥିବାରୁ ଯେମତି ଆଗାମୀ ୩୦/୪୦ ବର୍ଷ ପର୍ଯ୍ୟନ୍ତ ଇନ୍ଡୋର ଷ୍ଟଡିୟମର ଭିତ୍ତି ମୁଖ୍ୟ ରାସ୍ତାରୁ ଉପରେ ରହିବ ତାହାକୁ ୧ ମିଟର ପର୍ଯ୍ୟନ୍ତ ଉଚ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ପଡିଆ ପରିସରରେ ଥିôବା ଜରାଜିର୍ଣ୍ଣ ସ୍କୁଲକୋଠା ସବୁ ଭଙ୍ଗାଯାଇ ତାର ·ରିକଡରେ ସୁଉଚ୍ଚ ପାଚେରୀ ତାରଜାଲି ସହ ନିର୍ମାଣ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆଉଟଡୋର ଷ୍ଟଡିୟମର ପରିସର ଯେମିତି ଖେଳ ଉପଯୋଗୀ ହୋଇପାରିବ ତା ଉପରେ ମଧ୍ୟ ଉପସ୍ଥିତ ଥିବା କ୍ରିଡା  ନିରୀକ୍ଷକଙ୍କ ସହିତ ଆଲୋଚନା କରି ତାହାକୁ ଠିକ୍ ହିସାବରେ ତିଆରି କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ହାଇସ୍କୁଲ ଖେଳ ପଡିଆର ସୁରକ୍ଷିତ କରିବା ପାଇଁ କରଙ୍ଗାକଟା ବନ୍ଧଆଡି ପଟରୁ ଡାଏଟ୍ ସ୍କୁଲ ଦେଇ ମୁଖ୍ୟ ରାସ୍ତା ଆଡକୁ ମଧ୍ୟ ପାଚେରୀ ନିର୍ମାଣ କରାଯିବାର ନିଷ୍ପତ୍ତି କରାଯାଇଥିଲା । ଛୋଟ ଛୋଟ ପିଲାଙ୍କ ଖେଳିବା ପାଇଁ ଏକ ବଲ ରୁମରୁ ବ୍ୟବସ୍ଥା କରିବାର ମଧ୍ୟ ସେଠାରେ ନିଷ୍ପତ୍ତି ହୋଇଥିଲା । ପରେ ପରେ ସେଠାରୁ ତହସିଲଦାର ତଥା ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ସହ ଭୀମଭୋଇ ମେଡିକାଲ କଲେଜ ନିକଟକୁ ଯାଇ ସେଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଡାକ୍ତରଖାନା ପାଇଁ ଜମି ନିରିକ୍ଷଣ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଆହୁରି ମଧ୍ୟ ଡାକ୍ତରି ଛାତ୍ର ମୁତାବକ ଏକ ଖେଳ ପଡିଆ ପାଇଁ ଦରକାର ହେଉଥିବା ଜମି ସେଠାରେ ବନେ୍ଦାବସ୍ତ କରିବାକୁ ଉପସ୍ଥିତ ଥିବା ତହସିଲଦାରଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସେଠାରେ ମେଡିକାଲ କଲେଜର ହସପିଟାଲ ପାଇଁ ଭିତ୍ତିଭୂମି ଦିଆ ସରିଛି ଏବଂ ତା ସଂଲଗ୍ନରେ ମେଡିକାଲ କଲେଜର ଖେଳ ପଡିଆ ପାଇଁ ଜମି ଓ ଟଙ୍କାର ବ୍ୟବସ୍ଥା ଶିଘ୍ର କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ମେଡିକାଲ ଛାତ୍ର ଛାତ୍ରୀମାନଙ୍କୁ ପୂର୍ବରୁ ପ୍ରତିଶୃତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଶିକ୍ଷା, ପୁର୍ତ୍ତ, ରାଜସ୍ୱ ବିଭାଗ ଅଧିକାରୀମାନଙ୍କ ବ୍ୟତିତ ବିଧାୟକଙ୍କ ଶିକ୍ଷା ପ୍ରତିନିଧି ବାମଦେବ ମିଶ୍ର, ଉମା ସାହୁ, ଅଜୟ ବାଲି, ଶୁଭ୍ରାଂଶୁ ପଣ୍ଡା, ଛାତ୍ର ସଭାପତି ଅଙ୍କିତ ସାହୁ, ଅଭିନାଶ ଦାନି, ବିରେନ୍ଦ୍ର ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault