ହେଡଲାଇନସ୍:

ଗିତ ଗାଇ ମନ ମୋହିଲେ ପଦ୍ମନାଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/କୋମନା:-ପଦ୍ମନାଭ ଗୀତ ଗାଆନ୍ତି, ସେତ ଆମେ ଜାଣିଥିଲୁ | ହେଲେ ଏବେ ବହୁଦିନ ପରେ ଖୋଲାମଞ୍ଚରେ ଉପସ୍ଥିତ ସହଶ୍ରୟାଧିକ ଦର୍ଶକଙ୍କ ଗହଣରେ ଗାଇବାର ଦେଖିବାକୁ ମିଳିଥିଲା | ଆମେ ଏଠି କହୁଛୁ ଆମେ ମଂତ୍ରୀ ପଦ୍ମନାଭ ବେହେରାଙ୍କ ସମ୍ପର୍କରେ |ଲକ୍ଷ୍ମୀପୂଜା ଅବସରରେ  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଶିବାହାଲ ଓ ଲଖନା ଠାରେ ଗୀତ ବୋଲି ଲୋକଙ୍କ ମନ ମୋହି ନେଇଥିଲେ | 

ବିଜେପୁର ନିର୍ବାଚନ ବ୍ୟସ୍ତତା ମଧ୍ୟରେ ସମୟ ବାହାରକରି ସଂଧ୍ୟାରେ କୋମନା ବ୍ଲକ ବିଶିବାହାଲ ଠାରେ ଗଜଲକ୍ଷ୍ମୀ ପୂଜା ରୌପ୍ୟଜୟଂତୀ ଅବସରରେ ମନ୍ତ୍ରୀ ପଦ୍ମନାଭ ବେହେରା, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,  ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପରିଷଦ ଉପାଧକ୍ଷ ଭାନୁ ପ୍ରତାପ ମାଝି, ବିଜେଡି ଯୁବ ନେତା ଟିଟୁ ପଣ୍ଡା ପ୍ରମୁଖ ଅତିଥି ଭାବେଯୋଗ ଦେଇଥିଲେ |

ଆନ୍ୟ ଏକ କାଯ୍ୟକ୍ରମରେ କୋମନା ବ୍ଲକ ର ଲଖନା ଠାରେ ଲକ୍ଷେ ଘରଗଣ୍ଡା ସମାଜ ର ନୂଆଖାଇ ଭେଟଘାଟ ଅବସରରେ ମନ୍ତ୍ରୀ ପଦ୍ମନାଭ ବେହେରା, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ନୁଆପଡ଼ା ଅତିରିକ୍ତ ଜିଲ୍ଲାପାଲ କର୍ଣ୍ଣ ସୁନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଦୁଇଟିର ମୂଖ୍ୟ ଆକର୍ଷଣ ଥିଲା ମନ୍ତ୍ରୀଙ୍କ ଗିତ |  ବିଶିବାହାଲ ଠାରେ "ଅନ୍ଧାର ବରଣି ମା ଗୋ ଜ୍ୟୋତିର୍ମୟୀ ମା" ଓ ଲଖନା ଠାରେ "ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜିବନ ଧନ" ଗୀତ ଗାଈଓ ଦର୍ଶକଙ୍କ ମନ ମୋହିଥିଲେ |

(ଫୋଟୋ/ଭିଡ଼ିଓ: ରାଜେନ୍ଦ୍ର ପ୍ରଧାନ) 

 

0
0
0
s2sdefault