ହେଡଲାଇନସ୍:

ଗୁଣପୁର ଉପଖଣ୍ଡ ପୋଲିସକୁ ବଡ଼ ସଫଳତା : ଗୁଡାରୀ ପୋଲିସ ଦ୍ୱାରା ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ - ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଗୁଡାରୀ ଠାରେ ପୋଲିସ ବିଭାଗ କୁ ଗତକାଲି ଏକ ବଡ଼ ସଫଳତା ମିଳିଛି । ଗୁଡାରୀ ପୋଲିସ ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଉକ୍ତ ଗଞ୍ଜେଇ ୪ ଗୋଟି ଧଳା ରଙ୍ଗ ର ଜରି ବ୍ୟାଗ ରେ ଭରି ହୋଇ ଓଡ଼ି ୧୮ ଏଫ୍ ୨୨୬୩ ନମ୍ବର ରେଜିଷ୍ଟ୍ରି ଭୁକ୍ତ ଏକ ବୋଲେରୋ ପିକପ୍ ଭ୍ୟାନ୍ ରେ ନିଆ ଯାଉଥିବା ବେଳେ ପୋଲିସ ଗୁଡାରୀ ଠାରୁ ୧୦ କିମି ଦୁର ଚନ୍ଦ୍ରପୁର ରାସ୍ତା ର ବୁଜିଙ୍ଗଗୁଡା ଛକ ଠାରେ ଜବତ କରିଛି । 

ଏଥି ସହିତ ନଗଦ ୧ ଲକ୍ଷ ଟଙ୍କା , ଏୟାରଟେଲ ସିମ୍ କାର୍ଡ ଏବଂ ୨ ଗୋଟି ମେମୋରି କାର୍ଡ ବ୍ୟବହୃତ  ୨ ଗୋଟି ମୋବାଇଲ ଫୋନ ସହ ଗଣପତି ପାତିକା ଙ୍କ ନାମ ରେ ଥିବା ଏସ୍ ବି ଆଇ ଏ.ଟି.ଏମ୍ କାର୍ଡ ଜବତ କରିଛି । 

ଏହି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ଗୁଡାରୀ ଥାନା ଅନ୍ତର୍ଗତ କମନାଗୁଡା ଗ୍ରାମ ର ଦତ୍ତ ପାତିକା ଙ୍କ ପୁଅ ଗଣପତି ପାତିକା (୫୦) ଏବଂ ଗଣପତି ଙ୍କ ସ୍ତ୍ରୀ ବୁଡୁ ପାତିକା (୪୦) , ଶାନ୍ତି ନଗର ସ୍ଥିତ ରାମଚନ୍ଦ୍ର କାଡ୍ରାକା ଙ୍କ ପୁଅ ଜିତୁ କାଡ୍ରାକା (୩୦) , ପଞ୍ଜାବ ରାଜ୍ୟ ସ୍ଥିତ ଅମ୍ରିତସର ଜିଲ୍ଲା ବାଲା ଥାନା ଅନ୍ତର୍ଗତ ଅମ୍ରିତ୍ ଗ୍ରାମ ର ସତବୀର ସିଂ ଙ୍କ ପୁଅ ଦାସ୍ (୩୫) ଏବଂ ହରିଆଣା ସ୍ଥିତ ହିସାର୍ ଜିଲ୍ଲା ବାରୱାଲା ଥାନା ଅଧିନସ୍ଥ ରାଜଲି ଗ୍ରାମ ର କୁରୁଡ଼ିଆ ରାମ ଙ୍କ ପୁଅ ସାନ୍ତଲାଲ୍ (୩୩) ଙ୍କୁ ଗିରଫ କରି ଗୁଡାରୀ ଥାନା କେସ୍ ନମ୍ବର ୭୮/୧୯ କ୍ରମେ ମାମଲା ନମୋଦ କରିଛି । ଗୁଣପୁର ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଏମ୍ ଶ୍ରବଣ ବିବେକ କୁମାର ଉକ୍ତ ବିଷୟରେ ସୁଚନା ଦେଇଛନ୍ତି । 

ତଦନ୍ତ ରୁ ଜଣାପଡିଛି ଗଣପତି ପାତିକା ଏବଂ ତାଙ୍କ ସ୍ତ୍ରୀ ବୁଡୁ ପାତିକା ନିୟମିତ ବୁଲା ଗଞ୍ଜେଇ ବିକାଳୀ ଏବଂ କିଛି ବର୍ଷ ଧରି ଉଭୟେ ଗଞ୍ଜେଇ ରପ୍ତାନି ଓ ବିକ୍ରି କରୁଛନ୍ତି । ସେମାନେ ବେଆଇନ ଭାବେ ବାରମ୍ବାର ପଞ୍ଜାବ , ହରିଆଣା , ବିହାର ଏବଂ ଛତିଷଗଡ଼ ରାଜ୍ୟ କୁ ବେଆଇନ ଗଞ୍ଜେଇ ରପ୍ତାନି କରିବା ସହ ରାୟଗଡ ଜିଲ୍ଲା ରେ ଲାଭ ନିମନ୍ତେ ଗଞ୍ଜେଇ ବିକ୍ରି କରୁଅଛନ୍ତି ।ଅଭିଯୁକ୍ତ ଦାସ୍ ଏବଂ ସାନ୍ତାଲାଲ୍ ଉଭୟେ ଗଣପତି ପାତିକା ଙ୍କ ସମ୍ଭାବ୍ୟ ଅଂଶିଦାର ଅଟନ୍ତି ଓ କମ ଦର ରେ ଚନ୍ଦ୍ରପୁର ଇଲାକା ରୁ ଗଞ୍ଜେଇ କିଣି ପଞ୍ଜାବ , ହରିଆଣା ବିହାର ରାଜ୍ୟ ରେ କେଜି ପିଛା ୫୦୦୦ ଟଙ୍କା ଲାଭ ରେ ବିକ୍ରି କରୁଛନ୍ତି । ଗତ ୧୨/୧୦/୨୦୧୯ ତାରିଖ ଦିନ ସନ୍ଧ୍ୟା ସମୟରେ ଗଣପତି ପାତିକା ଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଅଞ୍ଚଳ ର ବିଭିନ୍ନ ଗ୍ରାମ କୁ ଯାଇ କମ ଦର ରେ ଗଞ୍ଜେଇ ସଂଗ୍ରହ କରିଥିଲେ । ପର ଦିନ ଅର୍ଥାତ ୧୩/୧୦/୨୦୧୯ ତାରିଖ ସକାଳ ୦୯ ଘଣ୍ଟା ସମୟରେ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଠାରୁ ଗୁଡାରୀ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଗୁଡାରୀ ପୋଲିସ ଦଳ ଏମାନଙ୍କୁ ଧରିଛି । 

ଅଭିଯୁକ୍ତ ଜିତୁ କାଡ୍ରାକା ଜଣେ ଦକ୍ଷ ଗାଡି ଚାଳକ ଏବଂ ସେ ବହୁ ସମୟରେ ଏହି କ୍ଷେତ୍ର ରେ ଅଭିଯୁକ୍ତ ଙ୍କୁ ସହଯୋଗ କରୁଥିବା ଓ ଜବତ କରାଯାଇଥିବା ୧ ଲକ୍ଷ ଟଙ୍କା ରପ୍ତାନି ଖର୍ଚ୍ଚ ବ୍ୟବହାର ପାଇଁ ରଖାଯାଇଥିବା ପୋଲିସ କହିଛି । ଜବତ କରାଯାଇଥିବା ବୋଲେରୋ ଟି ଅଭିଯୁକ୍ତ ଗଣପତି ପାତିକା ଙ୍କର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି । ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୦ ବି (୨) ସି ଏନ.ଡ଼ି.ପି.ସି ଆକ୍ଟ ୧୯୮୫ କ୍ରମେ କେସ୍ ରୁଜ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି । 

ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବେଆଇନ ଭାବେ କରାଯାଉଥିବା ଏଭଳି ମାଦକଦ୍ରବ୍ୟ ଚାଷ , ବିକ୍ରୟ ଓ ରପ୍ତାନି କୁ ରୋକିବା ଦିଗରେ ଜନସାଧାରଣ ପୋଲିସ କତୃପକ୍ଷ ଙ୍କୁ ସହଯୋଗ ର ହାତ ବଢାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଭଳି ସୁଚନା ଦେବା ବ୍ୟକ୍ତି ଙ୍କ ନାମ ଗୋପନ ରଖିବା ସହ ସୁଚନା ଦାତା ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । 

ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସ , ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଂଜନ ପ୍ରଧାନ ଓ ଗୁଡାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଏସ୍ କେ ତାଉଡ଼ିଆ ଙ୍କ ସମେତ ଗୁଣପୁର ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।

0
0
0
s2sdefault