ହେଡଲାଇନସ୍:

ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଗୁଣପୁର ର ବାର୍ଷିକ ସାଧାରଣ ସଭା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ :  ରାୟଗଡ ଜିଲ୍ଲା ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଗୁଣପୁର ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ସ୍ଥିତ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା କୁ ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ର ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ ଆବାହକ ଭାବେ ଆହ୍ୱାନ କରିବା ସହ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ଏହି ସଭା ରେ ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ର ସଭାପତି ଶ୍ରୀମତୀ ଗୌରୀ ଗମାଙ୍ଗ ସଭାପତିତ୍ୱ କରିଥିବା ବେଳେ ଗୁଣପୁର ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ଏସ୍.ଆର ଶ୍ରୀ ଲାଡ଼ି ରଘୁବାବୁ , ସମବାୟ ବ୍ୟାଙ୍କ ପକ୍ଷରୁ ସୁପରଭାଇଜର ଶ୍ରୀ ରଘୁନାଥ ସାହୁ , ମିଲ୍ଲର ମାନଙ୍କ ଦ୍ୱାରା ପ୍ରତିନିଧିତ୍ବ କରୁଥିବା ଶ୍ରୀ ଗୁଡ୍ଲା ଗୋବିନ୍ଦ ରାଓ , ବରିଷ୍ଠ ନିର୍ଦ୍ଧେଶକ ଶ୍ରୀ ଦେବେନ୍ଦ୍ର ଚୌଧୁରୀ , ସମବାୟ ସମିତି ର ଉପ ସଭାପତି ଶ୍ରୀ ସୁକୁଲା କଣ୍ଡାଗରି ଓ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ତ୍ରିଲୋଚନ ସ୍ୱାଇଁପ୍ରମୁଖ ମଞ୍ଚାସୀନ ହୋଇଥିଲେ ।  

ସଭା ରେ ବକ୍ତବ୍ୟ ଦେଇ ସଭାପତି ଶ୍ରୀମତି ଗୌରୀ ଗମାଙ୍ଗ ସମବାୟ ର ମୁଖ୍ୟ ଲକ୍ଷ୍ୟ ସମିତି ର ସଭ୍ୟ ମାନଙ୍କ ର ସାମାଜିକ ଓ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିବା ବୋଲି କହିଥିଲେ । ଗୁଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ୧୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ଗୋଟିଏ ପୌର ପରିଷଦ ଅଞ୍ଚଳ କୁ ନେଇ ଏହାର ପରିଷଦ ଗଠିତ ବୋଲି ସୁଚନା ଦେଇଥିଲେ । 

ସମିତି ର ମୂଳ ଆଭିମୁଖ୍ୟ ଉପସ୍ଥାପନା କରିବାକୁ ଯାଇ ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ  ଏହା ସଭ୍ୟ ମାନଙ୍କୁ ସ୍ୱଳ୍ପ କାଳୀନ , ମଧ୍ୟମ କାଳୀନ ଓ ଅଣ କୃଷି ଋଣ ଯୋଗାଇ ସେମାନଙ୍କ କୃଷି ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହ ସାର , କୀଟନାଶକ ଔଷଧ , କୃଷି ଯନ୍ତ୍ରପାତି ଯୋଗାଇ ଦେବା ବୋଲି କହିଥିଲେ । ବର୍ତ୍ତମାନ ସୁଦ୍ଧା ସମିତି ର ମୋଟ ୧୩୯୯୫ ଜଣ ସଭ୍ୟ ରହିଥିବା ଜଣାପଡିଛି । ଚଳିତ ୧୯-୨୦ ବର୍ଷ ରେ ଖରିଫ ଓ ରବି ଋତୁ ରେ ସ୍ୱଳ୍ପ କାଳୀନ କୃଷି ଋଣ ବାବଦ କୁ ଚାଷୀ ମାନଙ୍କୁ ୧୦ କୋଟି ଟଙ୍କା ର ଋଣ ଯୋଗାଇ ଦେବା , ଅଣ ଚାଷ ଯୋଜନା ରେ ୫ ଟି ଟ୍ରାକ୍ଟର , ୨ ଟି ମାଛ ବନ୍ଧ , ୨ ଟି ବୋଲେରୋ ଗାଡି , ୨୦ ଟି ଓ ଏଲ ଏମ୍ , ୨୦ ଟି ଏସ୍ ଏଚ୍ ଜି , ୩୦ ଟି ଜେ ଏଲ ଜି , ୧୦ ଟି ଏସ୍ ସି ସି ଏବଂ ୫ ଟି ପାୱାର ଟିଲର୍ ଋଣ ଆକାର ରେ ଯୋଗାଇଦେବା , ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଧାନ ବିହନ ଓ ସାର ଯୋଗାଇ ଦିଆଯିବା ଭଳି କାର୍ଯ୍ୟକ୍ରମ ଗ୍ରହଣ କରିବା ସହ ଚାଷୀ ଙ୍କ ଠାରୁ ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଧାନ କ୍ରୟ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରିଥିବା ସମବାୟ ସମିତି ପକ୍ଷରୁ ସୁଚନା ଦିଆଯାଇଛି ।

ଭାର ପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ସ୍ୱାଇଁଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ ଏବଂ ବଜେଟ ଉପସ୍ଥାପନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ରେ ଆଜିକାର ବୈଠକ ର ଆବାହକ ତଥା ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ ଉପସ୍ଥିତ ସମସ୍ତ ସଦସ୍ୟ , ନିମନ୍ତ୍ରିତ ଅତିଥି , ମଞ୍ଚାସୀନ ଅତିଥି ଏବଂ ଚାଷୀ ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault