ହେଡଲାଇନସ୍:

ମମତାଙ୍କ କୁଶ ପୁତ୍ତଳିକା ଜାଳିଲେ ବଜରଙ୍ଗ ଦଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ବଜରଙ୍ଗ ଦଲ ପକ୍ଷରୁ ସ୍ଥାନୀୟ କଚେରି ଛକଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ ଓ ଜିଲ୍ଲା କଲେକ୍ଟରଙ୍କୁ ଦାବି ପତ୍ର ପ୍ରଦାନ  କରାଯାଇଥିଲା। 

 ପଶ୍ଚିମବଙ୍ଗରେ ବାରମ୍ବାର  ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଅଭିଯୋଗ ଆଣି ବଲାଙ୍ଗୀର ବଜରଙ୍ଗ ଦଲ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ଅପାରଗତା ଯୋଗୁ ଗତ ୧୦ ତାରିଖରେ ପଶ୍ଚିମବଙ୍ଗର ମୁର୍ଶିଦାବାଦଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପରିବାର ସଦସ୍ୟଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଏହି ଘଟଣାର ପ୍ରତିବାଦରେ ବଲାଙ୍ଗୀର ବଜରଙ୍ଗ ଦଳ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଲ ଅରିନ୍ଦମ ଡାକୁଆଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଛି।

0
0
0
s2sdefault