ହେଡଲାଇନସ୍:

ବିଜେପୁର :  ଗଡ଼ିଲା ମୁଣ୍ଡ, ହତ୍ୟାର କାରଣକୁ ନେଇ ଚାଲିଛି ଖୋଳତାଡ଼ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ଗତ ରାତିରେ ବିଜେପୁର ସୋହେଲା ରାସ୍ତା ବାଉଁଶପୁଲା ନିକଟ ଏକ ମଇଳା ଗଦା ଭିତରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ସକାଳେ  ମୃତଦେହଟି  ଗାଇସିଲେଟ ଥାନା ଶରଧାପାଲି ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ଗ୍ରାମର ତରଣିସେନ ମହଲା (୩୮) ଙ୍କର ବୋଲି  ଜଣା ପଡିଥିଲା । ତରଣୀ   ଆରଡ଼ବ୍ଳୁଏସଏସ  ବିଜେପୁର ବ୍ଳକ ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ । ୧୨ ତାରିଖ ଦିନ ସକାଳୁ ଏକ ମିଟିଂରେ ଯୋଗ ଦେବାପାଇଁ ବିଜେପୁରକୁ ନିଜର ପଲସର ମୋଟରସାଇକେଲରେ ବାହାରି ପଡ଼ିଥିଲେ । ତା ପରଠୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ସେଦିନ ସକାଳ ୯ଟାରୁ ତାଙ୍କର ମୋବାଇଲ ସୁଇଚଅଫ ଥିବାରୁ କୌଣସି  ସମ୍ପର୍କ ହୋଇ ପାରି ନଥିଲା । ଆଜି ସକାଳୁ ମଇଳା ଗଦ ଭିତରୁ ପୋତା ଯାଇଥିବା ମୃତ ଦେହକୁ ଉଦ୍ଧାର କରିଛି । ମୃତ ତରଣିଙ୍କ ମୋଟରସାଇକେଲଟି ସୋନପୁର ଜିଲ୍ଳା ଡ଼ୁଙ୍ଗୁରିପାଲି ଥାନା ସିଂ ଢାବା ପାଖରେ ଥିବା ଖବର ପାଇ ପୋଲିସ ଜବତ କରିଛି । ତେବେ ମୃତକଙ୍କ ମୁଣ୍ଡ ପଛ ପଟେ ଏବଂ ବେକରେ ଆଘାତ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ କିଏ କେଉଁ କାରଣରୁ ତାଙ୍କୁ ହତ୍ୟା କଲା ତାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାର ପୋଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

 

0
0
0
s2sdefault