ହେଡଲାଇନସ୍:

ଡିଏମ୍ଏଫ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଭେଟିଲା ଦି ମଦର ଆର୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ବା ଚଗକକକଣ ଅନ୍ତର୍ଭୁକ୍ତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (PMKKKY) ସଂକ୍ରାନ୍ତରେ ଦୁଇଟି ଜାତୀୟ ଆଲୋଚନା ଚକ୍ର ଆୟୋଜନ କରିଥିବା “ଭୂମି : ଦି ମଦର ଆର୍ଥ” ସାମାଜିକ ସଂଗଠନ ଆଦି ଉପରୋକ୍ତ ଆଲୋଚନ ଚକ୍ରରେ ନିର୍ଯ୍ୟାସ ସବୁ ରାଜ୍ୟପାଳ ପ୍ର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛି । ଏକ ତିନିଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ର ଗଣେଶୀ ଲାଲଙ୍କୁ  ସାକ୍ଷାତ କରି ସବିଶେଷ ଆଲୋଚନା କରିବା ସହ ଉପରୋକ୍ତ ବିବରଣୀ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛନ୍ତି |  ଡ଼ିଏମ୍ଏଫ୍ ପରିଚାଳନା ଓ କାର୍ଯ୍ୟକାରୀତାରେ ଦେଖାଯାଉଥିବା ତୃଟି ବିଚ୍ୟୁତି  ବାବଦରେ ରାଜ୍ୟପାଳ ସମ୍ବିଧାନର ଧାରା ୨୪୪ (୧) ଅନୁଯାୟୀ ଞ୍ଚମ ଅନୁଚ୍ଛେଦ ଅଞ୍ଚଳରେ ସିଧାସଳଖ ହସ୍ତକ୍ଷେପ ପାଇଁ ଏହି ବିବରଣୀରେ ଅନୁରୋଧ କରାଯାଇଥିଲା  । ବିନା ପଲ୍ଲୀ ସଭାରେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳର ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରିତା ୧୯୯୬ ପେଷା ଆଇନର ଖୋଲାଖୋଲି ଉଲଙ୍ଘନ ହୋଇଥିବାର ଅଭିଯୋଗ ହୋଇଛି  । 

ରାଜ୍ୟପାଳଙ୍କୁ ସାକ୍ଷାତ କଲାପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଭୂମି : ଦି ମଦର ଆର୍ଥର ଅଧ୍ୟକ୍ଷ ସତ୍ୟବ୍ରତ ପଣ୍ଡା କହିଥିଲେ ଯେ ଏକ ଲକ୍ଷ କୋଟି ଟଙ୍କାର ବଜେଟ ପାଇଁ ରାଜ୍ୟ ବିଧାନସଭା ଦେଢ଼ ମାସରୁ ଉର୍ଧ୍ଵ  ସମୟ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏକ ଘଣ୍ଟାରେ ୪/୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିବା ଆମ ଆର୍ଥିକ ଶୃଙ୍ଖଳାକୁ ଏକ ପ୍ରହସନରେ ପରିଣତ କରିଛି ।ଡ଼ିଏମ୍ଏଫ ଟ୍ରଷ୍ଟ କୌଣସି ଜିଲ୍ଲାରେ ପଞ୍ଜିକୃତ ହୋଇ ପାରିଲା ନାହିଁ  । ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ନହୋଇ ଏହି ଅର୍ଥ ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ମନମର୍ଜିରେ ଖର୍ଚ୍ଚ ହେଉଛି  ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ମଦର ଆର୍ଥର ପୃଷ୍ଠପୋଷକ ଡ଼  ମୁରଲୀ ମନୋହର ଶର୍ମା କେନ୍ଦୁଝର ଜିଲ୍ଲା ଖଣି ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ ମରାମତି ଓ ନିର୍ମାଣ ପାଇଁ ଡ଼ିଏମଏଫ ଅର୍ଥ ବରାଦ ନହେବା କାରଣରୁ ଉଦବେଗ ପ୍ରକାଶ କରିଥିଲେ  । ଡ଼ିଏମ୍ଏଫ କାର୍ଯ୍ୟକାରିତାରେ ଅଭିଯୋଗ ଶୁଣାଣି ପାଇଁ କୌଣସି ବ୍ୟବସ୍ଥା ନାହିଁ କିମ୍ବା ସୋସିଆଲ ଅଡ଼ିଟ ହେଉନାହିଁ ବୋଲି ଡ଼ ଶର୍ମା ମତବ୍ୟକ୍ତ କରିଥିଲେ  । “ମଦର ଆର୍ଥ’’ର ଅନ୍ୟତମ ନିର୍ଦ୍ଦେଶକ ରାଜେଶ ପଟ୍ଟନାୟକ ଡ଼ିଏମ୍ଏଫର ବିପୁଳ ଅର୍ଥ ପରିଚାଳନା ପାଇଁ ଏକ ଉତ୍ସର୍ଗୀକୃତ କାର୍ଯ୍ୟାଳୟ ନଥିବା ଏବଂ ଅର୍ନେଷ୍ଟ ଆଣ୍ଡ ୟଙ୍ଗ ଭଳି ଏକ ସଂଗଠନ ହାତରେ ଏହାର ଦାୟିତ୍ୱ ସମର୍ପି ଦେବା ଘଟଣାକୁ ସମାଲୋଚନା କରିଥିଲେ । ବିଶେଷ କରି  ଯେଉଁ ଅଧିକାରୀ ଅର୍ନେଷ୍ଟ ଆଣ୍ଡ ୟଙ୍ଗକୁ ଚୟନ କରିଥିଲେ ସେ ସରକାରୀ ପଦରୁ ଇସ୍ତଫା ଦେଇ ସେହି ଅର୍ନେଷ୍ଟ ଆଣ୍ଡ ୟଙ୍ଗସଂସ୍ଥାରେ ଯୋଗଦେବା ସ୍ୱାର୍ଥର ବିରୋଧାଭାଷ ବୋଲି ସେ କହିଥିଲେ  । ସ୍ଥାନୀୟ ଅଧିବାସୀ ଓ ନାଗରିକ ସଂଗଠନକୁ ଅନ୍ଧାରରେ ରଖି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି  । ଜିଲ୍ଲା ଡ଼ି.ଏମ୍.ଏଫ.ର ୱେବସାଇଟ ଅଧିକାଂଶ ସମୟ ଅଚଳ ରହୁଥିବାର ଲକ୍ଷ୍ୟ କରାଯାଉଛି  ।

 

0
0
0
s2sdefault