ହେଡଲାଇନସ୍:

ମଉକା କାଢି ଅମରେଶଙ୍କ ଚୌକା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରମୁଣ୍ଡାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବରଗଡ :- ବିଜେପୁରରେ ଏବେ ନିର୍ବାଚନୀ ବାତାବରଣ ସରଗରମ ହୋଇଥିବା ବେଳେ ନେତାମାନଙ୍କ ସଙ୍ଗମ ହୋଇଛି ସେଠାରେ | ନିଜ ଦଳ ପାଇଁ ପ୍ରଚାର କରିବା ସହ ଅନ୍ୟାନ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଯାଉଛନ୍ତି ନେତାମାନେ | ଆଉ ଯୁବ ନେତା ମାନଙ୍କ କଥା ବି ସେଇମିତି | ସବୁ ଏବେ ସେ ଅଂଚଳରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଅତିଥି ହୋଇ ଲୋକଙ୍କ ସହିତ  ମିଶିବା ସହ ଯୁବକ ଯୁବତୀ ମାନଙ୍କୁ ଦଳ ସପକ୍ଷରେ ଆକର୍ଷଣ କରିବାରେ ବ୍ୟସ୍ତ |  କିଛି ଦିନ ତଳେ ଏକ ଫୁଟବଲ ଟୁର୍ନାମେଣ୍ଟରେ ଅତିଥି ବାବେ ଯୋଗ ଦେଇ ନିଜ କ୍ରୀଡା କୌଶଳ ପ୍ରଦର୍ଶନ ପୂର୍ବକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିଲେ ମନ୍ତ୍ରୀ ବିକୁ ଜନତା ଦଳର ଫରୱାର୍ଡ଼ ଖେଳାଳି ଡ଼ ଅରୁଣ ସାହୁ | ତାଙ୍କ ସହ ଥିଲେ ଅନ୍ୟତମ ଟାଣୁଆ ମିଡ଼ ଫିଲ୍ଡ ଖେଳାଳି ସଞ୍ଜୟ ଦାସବର୍ମା | 

ଆଉ ଦଳର ସେକେଣ୍ଡ ପିଢ଼ି ଯୁବ ନେତା ବି କେମିତି ବାଦ ପଡନ୍ତେ !! ମଉକା ପାଇ ଚୌକା ମାରିଥିଲେ ବିକୁ ଜନତା ଦଳର ଯୁବ ସଭାପତି ତଥା ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ | ଗତ 3 ଦିନ ଧରି ବିଜେପୁର ବ୍ଲକ ରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରୁଥିଲେ ବରମୁଣ୍ଡା ପଂଚାୟତ ର ଯୁବକ ଭାଇ ମାନେ ।  ରାଜନୀତିକ ପ୍ରଚାରର ଘମାଘୋଟ ଭିତରୁ ମଉକା କାଢି ଏହି ଟୁର୍ନାମେଟରେ ସାମିଲ ହେବାର ସୁଯୋଗକୁ ହାତଛଡା କରିନଥିଲେ | ଏହି  ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ପତ୍ରୀ ଉଦଘାଟନ କରିଥିବା ବେଳେ ଖେଳର ଶେଷ ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଶ୍ରୀ ସୁବ୍ରତ ସିଂ ଓ ଶ୍ରୀ ପତ୍ରୀ ଯୋଗଦାନ କରି ଖେଳାଡି ମାନଙ୍କର ମନୋବଳ ବଢାଇବା ସହିତ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜକ ମାନଙ୍କ ତରଫରୁ ଏହି  ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଟିମ ଓ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

 

 

0
0
0
s2sdefault