ହେଡଲାଇନସ୍:

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ଅଧରାତିରେ ପହଁଚିଲେ  ଜିଲ୍ଲାପାଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ  କରିବାକୁ ଅଧରାତିରେ ଅଚାନକ ପହନ୍ଚିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।ସେଠାରେ ଜିଲ୍ଲାପାଳ ରୋଗିମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରିବୁଝିବା ସହ ଚିକିତ୍ସାଳୟରେ ଡାକ୍ତର ଓ ନର୍ସ ମାନଙ୍କ ଉପସ୍ଥିତି ତଦାରଖ କରିଥିଲେ।ଡାକ୍ତରଖାନା ପରିସରର ପରିବେଶ ସ୍ୱଚ୍ଛତା ସମ୍ପର୍କରେ ନିରିକ୍ଷଣ କରିଥିଲେ।ଜିଲ୍ଲାପାଳ ତତକ୍ଷଣାତ୍ ପଦକ୍ଷେପ ଗ୍ରହଣକରି ଏକ ସଦ୍ୟଜାତ ଶିଶୁକୁ ବେଡ୍ (ଶଯ୍ୟା)କୁ ସ୍ଥାନାନ୍ତର କରିଥିଲେ।କର୍ତ୍ତବ୍ୟରତ ଚିକିତ୍ସକ ମାନଙ୍କ ସହ ଆଲୋଚନା କରି ଏକ ଆସନ୍ନ ପ୍ରସବ ଗର୍ଭବତୀ ମହିଳାଙ୍କର ପ୍ରସବର ସୁବ୍ୟବସ୍ଥା କରିଥିଲେ।ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗିମାନେ ଏବଂ ସେମାନଙ୍କର ସହାୟକମାନେ ସନ୍ତୋଷବ୍ୟକ୍ତ କରିଥିଲେ।ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାରେ ପୋଲିସ୍ ଥାନା ଏବଂ ଡାକ୍ତରଖାନା ମାନଙ୍କରେ କର୍ତ୍ତବ୍ୟରେ ଅବହେଳା ଓ ସାଧାରଣ ଜନତାଙ୍କୁ ହଇରାଣ ହରକତ କରୁଥିବା କର୍ମଚାରିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।ଗଣତନ୍ତ୍ରରେ ସାଧାରଣ ଜନତା ହେଉଛନ୍ତି ପ୍ରକୃତ ମାଲିକ।ସରକାରୀ କଳ ଜନସାଧାରଣଙ୍କୁ ବୃତ୍ତିଗତ ଓ ନିତିଗତ ଭାବରେ ଏହିଭଳି ସେବା ଯୋଗାଇବା ଆବଶ୍ୟକ।ଜିଲ୍ଲାପାଳ ସକାଳ ୬ଟା ୪୫ମିନିଟ୍ ସମୟରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ବେଡ୍ ଓ ଅସ୍ତ୍ରୋପଚାର କକ୍ଷର ବନ୍ଦୋବସ୍ଥ କରିବା ପରେ ଉକ୍ତ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।ଶିଶୁର ପିତା ଜୟନ୍ତ ସାହୁ,ସି ଡି ଏମ୍ ଓ,ଏ ଡି ଏମ୍ ଓ ,ଜିଲ୍ଲାପାଳଙ୍କର ସମୟାନୁଭିତିକ କାର୍ଯ୍ୟାନୁଷ୍ଠାନର ଭୂୟଂସୀ ପ୍ରଶଂସା କରିଥିଲେ।ଜଗତସିଂହପୁର ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଥିବା ଜଣାପଡିଛି।

0
0
0
s2sdefault