ହେଡଲାଇନସ୍:

ଗଛମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ।  ରାଜ୍ୟ ସରକାର ଶିଶୁ ସମନ୍ୱିତ ବିକାଶ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଗୃହ ଯୋଗାଇ ଦେବା ସହିତ କୋମଳ ମତି ଶିଶୁ ମାନଙ୍କ ସୌନ୍ଦର୍ଯ୍ୟ କାରଣ ଓ ପରିବେଶ ସ୍ୱଚ୍ଛତା ,ଶିକ୍ଷାଦାନ,ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଖେଳନା ସହିତ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ସରକାର କହୁଥିବା ବେଳେ ସରକାରଙ୍କ ଏହି ଯୋଜନାର ଆନ୍ତରିକତା ରେ ବ୍ୟତିକ୍ରମ ଦେଖା ଦେଇଛି ।କେଉଁଠି ଅସୁରକ୍ଷିତ ଗୃହରେ ଶିକ୍ଷାଦାନ ଚାଲୁଛି ତ ଅନ୍ୟ କେଉଁଠି ବାରଣ୍ଡା ଓ ଗଛ ମୂଳେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ପଂଚାୟତର ବାଗ ଦୋରି ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ । ନିଜସ୍ୱ ଗୃହ ନଥିବାରୁ ଦୀର୍ଘ ବର୍ଷ ହେଲା ଗଛମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଫଳରେ ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଶିଶୁମାନେ ଶିକ୍ଷାଦାନ ନେଉଛନ୍ତି । ରୋଷେଇ ଓ ଖାଇବା କଥା ନକହିବା ଭଲ । କେନ୍ଦ୍ର କୋଠା ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରସ୍ଥ ହେବା ଫଳରେ ଗତ ବର୍ଷ ସରକାରଙ୍କ ପକ୍ଷରୁ ଏକ କୋଠା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି । ତଥାପି ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଏହାର ହସ୍ତାନ୍ତର ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମିତା ରାଣୀ ପ୍ରଧାନ ଙ୍କୁ ପଚରି ବୁଝିବାରୁ ନଭେମ୍ବର ୨୦ ତାରିଖ ସୁଦ୍ଧା ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ତଥାପି କାର୍ଯ୍ୟ ବିଳମ୍ବ ଯୋଗୁଁ କେନ୍ଦ୍ର ଗୃହ ନିର୍ମାଣ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

0
0
0
s2sdefault