ହେଡଲାଇନସ୍:

ଶ୍ରୀରାଧା କାଳକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

>ଭୁବନେଶ୍ୱର : ଶ୍ରୀରାଧା କାଳକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ ଭଞ୍ଜକଳା ମଣ୍ଡପ ଠାରେ ଆଡମ୍ବରପୂର୍ଣ ଅନୁଷ୍ଠିତହୋଇ ଯାଇଛି।ଶ୍ରୀରାଧା କାଳକୁଞ୍ଜର ମୁଖ୍ୟ ପ୍ରତିଷ୍ଠାତ୍ରୀ  ଗୁରୁ ଶ୍ରୀ ମିନତୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ବରେଣ୍ୟ ଅତିଥି ରୂପରେ ଓଡ଼ିଶାର ସୁପ୍ରସିଦ୍ଧ ସଙ୍ଗୀତକାର, ଗାୟକ ପଦ୍ମଶ୍ରୀ ଗୁରୁ ପ୍ରଫୁଲ କର,ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି,ଓଡ଼ିଆ କଣ୍ଠଶିଳ୍ପୀ ଡକ୍ଟର ଶ୍ରୀମତୀ ସଂଗୀତା ଗୋସାଇଁ, ଓଡିଶାର ସୁପ୍ରସିଦ୍ଧ ମର୍ଦଲା ବାଦକ ଗୁରୁ ଶ୍ରୀ ଧନନଞ୍ଜ ସ୍ୱାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।ଶ୍ରୀରାଧା କାଳକୁଞ୍ଜ ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ ମଙ୍ଗଳାଚରଣରେ ଜୟ ଜୟ ପ୍ରଭୁ ଗଜାନନ,ବସନ୍ତ ପଲ୍ଲବୀ, ଦିଲାହାରି ପଲ୍ଲବୀ,ନୃତ୍ୟଭିନୟନରେ ଅଷ୍ଟଲଷ୍ମୀ, ବ୍ରଜେ ବସନ୍ତ ନବନିତ ଚୌରଙ୍ଗ,ମିତ ଚାହିଁରେ ପରା ଏବଂ ପରେ ପରେ କୁନି କୁନି କଳାକାରଙ୍କ ଦ୍ୱାରା ପଲ୍ଲୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଡକ୍ଟର ମୃତ୍ୟୁଞ୍ଜୟ ରଥ ମଞ୍ଚକାର୍ଯ୍ୟରେ ପରିଚାଳନା କରିଥିଲେ।ମୁଖ୍ୟ ବାଦ୍ୟଯନ୍ତ୍ର ସହଯୋଗିତାରେ ଥିଲେ ଗୁରୁ ଶ୍ରୀ ଏକଲବ୍ୟ ମୁଦୁଲି(ମର୍ଦଲ),ଗୁରୁ ଶ୍ରୀ ବାଳକୃଷ୍ଣ ଜେନା(କଣ୍ଠ ସଙ୍ଗୀତ),ଗୁରୁ ଶ୍ରୀ ଦୟାନିଧି ବେହେରା(ବେହେଲା),ଗୁରୁ ଶ୍ରୀ ସ୍ୱପ୍ନସ୍ୱର ଚକ୍ରବର୍ତ୍ତୀ(ସୀତାର) ଏବଂ ଗୁରୁ ଶ୍ରୀ ଦିଲ୍ଲୀପ କୁମାର(ମଞ୍ଜିରା), ନୃତ୍ୟ ସଂଯୋଜନାରେ ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ ଏବଂ ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ, ସଞ୍ଚିତ କୁମାର ପ୍ରଧାନ,ଉଦ୍ଧବ ଭୋଇ।

ଅନୁଷ୍ଠାନର ସଭାପତି ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ ଏବଂ ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀରାଧା କାଳକୁଞ୍ଜର ଆବାହକ ସାଇ ନାରାୟଣ ବେହେରା, ଶ୍ରୀକାନ୍ତ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ବହୁ ନୃତ୍ୟଗୁରୁ,କଣ୍ଠଶିଳ୍ପୀ, କଳାକାର,ଦର୍ଶକ ଉପସ୍ଥିତଥିଲେ।

0
0
0
s2sdefault