ହେଡଲାଇନସ୍:

ରାଜଭବନ ଆଗରେ ଗର୍ଜିଲା ବିଜେପି, ରାଜ୍ୟପାଳଙ୍କୁ ଦେଲା ସ୍ମାରକ  ପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘର କରାଇବା ନାଁରେ ବିଜେଡି ବିଧାୟକ ନେଉଛନ୍ତି ୨୧ହଜାର ଟଙ୍କା ପିସି :ବିଜେପି 

 ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ

 ରାଜ୍ୟସରକାର  ପିଏମଏୱାଇ ଯୋଜନାର ନାଁ ବଦଳାଇ “ମୋ ଆବାସ” ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି

 କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଦଳ  

 ଶାସକ ଦଳ ବିଧାୟକଙ୍କ ନିର୍ଦ୍ଦେଶରେ  ସରକାରୀ ଅଧିକାରୀମାନେ ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଘରକୁ କରୁଛନ୍ତି ଜିଓ ଟାଗିଙ୍ଗ୍ 

 ଓଡିଶାବାସୀଙ୍କ ସ୍ୱାର୍ଥ ଏବଂ ହକ ପାଇଁ ବିଜେପି ଲଢେଇ ଜାରି ରଖିଛି

 ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ  ଦିଆଯିବ ନାହିଁ

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା  ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି ‚ମୋ ଆବାସ‛ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ବିଜେପି ପକ୍ଷରୁ  ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ  ମହାପାତ୍ରଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ନେତୃବୃନ୍ଦ ରାଜ୍ୟସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତିବାଦ କରିଥିଲେ ।  ଓଡିଶାବାସୀଙ୍କ ସ୍ୱାର୍ଥ ଏବଂ ହକ ପାଇଁ ବିଜେପି ଲଢେଇ ଜାରି ରଖିଛି । ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାରୀ, ଚଂଚକତା ପୂର୍ଣ୍ଣ ବ୍ୟବହାର  ବିରୁଦ୍ଧରେ ବିଜେପି ରାଜରାସ୍ତାରେ ଆନେ୍ଦାଳନ କରିବ । ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାରକୁ ପ୍ରସୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାଙ୍କାକ୍ଷୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି । ଏହି ଯୋଜନାକୁ ଚଂଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥି ଓ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।

ଏହା ପରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୭୦ ଜଣିଆ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିନିଧୀଦଳକୁ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଂଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ  ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଂଟନ କରୁଛନ୍ତି । ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ  ଚାଲିଛି ସେଥିରେ ମଧ୍ୟ ଚଂଚକତା ରହିଛି । ତାର ଯେଉଁ ବିଜ୍ଞାପନ ବାହାରିଲା ସେ ବିଜ୍ଞାପନରେ ଗୋଟିଏ କୌଣସି ଜାଗାରେ ଲେଖା ହୋଇନି  ଯେ,ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ହେଉଛି । ସର୍ଭେ ହେଲା ପରେ ଯେଉଁ ପ୍ରାରମ୍ଭିକତା ତାଲିକା ଆସିଛି ତାହାପରେ ପରବର୍ତୀ ପ୍ରକ୍ରିୟାଟି ହେଉଛି ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା । କିନ୍ତୁ ଶାସକ ଦଳର ବିଧାୟକ ପଂଚାୟତ ଏକଜୁ୍ୟଟିଭ୍, ଜିଆରଏସ୍ ମାନଙ୍କୁ ଧରି କେବଳ ବିଜୁ ଜନତାଦଳର କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ରାଜ୍ୟର ବିଭିନ୍ନ ସ୍ଥାନରେ  ଘର କରାଇବା ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି । ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟାକିଙ୍ଗ୍ ହେବ ନିଷ୍ପତି ହୋଇଛି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି ବୋଲି ପ୍ରତିନିଧୀ ଦଳ ଅଭିଯୋଗ କରିଛି । 

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲା । ଏହା ପରେ ବି ରାଜ୍ୟସରକାର ଏଭଳି ଅନିୟମିତତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିନାହାଁନ୍ତି । 

ଏହି ପ୍ରତିନିଧି  ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ଉ ନେତା ବିଷ୍ନୁ ସେଠୀ, ମୁଖ୍ୟସଚେତକ ମୋହନ ମାଝି, ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ପ୍ରକାଶ ସୋରେନ, ଡ.ବୁଧାନ ମୁର୍ମୁ, ସୁକାନ୍ତ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ରାଜ୍ୟ ଉପ ସଭାପତି ନୟନ ମହାନ୍ତି, ସୁକେଶୀ ଓରାମ, ରମାରଂଜନ ବଳିୟାରସିଂହ, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁବକ୍ସିପାତ୍ର, ଅନନ୍ତ ନାୟକ, ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ସୀମନ୍ତିନୀ ଜେନା, ବିଭୁତି ଜେନା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ବରିଷ୍ଠ  ନେତା ମନମୋହନ ସାମଲ, ଖାରବେଳ ସ୍ୱାଇଁ, ସୁରମା ପାଢୀ, ବାଇଧର ମଲ୍ଲିକ, ବଳଭଦ୍ର ମାଝୀ, ପ୍ରକାଶ ମିଶ୍ର, ମହେଶ ମହାନ୍ତି, ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମୀରେଖା ଦାସ, ମନସ୍ମିତା ଖୁଂଟିଆ, କସ୍ତୁରୀ ମିଶ୍ର, ଅନୀତା ଶୁଭଦର୍ଶିନୀ, ଚିତ୍ରଲେଖା ମହାନ୍ତି, ବବିତା ମଲ୍ଲିକ, ଇରାନୀ ରାୟ, ଉର୍ମିଳା ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର  ରଣଜିତ୍ ଦାଶ, କୃଷକମୋର୍ଚ୍ଚା ସାଧାରଣ ସଂପାଦକ ସୁରଥବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ଶାରଦା ପ୍ରଧାନ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ,ଗୈାତମ ରାୟ, ଛବିମଲ୍ଲିକଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ପଦାଧିକାରୀ ପ୍ରମୁଖ ସାମିଲ ଥିଲେ ।

 

0
0
0
s2sdefault