ହେଡଲାଇନସ୍:

ଭୁତ ନେଇଛନ୍ତି ଭତ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ ବ୍ଲକ ସାମାଜିକ ସମୀକ୍ଷା

ଓଡ଼ଗାଁ,(ଶ୍ରୀକାନ୍ତ  : ଓଡଗାଁ ବ୍ଲକ ସାମାଜିକ ସମୀକ୍ଷା ବେଳେ ବିଭିନ୍ନ କାରଣକୁ ନେଇ ସତ୍ୟର ଅନ୍ୱେଷଣ କରୁଥିବା କମିଟି ୩ଲକ୍ଷ ୧୫ହଜାର ୫୭୯ଟଙ୍କା ଏବଂ ଜାତୀୟ ସାମାଜିକ ସହାୟତା ଯୋଜନାରେ ୧୧ଜଣ ମୃତକଙ୍କ ନାମରେ ୫ ହଜାର ୭୦୦ ଟଙ୍କା ଉଠାଣ ହୋଇଥିବା ନେଇ ଅଡିଟ ରିପୋର୍ଟ ପ୍ରକାଶ ପାଇବା ପରେ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଉତରଦାୟୀ କାର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛିା । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ନୂଆକରି ସାମିଲ କରାଯାଇଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ଗୁଡିକ ପହଂଚି ପାରୁଛିକି ନା ସେ ନେଇ ସାମାଜିକ ସମିକ୍ଷା ପାଇଁ ଏକ ଟିମ ଗଠନ କରାଯାଇଥିଲା । ଓଡଗାଁ ବ୍ଲକ ସମାଜିକ ସମୀକ୍ଷକ ପ୍ରକାଶ ଚନ୍ଦ୍ର ବଳିଆରସିଂଙ୍କ ନେତୃତ୍ୱରେ ଭିଆରପି ମାନଙ୍କୁ ନେଇ ୧୩ଟି ଗୃପ ଗଠନ କରାଯାଇଥିଲା । ୩୬ ଟି ପଂଚାୟତର ୧୬୯ ରାଜସ୍ୱ ଗ୍ରାମକୁ ଯାଇ ଜବକାର୍ଡଧାରୀଙ୍କ ସହିତ ଆଲୋଚନା କରିଥିଲେ । ପଂଚାୟତ ତରଫରୁ ପ୍ରତିମାସରେ ରୋଜଗାର ଦିବସ ପାଳନ କରାଯାଉନାହିଁ, ଜବକାର୍ଡ ସଠିକ୍ ଭାବେ ପୁରଣ କରାଯାଉନାହିଁ । ସୂଚନା ଅନୁସାରେ ମଷ୍ଟରୋଲ ସହିତ ଏମଆଇଏସର ସାମଞ୍ଜସ୍ୟ  ରହୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ)ରେ ୯୫ ଦିନର ଅଣକୁଶଳି କାର୍ଯ୍ୟ ଠିକ୍ ଭାବେ ହେଉନାହିଁ । ପଂଚିରିଡା ପଂଚାୟତରେ ଦିର୍ଘଦିନଧରି ୧୭ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ ହୋଇଥିବାର  ସନ୍ଦେହ ପ୍ରକାଶ ପାଇଛି । ଏହିପରି ଅନେକ ପ୍ରକାର ସମସ୍ୟା ଜଣାପଡିବା ପରେ ଉତ୍ତରଦାୟୀ  କର୍ମଚାରୀମାନେ ଠିକଭାବେ ଦାୟିତ୍ୱ ତୁଲାଇ ନଥିବା ଯୋଗୁଁ ସେମାନଙ୍କୁ ଅର୍ଥଯୁକ୍ତ କରାଯାଇଛି ।  ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନଥିପତ୍ର ସଯାଡି ଉତରଦାଇ କର୍ମଚାରୀମାନେ  ଦଣ୍ଡମୁକ୍ତ ହୋଇପାରିବେ ବୋଲି ଏକ ସୁଯୋଗ ଦିଆଯାଇଛି । ତେବେ ବିଭିନ୍ନ ପଂଚାୟତରେ ଏହିପରି ଅନେକ ପ୍ରକାରର ଅନିୟମିତତା ରହିଛି ଯାହା ପ୍ରଶାସନର ଦୃଷ୍ଟିକୁ ଆସେନାହିଁ । ଆସିଲେ ମଧ୍ୟ କେତେକ ସ୍ଥାନରେ ପ୍ରଶାସନ ଦୃଷ୍ଟି ଏଡାଇ ଯାଉଥିବା କାରଣରୁ ହିତାଧିକାରୀମାନେ ନିଜର ହକ ଠିକ୍ ସମୟରେ ପାଇବାରୁ ବଂଚିତ ହୋଇଥିବା ଜଣାଯାଇଛି । 

 

0
0
0
s2sdefault