ହେଡଲାଇନସ୍:

ସମ୍ବଳ ନାହିଁ,ହାତ ପାତିଲେ ନିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଲଢ଼ିବାକୁ ସମ୍ବଳ ନାହିଁ | ସମ୍ବଳ ଯେହେତୁ ନାହିଁ ପରୋକ୍ଷରେ ଲଢ଼ିବାକୁ ବାଳ ନାହିଁ | ତେଣୁ ହାତପାତି ଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,ଯାହାକି ସାଧାରଣ ନିର୍ବାଚନ ବେଳେ ହୋଇନଥିଲା | ଏତେ ଆସନ ଲଢ଼ିଲେ, ପଇସା ମାଗିବାର ଆବଶ୍ୟକତା ପଡ଼ିନଥିଲା | ହେଲେ ଗୋଟେ ଉପନିର୍ବାଚନ ପାଇଁ ହାତ ପତାଇ ବାକୁ ପଡିଲା | 

ଚଳିତ ବିଜେପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଖର୍ଚ୍ଚକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ନେତୃବୃନ୍ଦ, ପଦାଧିକାରୀ, ଶୁଭେଚ୍ଛୁ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଠାରୁ ଆର୍ଥିକ ଅନୁଦାନ ଆହ୍ୱାନ କରିଛନ୍ତି । ଇଚ୍ଛୁକ ବ୍ୟକ୍ତିବିଶେଷ ଅନୁଦାନ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସିଣ୍ଡିକେଟ୍ ବ୍ୟାଙ୍କ Account No. 80012200016048, IFSC Code – SYNB0008001 ରେ ଜମା କରିପାରିବେ ଅଥବା ଚେକ୍ ଆକାରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦାନ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏ ପର୍ଯ୍ୟନ୍ତ ଆସିଥିବା ଅନୁଦାନ ପାଇଁ ପ୍ରେରକଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault