ହେଡଲାଇନସ୍:

୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର  ଶାଳ କାଠ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଦେବଗିରି ଫରେଷ୍ଟ ରେଞ୍ଜ ପକ୍ଷରୁ ଗତକାଲି ଅପରାହ୍ନରେ  ଗୁମ୍ମା-ଗାଇବା ରାସ୍ତାରେ  ଚୋରା-ଚାଲାଣ ହେଉଥିବା ଏକ ଶାଳ କାଠ ବୋଝେଇ ମେକ୍ସ-ପିକ୍ପ  ଜବତ କରିବା ସହ  ଏ ସଂକ୍ରାନ୍ତରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରା ଯାଇଥିବା ଜଣାଯାଇଛି ।

    ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ , ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ   ଦେବଗିରି ରେଞ୍ଜର ଏମ.ନରସିଂହମ୍ ତାଙ୍କ ଷ୍ଟାଫଙ୍କ ସହ ଗଜପତି ଜିଲ୍ଲାର ଗୁମ୍ମା-ଗାଇବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ ।ସେହି ସମୟରେ ଏକ ମେକ୍ସ ପିକ୍ପ ଭେନ ରେ କଣ ବୋଝେଇ ହୋଇ ଯାଉଥିବା ଦେଖି ଗାଡ଼ିକୁ ସନ୍ଦେହରେ ଅଟକାଇ ରେଞ୍ଜର ଏମ. ନରସିଂହମ୍ , ଫରେଷ୍ଟ ଗାର୍ଡ ସନ୍ତୋଷ ପରିଛା  ଓ ଅନ୍ୟ ୩ ଜଣ ଫରେଷ୍ଟ ଗାର୍ଡ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ  ଗାଡି ଭିତର ଡାଲାରେ   କରତ କଟା ସାଇଜ ଶାଳ କାଠ ସବୁ ୬୧ ଟି ଯାହାକି ,୯୦-୪୧୬ ସିଏଫଟି: କାଠ ଯାହାର କି ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ହେବ। ସମସ୍ତ କାଠ ଓ ଗାଡ଼ିର  ଟ୍ରାଞ୍ଜିଟ ପାସ ସବୁ ଦେଖିଥିଲେ କିନ୍ତୁ ଗାଡି ଡ୍ରାଇଭର କୌଣସି ଟା ହେଲେ ଦେଖେଇ ପାରି ନ ଥିଲେ । 

    ପରେ ଏହା ଜଙ୍ଗଲରୁ ଶାଳ କାଠ ଚୋରା ଚାଲାଣ ହେଉଥିବା ଜାଣି  ଭେନ ସହ ସମସ୍ତ କାଠ ଜବତ କରି ଏ ସଂକ୍ରାନ୍ତରେ ସମ୍ପୃକ୍ତ ଥିବା ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ୬ ଜଣଙ୍କୁ ଗିରଫ କରାଯାଇଥିଲା ।

      ଚୋରା ଚାଲାଣ ବେଳେ ଗିରଫ ଓ ଜବତ ଘଟଣା ସବୁ କାଶୀନଗର ବନ ରେଞ୍ଜ ଅଧୀନସ୍ଥ ଘଟଣା ହୋଇଥିବା ଯୋଗୁଁ ଦେବଗିରି ରେଞ୍ଜ ପକ୍ଷରୁ ତାହା କାଶୀନଗର ରେଞ୍ଜକୁ ହସ୍ତାନ୍ତର କରାଯାଇଥିଲା ।

    ଗିରଫ ୬ ଜଣ ହେଲେ କାଶୀନଗର ବ୍ଲକ ଭିସ୍ଟଳା ଗ୍ରାମର ଡ୍ରାଇଭର  ବେବେରା ରାଜୁ(୨୫) ,  କେରେଡାଙ୍ଗ ଗ୍ରାମର ବଂଶୀଧର ପାଇକ(୩୦) , 

ରାହାସ ବିଶୋଇ(୪୫) , ଖତୁ ମହାନ୍ତି(୪୦) , ମୁରଲୀ ପାତ୍ର (୩୪) ଓ ପ୍ରଶାନ୍ତ ବର୍ଦ୍ଧନ(୨୮) । ଅଧିକ ପଚରା-ଉଚୁରା ପରେ କାଶୀନଗର ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ରେଞ୍ଜର କାଳି ଚରଣ ବେହେରାଙ୍କ ଠାରୁ ଜଣାଯାଇଛି।

     ଅନ୍ୟ ପକ୍ଷରେ ଆସାମୀ  ଗିରଫ ହେବା ପରେ ଜବତ ଗୁଡ଼ିକ ମଧ୍ୟରେ ମେକ୍ସ ପିକ୍ପ ଗାଡି ନ:-ଏପି-୩୦ ଡବ୍ଲୁ-୦୫୫୭ , ଗୋଟିଏ ଗ୍ଲେମୋର ବାଇକ ନ:-ଏପି-୩୦ କ୍ୟୁ-୭୧୫୧ , ୨ ଟା ମୋବାଇଲ ଫୋନ , ୬୧ ଟି କରତ କଟା ସାଇଜ ଶାଳ କାଠ ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି ।

0
0
0
s2sdefault