ହେଡଲାଇନସ୍:

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଜଗତସିଂହପୁରରେ ଏକତା ପଦଯାତ୍ରା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୯.୧୧.୨୦୨୫/ସୁମନ୍ତ କୁମାର ଦାସ: ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଏକତା ପଦଯାତ୍ରା ଆୟୋଜନ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାରେ ଏକତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଆୟୋଜିତ ଏହି ପଦଯାତ୍ରାଟି ଆଳିପିଙ୍ଗଳ ଠାରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ ଅଳକା ଆଶ୍ରମ , ପରେ ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆଠାରେ ଶେଷ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ମାନ୍ୟବର ସାଂସଦ,ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ, ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ସମସ୍ତ ବିଭାଗୀୟ ଅଧିକାରୀ ଜଗତସିଂହପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ଯୋଗ ଦେଇଥିଲେ।
ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେଵୀ, ସରକାରୀ ଅଧିକାରୀ ଏବଂ ନାଗରିକ ପଦଯାତ୍ରାରେ, ସର୍ଦ୍ଦାର ପଟେଲଙ୍କ ଜୀବନ ଏବଂ ଅବଦାନ ଦ୍ୱାରା ଅନୁପ୍ରାଣିତ ବ୍ୟାନର ଏବଂ ସ୍ଲୋଗାନ ଧରି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଭାରତର ଏକତାର ସ୍ଥପତି ଭାବରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅବିସ୍ମରଣୀୟ । ସେ ,ସମସ୍ତଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ, ତାଙ୍କ ସମର୍ପଣ, ସେବା ଏବଂ ଜାତୀୟ ସଦ୍ଭାବର ମୂଲ୍ୟବୋଧକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
ସଭା ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ସର୍ଦ୍ଦାର ପଟେଲ ଙ୍କ ଦୃଢ଼ ସଙ୍କଳ୍ପ ଓ ଦେଶପ୍ରେମ ର ଶିକ୍ଷା ସମାଜକୁ ହିଂସା, ଅସମାନତା ଓ ବିଭାଜନ ରୁ ଦୂରରେ ରଖେ। ତାଙ୍କର ଦୃଷ୍ଟିକୋଣ କୁ ଡ ତରାଇ ଦେଶ ର ଅଖଣ୍ଡତା ର ମୂଳମନ୍ତ୍ର ବୋଲି କହିଥିଲେ। ଯୁବପିଢ଼ୀ ଯଦି ସର୍ଦ୍ଦାର ପଟେଲଙ୍କ ଆଦର୍ଶରୁ ପ୍ରେରିତ ହୋଇ ଦେଶଗଠନରେ ଅଂଶଗ୍ରହଣ କରିବେ, ତେବେ ଆଗାମୀ ଭାରତ ଅଧିକ ସୁସଂଗଠିତ ଓ ସମୃଦ୍ଧ ହେବ।

ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ "ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମ ନିର୍ଭର ଭାରତ" ର ଆତ୍ମାକୁ ସୁଦୃଢ଼ କରିବା ଏବଂ ଦେଶର ପ୍ରଗତି ଏବଂ ଶାନ୍ତି ପାଇଁ ସାମୂହିକ ଭାବରେ କାମ କରିବା ପାଇଁ ଅଂଶଗ୍ରହଣକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟରେ,ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡ ସୁଶାନ୍ତ ମହାନ୍ତି, ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ ସୁଜାତା ଓତା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ପ୍ରମୁଖ ମଞ୍ଚସୀନ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ସୁଭାଷ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅତିଥି ମାନେ ଉପଭୋଗ କରିଥିଲେ।

ପଦଯାତ୍ରା ଆଳିପିଙ୍ଗଳ ଠାରୁ ଆରମ୍ଭ ହୋଇଥିବା ବେଳେ ଅଳକା ଆଶ୍ରମ ଠାରେ ମା ପାଇଁ ଗଛଟିଏ ଅଭିଯାନ ଅନ୍ତର୍ଗତ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଇଥିଲା l ସ୍ବାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ଅତିଥି ମାନେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଚାରି ଗୋଟି ରହଣୀ ସ୍ଥଳ ଯଥା ଆଳିପିଙ୍ଗଳ, ଅଳକା ଆଶ୍ରମ, ସ୍ବାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ରେ ବିଭିନ୍ନ କଳା ପ୍ରତିଷ୍ଠାନ ଓ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାଛଡ଼ା ପଦ ଯାତ୍ରା ରେ ତେଲିଙ୍ଗି ବାଜା, ସିଂହ ବାଜା, ପାଇକ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ମା ମାନେ ଏକତା ଧର୍ମି ରଙ୍ଗୋଲୀ ଆଙ୍କିଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆଜିର ଏହି ପଦ ଯାତ୍ରା ରେ ଏକ ହଜାର ରୁ ଅଧିକ ସଂଖ୍ୟାରେ ଜନ ସାଧାରଣ, ଜନ ପ୍ରତିନିଧି, ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ , ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ, ସ୍ୱଚ୍ଛ ସାଥୀ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଉତ୍ସାହ ର ସହ ଏହାକୁ ସଫଳ କରିଥଲେ।

0
0
0
s2sdefault