ହେଡଲାଇନସ୍:

ତାଳପଦରରେ ଭାଜପା ପକ୍ଷରୁ ବିଶାଳ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନବସେବାରେ ଯୁବମାନଙ୍କ ଉଲ୍ଲେଖନୀୟ ସହଭାଗିତା

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନ ତାଳପଦର ସାଧାରଣ ସୁବିଧା କେନ୍ଦ୍ର (ଟେରାକୋଟା ହସ୍ତଶିଳ୍ପୀ) ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ସ୍ଥାନୀୟ ଯୁବମାନଙ୍କ ସହ ଦଳର କର୍ମୀମାନଙ୍କ ଯୁଗଳ ପ୍ରୟାସରେ ଆୟୋଜିତ ଏହି ଶିବିର ଅଞ୍ଚଳରେ ମାନବସେବାର ଏକ ଅଲଗା ଉଦାହରଣ ସୃଷ୍ଟି କରିଛି।
ଅନୁଷ୍ଠାନର ମୁଖ୍ୟ ଅଥିତି ଭାବେ ଉପସ୍ଥିତ ହେଇଥିବା ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଦୀପ ପ୍ରଜ୍ୱଳନ ମାଧ୍ୟମରେ ଶିବିରର ଉଦଘାଟନ କରିଥିଲେ। ନିଜ ଉଦ୍ବୋଧନରେ କହିଥିଲେ ଯେ, ରକ୍ତଦାନ ହେଉଛି ମାନବସେବାର ସର୍ବୋତ୍ତମ ଦାନ। ଏହା ମାଧ୍ୟମରେ ଏକ ମଣିଷର ଜୀବନ ରକ୍ଷା ପାଇପାରେ। ସେ ଯୁବମାନଙ୍କୁ ଏପରି ସୃଜନଶୀଳ ଏବଂ ସେବାମୂଳକ କାର୍ଯ୍ୟରେ ସଦା ଆଗରେ ଆସିବା ପାଇଁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ସାମ୍ବାନୀତ ଅତୀଥି ଭାବରେ ଜିଲ୍ଲାପରିଷଦ ସୁଶାନ୍ତ ଗଡ଼ତୀୟା, ସମାଜସେବୀ ଯୋଗୀନ୍ଦ୍ର ପଧାନ, ମହେଶ ଦେବତା ଆଦି ଉପସ୍ଥିତ ଥିଲେ। ସେମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହି ପବିତ୍ର କାର୍ଯ୍ୟକୁ ଆଉ ଅଧିକ ମାତ୍ରାରେ ଜାରି ରଖିବା ପାଇଁ କହିଥିଲେ।
ଏହି ଶିବିରରେ ବୁର୍ଲା ରକ୍ତଭଣ୍ଡାରର ଚିକିତ୍ସାକର୍ମୀମାନେ ଆସି ଆବଶ୍ୟକ ଯନ୍ତ୍ରପାତି ସହ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ନିଷ୍ପାଦନ କରିଥିଲେ। ସେମାନଙ୍କ ଅନୁସାରେ, ଶିବିରରେ ଯୁବ ସେବକମାନଙ୍କ ଉତ୍ସାହ ଦେଖିବା ଯୋଗ୍ୟ ଥିଲା ଏବଂ ସୁସ୍ଥ ଭାବରେ ଉଲ୍ଲେଖନୀୟ ପରିମାଣର ରକ୍ତ ସଂଗୃହୀତ ହୋଇଛି।ରକ୍ତଦାନ ପାଇଁ ଆସିଥିବା ସେବକମାନେ କହିଛନ୍ତି ଯେ, ଏପରି ଶିବିର ନାକେବଳ ମାନବସେବାର ପଥକୁ ପ୍ରସ୍ତୁତ କରେ, ବରଂ ସମାଜରେ ମାନବିକତାର ମୂଲ୍ୟକୁ ବଢ଼େଇ ଦିଏ। ରକ୍ତ ସଂକଟର ସମୟରେ ଏହା ଅନେକ ଜୀବନକୁ ବଞ୍ଚାଇ ପାରେ।ଶିବିରକୁ ସଫଳ କରିବା ପାଇଁ ଭାଜପା କର୍ମୀ ସଞ୍ଜୀବ ପଧାନ, ସୁରେଶ ପଧାନ, ହୃଦମଣି ସାହୁ, ଚନ୍ଦ୍ରଭାନୁ ରଣା,ସୁଶାନ୍ତ ସାହୁ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ଏହି ଶିବିରରେ ୩୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଯୁବମୋର୍ଚ୍ଚା କର୍ମୀମାନେ ନିଜେ ମଧ୍ୟ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ।ସଂଗଠନ ପକ୍ଷରୁ ଜଣାଯାଇଛି ଯେ, ଆସନ୍ତା ଦିନମାନେ ମଧ୍ୟ ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ।

0
0
0
s2sdefault