ହେଡଲାଇନସ୍:

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକ୍ ସ୍ତରୀୟ  ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ବ୍ଲକ୍ସ୍ତରୀୟ କୁଇଜ,ଚିତ୍ରାଙ୍କନ,ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି । ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ପୁରସ୍କାର ବିତରଣ ଉତ୍ସବ ସଭାରେ ଅଂଚଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରଭୁଲାଲ ଦାଶ ମୁଖ୍ୟଅତିଥି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୦୫ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।  ଏଥିରେ ପୁରସ୍କୃତ ହୋଇଥିବା କୃତୀ ଛାତଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବାପାଇଁ ମନୋନୀତ କରାଗଲା । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ  କରିବା ପାଇଁ ମଧ୍ୟାନ୍ତରରେ ବିଭିନ୍ନ ପ୍ରେରଣାଦାୟୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିକେଲ ସିଆର୍ସିସି ଶ୍ରୀ ରାଜେନ୍ଦ୍ର ମହାନ୍ତି ଓ ଧନ୍ୟବାଦ ଦେଇଥିଲେ ପଦ୍ମପୁର ସିଆର୍ସିସି ଶ୍ରୀ ଶେଷଦେବ ସାହୁ । ଏବିଇଓ ଶ୍ରୀ ବିପିନ ବିହାରୀ ମିଶ୍ର ଓ ଧବଳେଶ୍ୱର ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖରୁରେ ସଂପାଦିତ ହୋଇଥିଲା ।ଏଥିରେ ବ୍ଲକର ସମସ୍ତ ସିଆର୍ସିସି,ଗୋଷ୍ଠୀ  ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault