ହେଡଲାଇନସ୍:

ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଙ୍ଗ ବଡ଼ି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଆଲୋକ ଓ ଜଳ ବ୍ୟବସ୍ଥା କରାଯିବା ସହ ଡ୍ରେନେଜ ସିଷ୍ଟମ କରାଯିବା ପାଇଁ ବୈଠକରେ ଆଲୋଚନା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ନୁଆଗଡ଼ ବ୍ଲକ ଅନ୍ତର୍ଗତ ଵି:ଖଜୁରୀପଦା ଗ୍ରାମ ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର  ପରିସରରେ ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଙ୍ଗ ବଡ଼ି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  

     ଏହି ବୈଠକ କାର୍ଯ୍ୟକ୍ରମରେ ସଭାଧ୍ୟକ୍ଷ  ତଥା ମୋହନା ବିଧାୟକ ଦାସରଥୀ ଗମାଙ୍ଗ  ଯୋଗଦେଇ ଅଧ୍ୟକ୍ଷତା କରିଥିଲେ । ସଭା ସମ୍ପାଦକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ନିବେଦିତା ସାହୁ ଯୋଗଦେଇ ସମିତିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।    

   ସେହିଭଳି ସହ-ସଭାଧ୍ୟକ୍ଷା ତଥା ନୁଆଗଡ଼ ବ୍ଲକ ଅଧ୍ୟକ୍ଷା ଗୁଡ଼ବାଇ ମଣ୍ଡଳ , ଉପ-ସଭାଧ୍ୟକ୍ଷ ତଥା ନୁଆଗଡ଼ ବିଡିଓ ଶ୍ରୀ ପ୍ରଫୁଲ୍ଲ କୁଜୁର୍ , ଚିକିତ୍ସା ଅଧିକାରୀ ଶ୍ରୀ ଏନ. ଜୟ ପ୍ରକାଶ , ସଭ୍ୟ ଲବିନ ରଇତ ଏବଂ ଅନ୍ୟାନ୍ୟ ସଭ୍ୟସଭ୍ୟା ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ ରୋଗୀ ମାନଙ୍କ ନିମନ୍ତେ ଉନ୍ନତ ଧରଣର ଉପଚାର ପାଇଁ ସମ୍ପୃକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଆଲୋକ ଓ ଜଳ ବ୍ୟବସ୍ଥା କରାଯିବା ସହ ଡ୍ରେନେଜ ସିଷ୍ଟମ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

    ଏହି ସମିତି ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର  ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀ ଯୋଗ ଦେଇ ପ୍ରାରମ୍ଭରେ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ସମସ୍ତ କାର୍ଯ୍ୟକ୍ରମ ଶେଷରେ  ବ୍ଲକ ପ୍ରୋଗ୍ରାମ ମେନେଜର  ବି: ରୁସେଶ୍ଵର ରାଓ  ଯୋଗଦେଇ ସମିତି ବୈଠକ କାର୍ଯ୍ୟକ୍ରମକୁ ସଭା-ସାଙ୍ଗ କରିଥିଲେ ।

 

0
0
0
s2sdefault