ହେଡଲାଇନସ୍:

୬୫ ତମ ରାଜ୍ୟ-ସ୍ତରୀୟ ଭଲିବଲ ପ୍ରତିଯୋଗିତା-୨୦୧୯ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ରାଜ୍ୟ ମାଧ୍ୟମିକ ବିଦ୍ୟାଳୟ କ୍ରୀଡ଼ାସଂଘ  ସୌଜନ୍ୟତାରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ଗଜପତି,    ଆୟୋଜକତାରେ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୬୫ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା-୨୦୧୯ ଉଦ୍ଘାଟିତ ହୋଇ ଯାଇଛି ।

      ୨୪-୦୯-୨୦୧୯ ଠାରୁ ୨୭-୦୯-୨୦୧୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ଗଜପତି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ଲଗାଣ ବର୍ଷା ବାଧକ ହେବାରୁ ଉଦ୍ଘାଟନୀ କାର୍ଯ୍ୟକ୍ରମ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ।

   ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ।

   ଆୟୋଜିତ ଉଦ୍ ଘାଟନୀ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଭାପତିତ୍ବ କରି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ଚଳିତ ବର୍ଷ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଏହା ଜିଲ୍ଲା ପାଇଁ ଅତ୍ୟନ୍ତ ଗର୍ବ ଓ ଗୋୖରବର ବିଷୟ ।  ତେଣୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର  ସଫଳତା ପାଇଁ  ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

   ମୁଖ୍ୟଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ପ୍ରଥମେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ରାଜ୍ୟର ୨୮ ଟି ଜିଲ୍ଲାର ପୁଅ-ଝିଅ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ଯେ କୌଣସି ପ୍ରତିଯୋଗିତାରେ ହେଲେ ମଧ୍ୟ ଖେଳୁଆଡ଼ ଓ ପ୍ରତିଯୋଗୀ ମନୋଭାବ ନେଇ ଖେଳିବା ଉଚିତ । ନିଷ୍ଠା , ଶୃଙ୍ଖଳିତ ନିଷ୍ଠା ,ଶୃଙ୍ଖଳିତ ଓ  ସମୟାନୁବର୍ତ୍ତିତ ହୋଇ ନିୟମିତ ଭାବେ ଯେ କୌଣସି ଖେଳ ଅଭ୍ୟାସ କଲେ ସ୍ବାସ୍ଥ୍ୟ  ଖେଳିବା ପାଇଁ ସମ୍ପୁର୍ଣ୍ଣ ଭାବେ ଫିଟ୍ ରଖିଥାଏ ଏବଂ ଏହା ଭବିଷ୍ୟତରେ  ଜଣେ ପ୍ରତିଷ୍ଠିତ  ଖେଳାଳୀ ହେବାରେ ସହାୟକ ହୋଇଥାଏ ବୋଲି କହିଥିଲେ ।

    ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପାରଳାଖେମୁଣ୍ଡି ଷ୍ଟାଡିଅମ ଓ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅଧିକ ଦୃଷ୍ଟି ଦେବେ ବୋଲି କହି ପ୍ରତିଯୋଗିତା ପାଈଁ ଆସିଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର  ପ୍ରଧାନଶିକ୍ଷକ ବୃଶକେତୁ ଦାସ  ସ୍ବାଗତ ଭାଷଣ ଦେଇ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ  ପ୍ରଦୀପ କୁମାର ନାଗ ଯୋଗଦେଇ ଆୟୋଜିତ ପ୍ରତିଯୋଗିତା କାର୍ଯ୍ୟକ୍ରମର  ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି ଏହି ପ୍ରତିଯୋଗିତାରେ ରାଜ୍ୟର ୨୮ ଟି ଜିଲ୍ଲାର ୪୫ ଟି  ଦଳ ଝିଅ-ପୁଅ ଓ ଅଫିସିଆଲ  ମୋଟ ୫୯୩ ଜଣ  ଅଂଶଗ୍ରହଣ କରିଥିବାର ସୂଚନା ଦେବା ସହ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ  ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ,ଜିଲ୍ଲା ପରିଷଦ ସଭାପତି ଅନିତା ରାଣୀ ବେହେରା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ,ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , 

ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ରାଜ୍ୟ  ସହ-ନିର୍ଦ୍ଦେଶିକା , ଶାରୀରିକ ଶିକ୍ଷା,ଓଡ଼ିଶାର ଲକ୍ଷ୍ମୀ ପ୍ରିୟା ଦେଇ , ପାରଲା ରାଜ-ପ୍ରାସାଦ'ର ଯୁବରାଣୀ କଲ୍ୟାଣୀ ଗଜପତି , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଏସ.ଲକ୍ଷ୍ମଣ ରାଓ , କଲ୍ୟାଣୀ  

ଗଜପତି ଏବଂ ପାରଳାଖେମୁଣ୍ଡି  ଷ୍ଟେଟ ବ୍ୟାଙ୍କର ଚିଫ୍ ମ୍ୟାନେଜର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

     ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

    ଏହି ସମସ୍ତ କାର୍ଯାକ୍ରମକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ,  ସନ୍ତୋଷ ପଣ୍ଡା , ଧୀରେନ ସାମଲ , ପ୍ରିୟ ନାଥ ମିଶ୍ର , ରଶ୍ମିତା ପଣ୍ଡା ଓ ସଂଜୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault