ହେଡଲାଇନସ୍:

ଆଉ କେତେ ପାଇଲେ ଅଭାବ ମେଣ୍ଟିବ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଷା୍ମକ୍ଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କାମ ଦେଉ ନାହିଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ।  ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ କେତେକ ସରକାରୀ କର୍ମଚାରୀ ଦୁର୍ନିତିରେ ଉବୁଟୁବୁ ହେଉଥିବା ବେଳେ ବିଭିନ୍ନ ସମୟରେ ଭିଜିଲାନ୍ସର ବିଛାଇଥିବା ଜାଲରେ ପଡ଼ି ଛଟପଟ ହେଉଥିବାର ପରିଲକ୍ଷିତ ହୋଇଥାଏ । ଏହି ସମୟରେ ଆଜି ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ପଞ୍ଝା ମଧ୍ୟକୁ ଆସିଥିବାର ସୂଚନା ମିଳିଛି । ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଥିବା ବ୍ୟକ୍ତି ଜଣକ ହେଲେ ବାରିପଦା ମୁର୍ଗାବାଡ଼ିସ୍ଥିତ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଞ୍ଚୁଆ କୋଷା୍ମକ୍ଷ ତଥା  ବେତନଟୀର ଅଜୟ ଶେଜପଡ଼ା ।  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର କାମେଶ୍ୱର ତ୍ରିପାଠୀ ନାମକ ଜନୈକ ବ୍ୟକ୍ତି ଆରଡ଼ି ବିଭାଗରୁ ୨୦୧୮-୧୯ରେ ଶାମାଖୁଣ୍ଟା ବ୍ଲକ ଭାଲୁକି ହାଇସ୍କୁଲ ମରାମତି ନିମନ୍ତେ ୨ଲକ୍ଷ ୮୦ ହଜାର ଟଙ୍କାର ଜବ କାର୍ଯ୍ୟ ନେଇଥିଲେ । ଉକ୍ତ ମରାମତି କାର୍ଯ୍ୟ ଗତ ଫେବୃଆରୀରେ ଶେଷ ହୋଇ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ  ଯନ୍ତ୍ରୀ ଦ୍ୱାରା ବିଲ ହୋଇସାରିଥିଲା । ମାତ୍ର ଉକ୍ତ ବିଲ ପାଇବା ନିମନ୍ତେ ବାରିପଦା ଆରଡ଼ି କାର୍ଯ୍ୟାଳୟର କୋଷା୍ମକ୍ଷ ଅଜୟ ଶେଜପଡ଼ା ୫ ପ୍ରତିଶତ ହାରରେ ମୋଟ ୧୪ ହଜାର ଟଙ୍କା ତାଙ୍କୁ ପିସି ନଦେଲେ  ବିଲ ଦେବେ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେବାରୁ ଉକ୍ତ ଲାଞ୍ଚୁଆ କେସିଆରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଶ୍ରୀତ୍ରିପାଠୀ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପିଙ୍କୁ ସାକ୍ଷାତ କରି ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଆଜି  କାର୍ଯ୍ୟାଳୟରେ ତାଙ୍କୁ ଭେଟି ଭିଜିଲାନ୍ସରୁ ନେଇ ଆସିଥିବା ରଙ୍ଗବୋଳା ୧୪ ହଜାର ଟଙ୍କା ଦେଇ ଭିଜିଲାନ୍ସକୁ ସଙ୍କେତ ଦେଇଥିଲେ । ଏହାପରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନ୍ସପେକ୍ଟର ସୁଶୀଳ କୁମାର ଇକ୍କା , ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ସବିତା ବେହେରା , କନେଷ୍ଟବଳ ତରୁଣ ପାଲବାବୁ ଓ ଲଳିତ ରାଉତ ପ୍ରମୁଖ ଅଚାନକ କେସିଆର ଅଜୟ ଶେଜପଡ଼ା ଉପରକୁ ଝାମ୍ପିପଡ଼ି କାବୁ କରିବା ପରେ ତଲାସୀ ନେଇଥିଲେ । ଏହି ସମୟରେ କେଶ ବାକ୍ସ ମଧ୍ୟରୁ କାମେଶ୍ୱର ତ୍ରିପାଠୀ ଦେଇଥିବା ଭିଜିଲାନ୍ସର ରଙ୍ଗବୋଳା ୧୪ ହଜାର ଟଙ୍କା ଜବତ କରାଯାଇଥିଲା । ଏହାକୁ ନେଇ କେସିଆର ଅଜୟ ଶେଜପଡ଼ାଙ୍କ ନାମରେ ଭିଜିଲାନ୍ସରେ କେଶ ନଂ ୩୩/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା ଏବଂ  ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା । 

0
0
0
s2sdefault