ହେଡଲାଇନସ୍:

ପୋଲିସ ଲୋକଙ୍କ ବନ୍ଧୁ : ଏ ବିଶ୍ୱାସକୁ ଆଉ ପାଦେ ଆଗେଇ ନେଲେ ଏସପି  ସାରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗଜପତି ପୋଲିସର ଉଦ୍ୟମରେ  ଆରୋଗ୍ୟ ଫ୍ରି ମେଗା ମେଡ଼ିକାଲ କେମ୍ପ :  ଏସ୍ ପିଙ୍କୁ ବରିଷ୍ଠ ତଥା  ବୟସ୍କ  ନାଗରିକଙ୍କ ପକ୍ଷରୁ ପ୍ରଶଂସା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୋଲିସକୁ ନେଇ ବେଇ ଅଧିକାଂଶ ଜାଗାରେ ବିବାଦ | ପୋଲିସ ପ୍ରତି ଲୋକଙ୍କ ମନରେ ଏକ ନକାରାତ୍ମକ ଧାରଣା ସବୁଠି | ପୋଲିସ ପାଖକୁ ଯିବାକୁ ମନରେ ଭୟ | ଯେତେ ଡିଜି ଆସନ୍ତି ସେମାନେ କହନ୍ତି " ପିପୁଲସ ପୋଲିସ" କଥା | ହେଲେ ଯୋଉ କଥାକୁ ସେଇକଥା | ଆଉ ସେଇଥି ପାଇଁ ବୋଧହୁଏ ମୁଖ୍ୟମନ୍ତ୍ରୀ ସବୁ ଥାନାକୁ ମୋ ସରକାର କାରୁଆକ୍ରମରେ ସାମିଲ କରିଛନ୍ତି ପୋଲିସ ଆଉ ଜନତାଙ୍କ ଭିତରେ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ | ହେଲେ ଏହାର ସୁଫଳ କେତେମିଳିବ ନମିଳିଵ ତାହା ପରକଥା, ହେଲେ ଉପାନ୍ତ ଜିଲ୍ଲା ଗଜପତିରେ କିନ୍ତୁ ପୋଲିସ ଓ ଲୋକଙ୍କ ଭିତରେ ଦୂରତା କାମାଇବା ସହ ଏକ ବିଶ୍ୱାସର ବାତାବରଣ ନିର୍ଵାଚଛିନ୍ନ ଉଦ୍ୟମ ଜାରି ରଖିଛନ୍ତି ଏସପି ସାରା ଶର୍ମା | ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ସହ ପୋଲିସକୁ  ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ କରାଇବା ପାଇଁ ଅଭିନବ ପଦକ୍ଷେପ ହାତକୁ ନେଇ ଚାଲିଛନ୍ତି ଏସପି ସାରା | କନ୍ୟା ରତ୍ନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ସି-ଟମ୍, ଜିଲ୍ଲାର ବେକାର ଯୁବକଯୁବତୀ ମାନଙ୍କୁ ନେଇ ସାମରିକ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି ହେବାପାଇଁ ନିଜକୁ ପୂର୍ବରୁ କିଭଳି ପ୍ରସ୍ତୁତ ରଖିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ "ଉଡାନ", ଭୋକିଲା ଅସହାୟ ଲୋକଙ୍କ ମୁହଁରେ ଅନ୍ନ ତଥା ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସାରଙ୍କ ଅଭିନବ ପରିକଳ୍ପନା "ଅକ୍ଷୟ ଦାନ ପାତ୍ର" ପରେ ଏବେ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ "ଆରୋଗ୍ୟ" କାର୍ଯ୍ୟକ୍ରମ ଆୟୋଜନ କରଛନ୍ତି ଏସପି ସାରା | ଆଉ ଏସପି ସାରଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ଭୁୟସୀ ପ୍ରଶଂସା |  

  ପାରଳାଖେମୁଣ୍ଡି ସହରାଞ୍ଚଳର ବରିଷ୍ଠ ତଥା ବୟସ୍କ ନାଗରିକ ଯେଉଁ ମାନେ କି ନିଜର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବା ଦରକାର  କିନ୍ତୁ କୌଣସି କାରଣ ଯୋଗୁଁ  ସେମାନେ କରାଇ ପାରୁନାହାନ୍ତି, ସେହି ମାନଙ୍କୁ  ଗୋଟିଏ ଛାତ ତଳେ ବିଭିନ୍ନ ରୋଗ-ବ୍ୟାଧିର ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏସପିଙ୍କ ଉଦ୍ୟମକ୍ରମେ ଆୟୋଜିତ ହୋଇଥିଲା ଏହି ଆରୋଗ୍ୟ ଫ୍ରି ମେଗା ମେଡ଼ିକାଲ କେମ୍ପ । ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗଜପତି ଏସ୍ ପି ସାରା ଶର୍ମାଙ୍କ ଉଦ୍ୟମରେ ଜିଲ୍ଲା ପୋଲିସ ପ୍ରଶାସନ ଓ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଠାରେ ଥିବା  ଲୋକପ୍ରିୟ ତଥା ସୁନାମ ଥିବା ହସପିଟାଲ "ଜେମସ୍ " ର ମିଳିତ ସହଯୋଗିତାରେ ବରିଷ୍ଠ ନାଗରିକ ଓ ଗଣ-ମାଧ୍ୟମର ବ୍ୟକ୍ତି ମାନଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିଲା "ଆରୋଗ୍ୟ ଫ୍ରି ମେଗା ମେଡିକାଲ  ହେଲଥ କେମ୍ପ" ।

     ଏହି ମେଗା ହେଲଥ  କେମ୍ପ କାର୍ଯ୍ୟକ୍ରମରେ  ଜେମସ୍ ହସପିଟାଲର ୧୦ ଜଣ ବିଶେଷଜ୍ଞ ଡାକ୍ତର ଓ ତାଙ୍କ କର୍ମଚାରୀ ଯୋଗ ଦେଇ ୫୦୦ ରୁ ଅଧିକ ବୟସ୍କ ତଥା ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା କରି ଆବଶ୍ୟକ ଔଷଧ ସେବନ ପାଇଁ ମାଗଣାରେ ପ୍ରଦାନ କରିଥିଲେ । ମୁଖ୍ୟତଃ ବୟସ ବଢିଲେ ଲୋକ ମାନଙ୍କ ସ୍ୱାସ୍ଥ୍ୟରେ ଯେଉଁ ସବୁ ରୋଗ ଗୁଡ଼ିକ ଆକ୍ରାନ୍ତ କରିଥାଏ , ସେହି ସମ୍ପୃକ୍ତ ରୋଗ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଆସି ସ୍ବାସ୍ଥ୍ୟଯତ୍ନ , ଛାତି-ଯନ୍ତ୍ରଣା , ହାଡ-ବ୍ୟଥା , ଦାନ୍ତ , କାର୍ଡ଼ିଓଲୋଜି , ଇଏନଟି ପ୍ରଭୃତି ରୋଗ-ବ୍ୟାଧିର ପରୀକ୍ଷା ଓ ଚିକିତ୍ସା କରିଥିଲେ ।

     ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପରେ ଗଜପତି ଏସପି ସାରା ଶର୍ମା ସାମ୍ବାଦିକ ମାନଙ୍କୁ  ଅଧିକ ସୂଚନା ଦେଇ କହିଛନ୍ତି ଯେ , ସହର ଓ ଆଖପାଖ ଅଞ୍ଚଳର ବୟସ୍କ ତଥା ବରିଷ୍ଠ ନାଗରିକ ମାନଙ୍କ ସହ ଉତ୍ତମ  ସମ୍ପର୍କ ପ୍ରତିଷ୍ଠା କରିବା ଏବଂ ସେମାନଙ୍କୁ  ଯେଉଁ ମାନେ କି ବୃଦ୍ଧ ବୃଦ୍ଧା  ବୟସରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ କରିବା ଦରକାର କିନ୍ତୁ  କୌଣସି କାରଣ ବଶତଃ କରାଇ ପାରୁନାହାନ୍ତି , ସେହି ବୟସ୍କ ଲୋକ ମାନଙ୍କୁ  ଗୋଟିଏ ସ୍ଥାନରେ ହିଁ ସମସ୍ତ ରୋଗର ଚିହ୍ନଟ , ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

      ଏମିତିକି  ପୂର୍ବରୁ ବରିଷ୍ଠ ନାଗରିକ ଜିଲ୍ଲା ପୋଲିସ ପ୍ରଶାସନ ପାଖକୁ ବିଭିନ୍ନ ସମୟରେ ଆସି ବରିଷ୍ଠ ନାଗରିକ ମାନଙ୍କ  ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବାହାର ଜିଲ୍ଲା ନଚେତ ପଡୋଶୀ ଆନ୍ଧ୍ର ଜିଲ୍ଲା ଅଞ୍ଚଳର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ବାରା ପାରଳାଖେମୁଣ୍ଡି ଠାରେ ଏକ ମେଗା  ମାଗଣା ଚିକିତ୍ସା ଶିବିର ଆୟୋଜନ କରିବା ପାଈଁ ଅନୁରୋଧ କରି ଆସୁଥିଲେ । ବରିଷ୍ଠ ନାଗରିକ ମାନଙ୍କ ସେହି ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବାହାର ତଥା ଆନ୍ଧ୍ରର ଜିଲ୍ଲା ଅଞ୍ଚଳର ବଡ଼ ବଡ଼ ଡାକ୍ତରଖାନାର ଡକ୍ଟର ମାନଙ୍କ ସହ ଯୋଗାଯୋଗ କରା ଯାଇଥିଲା । 

     ଆମ କଥାରେ ଆନ୍ଧ୍ରର ଜେମସ୍ ହସପିଟାଲ  ରାଜି ହୋଇ ଏଥିପାଇଁ ୮ରୁ୧୦ ପର୍ଯ୍ୟନ୍ତ ବିଭିନ୍ନ ରୋଗ ବିଭାଗର ବିଶେଷଜ୍ଞ ଡାକ୍ତର ପଠାଇବା ସହ ଆବଶ୍ୟକ ଔଷଧ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି କ୍ରମେ ଏବଂ ସେହି  ଉଦ୍ଦେଶ୍ୟ ନେଇ  ବରିଷ୍ଠ ନାଗରିକ ମାନଙ୍କ ଆରୋଗ୍ୟ କାମନା ସକାଶେ ଏଭଳି ଶିବିର କାର୍ଯ୍ୟକ୍ରମର ଆୟୋଜନ ସମ୍ଭବ ହୋଇ ପାରିଛି ବୋଲି ଏସପି ସାରା ଶର୍ମା କହିିଥିଲେ। ଏହି ଶିବିର କାର୍ଯ୍ୟକ୍ରମକୁ ଜେମସ୍ ହସପିଟାଲ ପକ୍ଷରୁ  ଚିଣ୍ଟୁ-ପ୍ରବୀନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ- ଠାକୁର ପ୍ରସାଦ ପାତ୍ର ଏବଂ ପାରଳାଖେମୁଣ୍ଡି ଆଦର୍ଶ ଟାଉନ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ  ଆଦର୍ଶ ଟାଉନ ଥାନାର ସି-ଟିମର କର୍ମକର୍ତ୍ତା ଓ ଥାନା କର୍ମଚାରୀ ସହଯୋଗ କରିଥିଲେ।        ଗଜପତି ଏସପି ସାରା ଶର୍ମାଙ୍କ ଏପରି ମହତ ସେବାମୟ କାର୍ଯ୍ୟକ୍ରମର ପଦକ୍ଷେପକୁ  ବରିଷ୍ଠ ତଥା ବୟସ୍କ   ନାଗରିକ ମାନଙ୍କ ପକ୍ଷରୁ ପ୍ରଶଂସା କରିଥିଲେ।

 

0
0
0
s2sdefault