ହେଡଲାଇନସ୍:

ଶିକ୍ଷାର ମାନବୃଦ୍ଧି ପାଇଁ ଅଭିଭାବକ-ଶିକ୍ଷକ ମିଳିତ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସାଧାରଣ ସର୍ବନିମ୍ନ ଯୋଗ୍ୟତା ହାସଲ ପାଇଁ ଏବଂ ଶିକ୍ଷାର ମାନ ବୃଦ୍ଧିପାଇଁ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀର ଆବଶ୍ୟକତା  ରହିଛି । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗଙ୍କ ଏ ଅଭିନବ ପ୍ରୟାସ ମାଧ୍ୟମରେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଶୃଙ୍ଖଳିତ ହେବା ସହିତ ଛାତ୍ର, ଛାତ୍ର ଅଭିଭାବକ ଏବଂ ଶିକ୍ଷକଙ୍କର ମଧ୍ୟରେ ସମନ୍ୱୟ ରହିବା ଦ୍ୱାରା ପ୍ରତ୍ୟେକ ନିଜ ନିଜ ଦାୟିତ୍ୱ ଓ କର୍ତବ୍ୟ ପାଇଁ ଯତ୍ନବାନ ହେବେ । ଫଳରେ ଏହା ତାର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ । ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର +୩ ତୃତୀୟବର୍ଷ ଛାତ୍ର ଛାତ୍ରୀଙ୍କ ଅଭିଭାବକ-ଶିକ୍ଷକ ସମ୍ମିଳନୀରେ ଯୋଗ  ଦେଇଥିବା  ଅତିଥି ଅଭିଭାବକ ଏବଂ ଶିକ୍ଷକ ମାନେ ମିଳିତ ଭାବେ ଉପରୋକ୍ତ ମତ ରଖିଥିଲେ । ଅଶ୍ୱିନି କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ପ୍ରାଧ୍ୟାପକ ବିଶ୍ୱନାଥ ମହାରଣା, ବାବାଜୀ ପରିଡା, କୃଷ୍ଣଚନ୍ଦ୍ର ମହାପାତ୍ର, ଡ. ସୁକାନ୍ତ କୁମାର ସାହୁ ଓ ପ୍ରଦିପ୍ତ କୁମାର ବିଶ୍ୱାଳ ଯୋଗଦେଇ ଓଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ମୁଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଅଭିଭାବକ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଧ୍ୟାପକ ବାବାଜୀ ପରିଡା, କୃଷ୍ଣଚନ୍ଦ୍ର ମହାପାତ୍ର ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ପରିବେଷଣ ହୋଇଥରବା ଭକ୍ତି ସଙ୍ଗୀତ କିଛି ସମୟପାଇଁ ସମସ୍ତଙ୍କୁ ଭକ୍ତି ଭାବନାରେ ହଜାଇ ଦେଇଥିଲା । ସେହିପରି ଶୁକ୍ରବାରଦିନ ରସାୟନ ବିଭାଗର ମୁଖ୍ୟ ପଦ୍ମନାଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଡେମୋନଷ୍ଟ୍ରେଟର ରାଧାମୋହନ ନାୟକ, ଶୈଳେନ୍ଦ୍ର ଭଟ୍ଟ ଏବଂ ଦିତୀୟ ଓ ତୃତୀୟବର୍ଷ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।  

 

0
0
0
s2sdefault