ହେଡଲାଇନସ୍:

କାହିଁକି ନର୍ସ ନିହାରିକାଙ୍କୁ ହତ୍ୟା କଲା ରାଜା ? 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ , ଜଗତ୍‌ସିଂହପୁର ଏସ୍‌ପି କହିଲେ ପୂରା କାହାଣୀ

ଜଗତସିଂହପୁର:(ରମେଶ ମହାନ୍ତି):-ନର୍ସ ନିହାରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛି ଜଗତ୍‌ସିଂହପୁର ପୋଲିସ। ଏସ୍‌ପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପୂରା କାହାଣୀ କହିଛନ୍ତି। କାହିଁକି ଓ କେମିତି ନିହାରିକାକୁ ହତ୍ୟା କଲା ରାଜା ତା’ର ପୂରା ଚିତ୍ର କହିଛନ୍ତି ଏସ୍‌ପି।ଏସ୍‌ପି କହିଛନ୍ତି, ‘‘ନିହାରିକାକୁ କେବଳ ରାଜା ହିଁ ମାରିଛି। ଏହି ହତ୍ୟାକାଣ୍ଡରେ ଆଉ କେହି ସଂପୃକ୍ତ ନାହାନ୍ତି। ନିହାରିକାଙ୍କୁ କେମିତି ହତ୍ୟା କଲା ଏବଂ କେମିତି ବିଲୁଆଖାଇ ନଦୀ ପଠାକୁ ଆସିଲା ତାର ଡେମୋ ଦେଖାଇଥିଲା ରାଜା। ନିହାରିକା ହତ୍ୟାକାଣ୍ଡରେ ରାଜାର ହାତ ଥିବା ସେ ମାନିଛି। ଆମେ ତାକୁ କୋର୍ଟ ଚାଲାଣ କରିବୁ ଏବଂ ପରେ ରିମାଣ୍ଡରେ ଆଣିବୁ।’’କାହିଁକି ନିହାରିକାକୁ ମାରିଲା ରାଜା ? ନିହାରିକା କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଷ୍ଟାଫ୍‌ ନର୍ସ ଭାବେ ଚାକିରି କରିଥିଲା। ମାମୁ ଘର ବିରିଡିରେ ରହି ନର୍ସିଂ କରୁଥିବା ବେଳେ ସେ ଭିଙ୍ଗାରପୁରର ରାଜା ଓରଫ୍‌ କିଶୋର ଅଞ୍ଚଳକୁ ଭଲ ପାଇଥିଲା। ପ୍ରେମ ସମ୍ପର୍କ ପରେ ନିବିଡ଼ ହୋଇଥିଲା। ନିହାରିକାକୁ ବାହା ହେବା ପାଇଁ ରାଜା ପ୍ରସ୍ତାବ ଦେଇଥିଲା। କିନ୍ତୁ ରାଜା ବେକାର ଥିବାରୁ ନିହାରିକାର ଘର ଲୋକ ରାଜି ହୋଇ ନଥିଲେ। ଏହାକୁ ନେଇ ଅନେକବାର ନିହାରିକା ଏବଂ ରାଜା ଭିତରେ କଥା କଟାକଟି ହୋଇଛି। ହେଲେ କୌଣସି ସମାଧାନର ରାସ୍ତା ବହାରି ନଥିଲା।ତେବେ ନିହାରିକା ରାଜାକୁ ବିବାହ କରିବ ନାହିଁ ବୋଲି କହିବା ପରେ ଏକ ସୁଚିନ୍ତିତ ଯୋଜନା କରିଥିଲା ରାଜା। ଗତ ୮ ତାରିଖରେ ରାଜା କୌଣସି ବାହାନା ଦେଖାଇ ନର୍ସିଂହୋମରୁ ଅପରାହ୍ନ ୪-୫୩ ମିନିଟରେ ନିହାରିକାକୁ ଡାକି ଆଣି ନିଜ ହୋଣ୍ଡା ସାଇନ୍ ବାଇକ୍‌ରେ ବସାଇ କଟକ ଚାଉଳିଆଗଞ୍ଜର ବନ୍ଧୁଙ୍କ ଭଡାଘରକୁ ନେଇ ଆସିବା ପରେ ସେହିଦିନ ରାତ୍ରି ପ୍ରାୟ ୭-୩୦ରୁ ୮ଟା ମଧ୍ୟରେ ସେ ନିହାରିକାର ତଣ୍ଟି ଚିପି ହତ୍ୟା କରିଥିବା ଏସ୍‌ପି କହିଛନ୍ତି।କଟକରେ ନିହାରିକାକୁ ହତ୍ୟା କରିବା ପରେ ତାର ହାତ ଗୋଡକୁ ବାନ୍ଧି ଏକ ଜରି ଅଖାରେ ମୃତଦେହକୁ ଭର୍ତ୍ତି କରି ନିଜ ବାଇକ ରେ ଆଣି ବିରିଡି ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଦେଇଥିଲା। ଏସବୁ କାମ ନିଜେ ରାଜା ହିଁ କରିଥିଲା। ହତ୍ୟାକାଣ୍ଡ ପରେ ରାଜା ଫେରାର ହୋଇ ଯାଇଥିଲା।ଏହି ହତ୍ୟାକାଣ୍ଡ ଗତ ୮ତାରିଖରେ ହୋଇଥିବା ବେଳେ ୯ ତାରିଖରେ ନର୍ସିଂହୋମ କର୍ତ୍ତୃପକ୍ଷ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ହେଲେ ନିହାରିକାର କୌଣସି ପତ୍ତା ମିଳି ନଥିଲା। କିନ୍ତୁ ୧୭ ତାରିଖରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ହୋଇଥିବା ଏକ ଜରି ଅଖା ଭିତରୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ।ଏହା ନିହାରିକାଙ୍କର ବୋଲି ଘର ଲୋକ ଚିହ୍ନଟ କରିଥିଲେ।ନିହାରିକାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ବିରିଡି ଥାନାରେ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ରାଜାର ହାତ ଥିବା ନିହାରିକାର ବାପା ପୋଲିସକୁ କହିଥିଲେ। ଏହାକୁ ନେଇ ପୋଲିସ ଛାନ୍‌ଭିନ୍‌ କରିଥିଲା। ରାଜାର ଘରକୁ ଯାଇଥିଲା ପୋଲିସ। କିନ୍ତୁ ରାଜା ଫେରାର ଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା।  ରାଜାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା।ଗତ ୨୦ ତାରିଖରେ ରାଜା ନିଜ ଗାଁ ଭିଙ୍ଗାରପୁରକୁ ଆସିଥିବା ପୋଲିସ ଜାଣିପାରିଥିଲା। ଗାଁକୁ ଯାଇ ରାଜାକୁ ଗିରଫ କରିଥିଲା ପୋଲିସ। ଏକ ଅଜଣାସ୍ଥାନକୁ ନେଇ ପୋଲିସ ରାଜାକୁ ଜେରା କରିଥିଲା।ରାଜା ପୋଲିସ ଆଗରେ ସବୁ ସତ ମାନିଥିଲା।ସିସିଟିଭିରୁ ମିଳିଲା ପ୍ରମାଣ। ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି।ଏବଂ ସେଥିରେ ବ୍ୟବହୃତ ବାଇକ୍, ସେ ସମୟର ପ୍ୟାଣ୍ଟ ସାର୍ଟ,ମୋବାଇଲ୍ ଫୋନ୍ ସେହିପରି ଫୋରନେସିକ୍‌ ଲ୍ୟାବର ପ୍ରମାଣ ମଧ୍ୟ ପୋଲିସ ପାଖରେ ରହିଛି। ଏସବୁ ପ୍ରମାଣକୁ ଆଧାର କରି ରାଜାକୁ ହତ୍ୟାକାରୀ ଭାବେ ସ୍ୱୀକାର କରି ଗିରଫ କରିଛି ପୋଲିସ।

 

0
0
0
s2sdefault