ହେଡଲାଇନସ୍:

ଅଧିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ସମ୍ପର୍କିତ  ରାଜ୍ୟସ୍ତରୀୟ ଆୟୋଜନ କମିଟିର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୯୯ ମହାବାତ୍ୟା ସ୍ମରଣରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା ନିମନ୍ତେପ୍ରତିବର୍ଷ ଅକେଫାବର ୨୯ ତାରିଖକୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ରୂପେ ପାଳିତ ହୋଇଆସୁଛିା ଚଳିତ ବର୍ଷ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଯୋଗଦାନ କରିବୋ ଜିଲ୍ଲାସ୍ତରରେ ମଧ୍ୟ ଏହି ଦିବସ ଉପଯୁକ୍ତ ଭାବରେ ପାଳନ କରାଯିବକୁ ନିଷ୍ପତ୍ତି ନିଆଯାଇଛିା ଏହି ଅବସରରେ ଏକ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯିବା ରାଜ୍ୟର ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି | ଏହି ଆଶ୍ରୟସ୍ଥଳରେ ଶିଶୁ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖାଯିବ ବୋଲି ଜଣାପଡିଛି | 

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ରବୀନ୍ଦ୍ର ମଣ୍ଡପ ପରିସରରେ ଓଡ୍ରାଫ୍, ଫାୟାର ସର୍ଭିସ,ଏନଡିଆରଏଫ , ରେଡକ୍ରସ , ସିଭିଲ୍ ଡିଫେନ୍ସଙ୍କ ମିଳିତ ସହଯୋଗ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଏକ ପ୍ରଦର୍ଶନୀ ଏବଂ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ବିପର୍ଯ୍ୟୟବେଳେ ଉତ୍ତମ ପ୍ରଦର୍ଶନ କରିଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯିବା ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

0
0
0
s2sdefault