ହେଡଲାଇନସ୍:

ଚାଷୀଙ୍କ ଠାରୁ  ନିଜେ ଅଭିଯୋଗ ଶୁଣିବେ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାର୍ଯ୍ୟାଳୟରେ ଭେଟି ଦେଇପାରିବେ, ନହେଲେ  ଇ-ମେଲ ଯୋଗେ ବି ଜଣାଇ ପାରିବେ ଅଭିଯୋଗ । 

 ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ନିଗମର ନୂତନ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଗମର କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ନିଗମର ସମସ୍ତ କାର୍ଯ୍ୟ ସଂପାଦନ ନିମନ୍ତେ ସେ ଗୁରୁତ୍ୱ ଦେଇଛନ୍ତି । ଚାଷୀ ଓ ସାଧାରଣ ଜନତାଙ୍କଠାରୁ ରାଜ୍ୟରେ ଉଠାଜଳସେଚନ ସଂପର୍କିତ ଅଭିଯୋଗକୁ ସେ ନିଜେ ଗ୍ରହଣ କରି ସେସବୁର ସମାଧାନ କରିବା ପାଇଁ ଶ୍ରୀ ପତ୍ରୀ  ଉଦ୍ୟମ ଜାରି ରଖିଛନ୍ତି । ଏଥି ନିମନ୍ତେ ସେ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ଯେ, ଯେ କୌଣସି ସରକାରୀ କାର୍ଯ୍ୟ ଦିବସରେ ଜଣେ ଚାଷୀ କିମ୍ବା ସାଧାରଣ ଜନତା ଆସି ପ୍ରତ୍ୟକ୍ଷ ଭାବେ ତାଙ୍କୁ କାର୍ଯ୍ୟାଳୟରେ ଅଭିଯୋଗ ଦେଇପାରିବେ । ଯେଉଁମାନେ ଦୂରଦୂରାନ୍ତରେ ରହୁଛନ୍ତି, ବ୍ୟକ୍ତିଗତ ଭାବେ ଅଭିଯୋଗ ଦାଖଲ ପାଇଁ ଆସିପାରୁନାହାଁନ୍ତି,  ସେମାନେ ମଧ୍ୟ This email address is being protected from spambots. You need JavaScript enabled to view it. ମେଲ୍ ଆଇଡିରେ ମାସର ପ୍ରତ୍ୟେକ ସୋମବାର ଦିନ ସେମାନଙ୍କର  ଅଭିଯୋଗ ପଠାଇପାରିବେ । ସରକାରୀ କାର୍ଯ୍ୟ ଦିବସରେ ପ୍ରତ୍ୟକ୍ଷ ଭାବେ ଆସୁଥିବା ଅଭିଯୋଗକାରୀ ତାଙ୍କ ଅନୁପସ୍ଥିତିରେ ମଧ୍ୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କୁ ତାଙ୍କର ଅଭିଯୋଗ ଦେଇପାରିବେ ।  ସମସ୍ତ ଅଭିଯୋଗକାରୀ  ଅଭିଯୋଗ ସହିତ ତାଙ୍କର ସମ୍ପୂର୍ଣ୍ଣ ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଅଭିଯୋଗ ଶୁଣାଣି ତ୍ୱରାନ୍ୱିତ  ହୋଇପାରିବ । ଏହି ସୂଚନା ସମସ୍ତ ପାଣି ପଂଚାୟତ ଓ ପଂଚାୟତ ସ୍ତରରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ଉଦ୍ଧିଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,  ଶ୍ରୀ ପତ୍ରୀ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସେ  ନିଷ୍ଠାର ସହିତ ପାଳନ କରି ତଦନୁସାରେ  କାର୍ଯ୍ୟ କରିବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ  |  ସେହି ଅନୁସାରେ ସେ ନିଗମର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣୁଥିବା ପ୍ରକାଶ  କରିଛନ୍ତି ଅଧ୍ୟକ୍ଷ ଶ୍ରୀ ପତ୍ରୀ  । 

0
0
0
s2sdefault