ହେଡଲାଇନସ୍:

କଂଜାଲଗୁରେ ମାଓ ପୋଷ୍ଟର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି /ଗଗନ କୁମାର ପ୍ରଧାନ : ଲଣ୍ଡାଗାଁ ସିନ୍ଧିଗୁଡା ରାସ୍ତାରେ ମାଓ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଥିଲା I ଏହି ପୋଷ୍ଟର ଖମଣଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଂଜାଲଗୁ ଗ୍ରାମର ଏକ ଜଙ୍ଗଲରେ ଏହି ପୋଷ୍ଟରରେ ବ୍ରାହ୍ମଣୀୟ ଅର୍ଦ୍ଧ ସମନ୍ତି,ଅର୍ଦ୍ଧ ଉପନିବେଶରେ ଗଣତନ୍ତ୍ରର ସ୍ଥାନ ନାହିଁ ଜନ ଗଣତନ୍ତ୍ର ପାଇଁ ସେପ୍ଟେମ୍ବର ୨୧ ମାଓବାଦୀ ପାର୍ଟିର ୧୫ତମ ପ୍ରତିଷ୍ଠା ଦିବସ ଶପଥ କରନ୍ତୁ ନକ୍ସଲବାଦି ଏକ ହିଁ ରାସ୍ତା, ଲେଖା ହୋଇଥିବାର ଦେଖିବାକୁ ମିଳିଥିଲା I ଘଟଣା ସମ୍ପର୍କରେ ଆମ ପ୍ରତିନିଧି ବାଲିଗୁଡା ଥାନାଧିକାରିଙ୍କ ମତାମତ ଗ୍ରହଣ କରି ଥିଲେ. କୋଂଜାଲଗୁ ଠାରେ ମାଓ ପୋଷ୍ଟର ଲାଗି ଥିବାର ଖବର ପାଇବା ପରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ଘଟଣାର ସତ୍ୟାସତ୍ୟ ଜାଣିବା ପଠା ଯାଇ ଥିବା ଥାନାଧିକାରୀ ଶ୍ରୀ ବେହେରା ପ୍ରତିକ୍ରିୟା ଦେଇଛନ୍ତି |

0
0
0
s2sdefault