ହେଡଲାଇନସ୍:

ଲିଭିଗଲା  ମଥାର ସିନ୍ଦୁର, ଉଚ୍ଛନ୍ନ ହୋଇଗଲା ମା-ପୁଅଙ୍କ ସଂସାର  : ଟିକେ ସାହା ହେବେ କି ସରକାର !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ, ବିଲଡିଂ କାମକରୁଥିବା ସମୟରେ ଅଘଟଣ 

(ଆଠମଲ୍ଲିକ /ସନ୍ତୋଷ ମେହେର ) : ଘରର ରୋଜଗାରିଆ ମଣିଷଟା ଅକାଳରେ ଚାଲିଗଲା | ଏବେ ସ୍ୱାମୀକୁ ହରାଇ ଭାଙ୍ଗି ପଡିଛନ୍ତି ମାନିତ | ବାପଛେଉଣ୍ଡ ହୋଇଯାଇଛି ୬ ବର୍ଷର ପୁଅ | ଏ ଦୁଖଃଠୁ ଅଧିକ ଦୁଃଖ ସାଜିଛି ଅନିଶ୍ଚିତ ଭବିଷ୍ୟତ | କେମିତି କଟିବ ଜୀବନ, ସେ ଚିନ୍ତା ଏବେ ଘାରିଛି ମାନିତଙ୍କୁ |

ଘଟଣାଟି ଏମିତି |   ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଗୌତମପୁର (ମୁଣ୍ଡାସାହି)ଗ୍ରାମର ଦିଲୁ ସୁରିନଙ୍କ(30) ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି I ପରିବାରର ଥାନାରେ ଅଭିଯୋଗ ମୁତାବକ ଦିଲୁ ସୁରିନ ଭୁବନେଶ୍ୱରରେ ରହି ବିଲଡିଂ ଗୁଡିକରେ  କାମ କରୁଥିଲେ I ଗତ ତା.16/09/2019ରିଖ ସୋମବାର ଦିନ ସନ୍ଧ୍ୟା 6ଘଟିକା ସମୟରେ  ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଥିବା ଗୋବିନ୍ଦଚନ୍ଦ୍ର ସାହୁଙ୍କ ବିଲଡିଂର ଛାତ ଉପରେ  କାମକରୁଥିବା ସମୟରେ ଏକ ଲୁହାପାଇପକୁ ଉପରକୁ ଉଠାଉଥିବା ବେଳେ  ଉପରେ ଯାଇଥିବା 11କେଭି ବିଦ୍ୟୁତ ତାର ଉପରେ ଲୁହା ପାଇପଟି ଲାଗିଯାଇଥିଲା ଫଳରେ ଲୁହା ପାଇପଟି ଚାର୍ଜ ହୋଇଯାଇଥିଲା I ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ | ଖବର ପାଇବା ପରେ ଦିଲୁ ସୁରିନଙ୍କ ପତ୍ନୀ ସେଠାରେ ପହଂଚି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତିକରିଥିଲେ I ସେହିଠାରେ ଡାକ୍ତର ତାହାଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ଦିଲୁ ସୁରିନ ଙ୍କ ପତ୍ନୀ ମାନିତ ସୁରିନ  ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ କେସ ନମ୍ବର (352)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି I ଗତକାଲି ରାତି 10ଟା ସମୟରେ ମୃତକଙ୍କ ବାସଭବନ ଗୌତମପୁରକୁକୁ ମୃତକଙ୍କ ଶବ ପହଁଚିଛି I ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକଖେଳିଯାଇଛି I ମୃତକଙ୍କ ଘରେ ତାଙ୍କ ସ୍ତ୍ରୀ ମାନିତ ସୁରିନ ଏବଂ ଏକ 6ବର୍ଷର ଗୋଟିଏ  ପୁଅ ଅଛନ୍ତି I ଏହି ପରିବାରଙ୍କୁ ସରକାରୀ ସହାୟତା କିଛି ମିଳିଗଲେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବା ମା ପୁଅଙ୍କ ଭବିଷ୍ୟତ ଟିକେ ବଂଚିବାର ରହ ପାଇଯାନ୍ତା ବୋଲି  ପାଇଁ ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି I

0
0
0
s2sdefault