ହେଡଲାଇନସ୍:

"ରୋଗୀଙ୍କୁ ଯୋଗାଇବେ ସଠିକ୍ ଚିକିତ୍ସା ସୁବିଧା, ସଠିକ୍ ସମୟରେ ମିଳିବ ଜନ୍ମ ମୃତ୍ୟୁ ପ୍ରମାଣପତ୍ର"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର ଡାକ୍ତରମାନଙ୍କୁ ଶପଥପାଠ କରାଇଲେ ଜିଲ୍ଲାପାଳ

ଚିକିତ୍ସାଳୟରେ ନିର୍ମାଣାଧୀନ ଥିବା ଭିତ୍ତିଭୂମି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

ଜଗତସିଂହପୁର:(ରମେଶ ମହାନ୍ତି):-ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।ସୁନେତ୍ର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ଓ ଅପଥାଲମିକ ଆସିଷ୍ଟାଣ୍ଟଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ସାମିଲ  କରି ଚକ୍ଷୁ ଚିକିତ୍ସା ଓ ଚଷମା ବଣ୍ଟନ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସୁନେତ୍ର ଯୋଜନାରେ ବିରିଡି ବ୍ଲକର ପଞ୍ଚାୟତରାଜ ହାଇସ୍କୁଲ,ଚିନ୍ତାମଣୀ ହାଇସ୍କୁଲ,କିସାନନଗର,ଅଳକା ହାଇସ୍କୁଲ,ବାଲିକୁଦା ବ୍ଲକର ବାଲିକୁଦା ସି.ଏଚ୍.ସି,ଓସକଣା ହାଇସ୍କୁଲ,ରଘୁନାଥପୁର ବ୍ଲକର ରଘୁନାଥପୁର ୟୁ.ପି ସ୍କୁଲ୍,ମହେଶ୍ୱର ବିଦ୍ୟାଭବନ,ଜଇପୁର,ଭଦ୍ରେଶ୍ୱର ହାଇସ୍କୁଲ,ସଦେଇପୁର,ନାଉଗାଁ ବ୍ଲକର ନାଉଗାଁ ସି.ଏଚ୍.ସି,ଜଗତସିଂହପୁର ବ୍ଲକର ପୁରୋହିତପୁର ନୋଡାଲ ହାଇସ୍କୁଲ,ମଣ୍ଡାସାହି ସି.ଏଚ୍.ସି,କୁଜଙ୍ଗ ବ୍ଲକର କୁଜଙ୍ଗ ସି.ଏଚ୍.ସି,ଏନ୍.ଏ.ସି ହାଇସ୍କୁଲ ପାରାଦ୍ବୀପ,ଏରସମା ବ୍ଲକର ଏରସମା ସି.ଏଚ୍.ସି,ନୋଡାଲ ହାଇସ୍କୁଲ ଏରସମା,ତିର୍ତ୍ତୋଲ ବ୍ଲକର ଚନ୍ଦ୍ରଶେଖର ଉ.ପ୍ରା ବିଦ୍ୟାଳୟ,ଏମ୍.ଏସ୍ ଏକାଡେମୀ ତିର୍ତ୍ତୋଲ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ସ୍କ୍ରିନିଂ କରାଯାଇ ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ କରାଯିବ।ରୋଗୀଙ୍କୁ ହେମୋଗ୍ଲୋବିନ ଓ ଆଲବେଣ୍ଡାଜୋଲ ଟାବଲେଟ ସଠିକ୍ ପରିମାଣରେ ବଣ୍ଟନ କରିବେ।ପ୍ରତ୍ୟେକ ସି.ଏଚ୍.ସି ରେ ସଠିକ୍ ସମୟରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଚିକିତ୍ସାଳୟରେ ନିର୍ମାଣାଧୀନ ଥିବା ଭିତ୍ତିଭୂମି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଗୁଞର କୁମାର ମହନ୍ତ ଯୋଗଦେଇ ସ୍ୱାଗତ ଭାଷଣ ଓ ବୈଠକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେପ୍ଟେମ୍ବର ୧୭ ତାରିଖରେ ବିଶ୍ୱରୋଗୀ ସୁରକ୍ଷା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଉପସ୍ଥିତ ଚିକିତ୍ସକ ଓ ସମସ୍ତଙ୍କୁ ଶପଥପାଠ କରାଇଥିଲେ।ଚିକିତ୍ସା ସମୟରେ ରୋଗୀମାନଙ୍କୁ ସଠିକ୍ ଔଷଧ,ସଠିକ୍ ମାତ୍ରାରେ ସଠିକ୍ ରୋଗ ପାଇଁ ପରାମର୍ଶ ଦେଇ ରୋଗୀମାନଙ୍କର ଆଶୁ ଆରୋଗ୍ୟ କାମନା କରିବାକୁ ଶପଥପାଠ କରିଥିଲେ।ଏହି ବୈଠକରେ ପରିବାର କଲ୍ୟାଣ ଏ.ଡି.ପି.ଏଚ୍.ଓ ଡଃ ବସନ୍ତ କୁମାର ବାରିକ ଯୋଗଦେଇ ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ରୋଗୀ ସମସ୍ତ ଚିକିତ୍ସା ସୁବିଧା ପାଇବାର ନୈତିକ ଅଧିକାର ଅଛି।ଜାତି,ବର୍ଣ୍ଣ ,ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତ ରୋଗୀ ସମାନ ସୁବିଧା ସୁଯୋଗ ପାଇପାରିବେ।ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅର୍ଥର କୌଣସି ପ୍ରତିବନ୍ଧକ ରହିବ ନାହିଁ।ନିରାମୟ ଯୋଜନାରେ ପ୍ରତ୍ୟେକ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ମାଗଣାରେ ଯୋଗାଇ ଦିଆଯିବ।ଡାକ୍ତରମାନେ ରୋଗୀ ମାନଙ୍କର ଉପଯୁକ୍ତ ଚିକିତ୍ସା ଦାୟୀତ୍ୱ ସମ୍ପାଦନ କରିବେ।ଏହି ବୈଠକରେ ସ୍ବାସ୍ଥ୍ୟ,ସମନ୍ବିତ ଶିଶୁ ବିକାଶ,୫ଟି ମନ୍ତ୍ର,ଆଶା,ନିୟମିତ ଟୀକାକରଣ,ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ବୈଠକରେ ଚକ୍ଷୁ ବିଶେଷଜ୍ଞ ଡଃ ଅଶୋକ ମିଶ୍ର,ଏ.ଡି.ପି.ଏଚ୍.ଓ ଯକ୍ଷ୍ମା ଡଃ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ,ଏ.ଡି.ପି.ଏଚ୍.ଓ ଡଃ ଶ୍ରୀ ରାୟ,ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ,ଡି.ପି.ଏମ୍ ଚକ୍ରଧର ଜେନା,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତା,ସମସ୍ତ ବ୍ଲକର ଡି.ପି.ଏମ୍,ପ୍ରକଳ୍ପ ସଂଯୋଜକ,ସର୍ବଶିକ୍ଷା ଅଭିଯାନ,ଅପଥାଲମିକ୍ ଆସିଷ୍ଟାଣ୍ଟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପ ପରିଚାଳକ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault